ବିବାଦରେ 'ଡାର୍ଲିଙ୍ଗସ୍' , ଫ୍ୟାନ୍ସ କଲେ ଆଲିଆଙ୍କୁ ବୟକଟ୍ !
#BoycottAliaBhatt Trends On Twitter : Alia Bhatt is now facing heat on Twitter .ବିବାଦରେ 'ଡାର୍ଲିଙ୍ଗସ୍' , ଫ୍ୟାନ୍ସ କଲେ ଆଲିଆଙ୍କୁ ବୟକଟ୍ !
ମୁମ୍ବାଇ: ଗୋଟେ ପରେ ଗୋଟେ ବଲିଉଡ ଫିଲ୍ମକୁ ବୟକଟ୍ କରିବା ପାଇଁ ଡିମାଣ୍ତ କରାଯାଉଛି । ଏବେ ଆଉ ଏକ ବଲିଉଡ ଫିଲ୍ମକୁ ନେଇ ବିବାଦ ଦେଖିବା ପାଇଁ ମିଳୁଛି । ଆମୀର ଖାନ୍ ଫିଲ୍ମ 'ଲାଲ୍ ସିଂ ଚଢା' ଓ ଅକ୍ଷୟ କୁମାରଙ୍କ ଫିଲ୍ମ 'ରକ୍ଷା ବନ୍ଧନ' ପରେ ଏବେ ଆଲିଆଙ୍କ ଫିଲ୍ମ 'ଡାର୍ଲିଙ୍ଗସ୍' ନେଇ ସମାଲୋଚନା ଆରମ୍ଭ ହୋଇଯାଇଛି । ଏହା ସହ ରିଲିଜ୍ ପୂର୍ବରୁ ହିଁ ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଡିମାଣ୍ତ କରାଯାଉଛି । ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି #BoycottAliaBhatt ସହ #BoycottDarlings ମଧ୍ୟ ଟ୍ରେଣ୍ତ କରୁଛି ।

Is it ok if a man says “I will treat her exactly how she treated me” IRL?
If he does that he will face DV but the opposite never happens lack of law. #BoycottAliaBhatt for promoting domestic violence against men in the name of humour. #BidirectionalDV pic.twitter.com/FYKnsionJ3
— Berlin 🇮🇳 🇬🇧 🇺🇸 (@FamilyMan_berl_) August 4, 2022
ଗତକିଛି ଦିନ ହେଲା ଆଲିଆଙ୍କ ଫିଲ୍ମ 'ଡାର୍ଲିଙ୍ଗସ୍'କୁ ନେଇ ଚର୍ଚ୍ଚା ଲାଗି ରହିଛି । ଫିଲ୍ମର ଟ୍ରେଲରକୁ ମଧ୍ୟ ଦର୍ଶକଙ୍କର ଭଲ ପାଇବା ମିଳିଥିଲା । ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବା ପାଇଁ ଯାଉଛି । ହେଲେ ରିଲିଜ୍ ପୂର୍ବରୁ ହିଁ ବିବାଦରେ ଫିଲ୍ମ 'ଡାର୍ଲିଙ୍ଗସ୍' । ତେବେ ଏହି ଫିଲ୍ମ ପୁରୁଷମାନଙ୍କ ସହ ଡୋମେଷ୍ଟିକ ଭାଓଲେନ୍ସକୁ ଏକ ଡାର୍କ କମେଡି ରୂପେ ଦେଖାଯାଉଛି । ଫିଲ୍ମର କନ୍ସେପ୍ଟ ଓ କାହଣୀକୁ ନେଇ ସମାଲୋଚନା କରାଯାଉଛି । ଏହା ସହ ଅନେକ ଲୋକ ଆଲିଆଙ୍କୁ ମଧ୍ୟ ଟାର୍ଗେଟ୍ କରି କହିଛନ୍ତି ଯେ ସେ ଏହି ଫିଲ୍ମରେ ପୁରୁଷମାନଙ୍କୁ ମନୋରଞ୍ଜନ ନାମରେ ନିର୍ଯାତନା ଦେଉଛନ୍ତି । ସୋସିଆଲ ମିଡିଆରେ ଲୋକଙ୍କର ଭିନ୍ନ ଭିନ୍ନ ମତ ଦେଖିବା ପାଇଁ ମିଳୁଛି । ତେବେ ଏହି ଫିଲ୍ମର ନିର୍ମାତା ଆଲିଆ ଭଟ୍ଟଙ୍କୁ ମଧ୍ୟ ଟ୍ରୋଲର ଶିକାର ହେବା ପାଇଁ ପଡିଛି ।
Join us tonight for the discussion on Domestic Violence and the trend #BoycottAliaBhatt
Is it funny to beat up your partner? https://t.co/PsfBHoxCq0
— Nirmal Kumar Kedia (@kedianirmal26) August 4, 2022












Click it and Unblock the Notifications