ଆମୀରଙ୍କ ପରେ ଅକ୍ଷୟ କୁମାରଙ୍କ ଫିଲ୍ମ 'ରକ୍ଷା ବନ୍ଧନ'କୁ ଟାର୍ଗେଟ୍
BoycottRakshaBandhanMovie :ଆମୀରଙ୍କ ପରେ ଅକ୍ଷୟ କୁମାରଙ୍କ ଫିଲ୍ମ 'ରକ୍ଷା ବନ୍ଧନ'କୁ ଟାର୍ଗେଟ୍
ମୁମ୍ବାଇ: ଅଭିନେତା ଆମୀର ଖାନଙ୍କ ଲାଲ ସିଂହ ଚଢା ପରେ ଏବେ ଅକ୍ଷୟ କୁମାରଙ୍କ ଫିଲ୍ମକୁ ନେଇ ଦେଖାଦେଇଛି ବିବାଦ । ବଲିଉଡକୁ ଟାର୍ଗେଟ୍ କରିବାର କୌଣସି ମୌକା ହାତ ଛଡା କରୁ ନାହଁନ୍ତି ହେଟର୍ସ । ନିକଟରେ ଆମୀରଙ୍କ ଆଗାମି ଫିଲ୍ମକୁ Boycott କରିବା ପାଇଁ ଡିମାଣ୍ତ କରାଯାଉଥିଲା । ଏପରିକି ସୋସିଆଲ ମିଡିଆରେ #BoycottLaalSinghChaddha ଟ୍ରେଣ୍ତ କରିଥିଲା । ଯାହା ଉପରେ ଆମୀର ଖାନ ନିଜ ପକ୍ଷ ମଧ୍ୟ ରଖିଥିଲେ ।
Meet The biggest dogla of Indian cinema Akshay Kumar #BoycottRakshaBandhanMovie#AkshayKumar #RakshaBandhanpic.twitter.com/KeB8AIBiHE
— 👳 (@ItsChaddha) August 2, 2022
ଏହା ମଧ୍ୟରେ ଅକ୍ଷୟଙ୍କ ଅପକମିଂ ଫିଲ୍ମ 'ରକ୍ଷା ବନ୍ଧନ'କୁ ନେଇ ଦେଖାଦେଇଛି ବିବାଦ । ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ୟୁଜର୍ସ। ଏଥିସହିତ ଫିଲ୍ମର ରାଇଟର୍ଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଉଛି । ଫିଲ୍ମର ରାଇଟର୍ କନିକା ଢ଼ିଲୋନ୍ କରିଥିବା ଏକ ଟ୍ୱିଟ୍ର ସ୍କ୍ରିନ୍ଶଟ୍ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟ୍ର ସ୍କ୍ରିନ୍ଶଟ୍କୁ ଶେଆର କରି ୟୁଜର୍ସମାନେ ଫିଲ୍ମକୁ ବୟକଟ୍ କରିବାକୁ ଦାବି କରିଛନ୍ତି । ସୋସାଲ ମିଡିଆରେ#BoycottRakshaBandhanMovie ଟ୍ରେଣ୍ଡ କରୁଛି। ଅକ୍ଷୟ କୁମାର ପୁରୁଣା ବୟାନ ନେଇ ବିବାଦ ସୃଷ୍ଟି ହୋଇଛି । କିଛି ୟୁଜର୍ସ ଅକ୍ଷୟଙ୍କ ଫିଲ୍ମ ଦେଖି ଟଙ୍କା ନଷ୍ଟ କରିବା ବଦଳରେ ଫିଲ୍ମକୁ ବୟକଟ୍ କରିବାକୁଦାବି କରିଛନ୍ତି । କେବଳ ଅକ୍ଷୟ ହିଁ ନୁହଁନ୍ତି ଫିଲ୍ମର ରାଇଟର ମଧ୍ୟ ଲୋକଙ୍କ ରାଗର ଶିକାର ହୋଇଛନ୍ତି ।

କିଛି ଦିନ ପୂର୍ବେ ଫିଲ୍ମ ରାଇଟର୍ କନିକା ଗୋ-ମୂତ୍ର ଉପରେ ନିଜ ମନ୍ତବ୍ୟ ଦେଇ ଟ୍ୱିଟରେ ଲେଖିଥିଲେ, ପାର୍କିଂ ସ୍ଥଳରେ ରୋଗୀ ଡାକ୍ତରଖାନାରେ ବେଡ୍ ପାଇବାକୁ ଅପେକ୍ଷା କରି ମରିଛନ୍ତି...ଏହା ଅଚ୍ଛେ ଦିନ! ଭାରତ ସୁପର ପାୱାର୍! ଗୋ-ମୂତ୍ର ପିଇବା ଦ୍ୱାରା କରୋନା ଚାଲିଯିବ! ତାଙ୍କର ଏହି ପୁରୁଣା ଟ୍ୱିଟରକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଯେଉଁଥି ପାଇଁ ତାଙ୍କ ଫିଲ୍ମକୁ ମଧ୍ୟ ବୟକଟ୍ କରିବା ପାଇଁ ସମାଲୋଚକ ଦାବି କରୁଛନ୍ତି । ଏବେ ଦେଖିବା ବାକି ରହିଲା ଅକ୍ଷୟଙ୍କ ଫିଲ୍ମ ବକ୍ସଅଫିସରେ କେତେ ଆୟ କରୁଛି ।ଚଳିତ ମାସ ୧୧ ତାରିଖରେ ଫିଲ୍ମଟି ରିଲିଜ୍ ହେବା ପାଇଁ ଯାଉଛି ।












Click it and Unblock the Notifications