ଆମୀରଙ୍କ ପାଇଁ ଚିନ୍ତାରେ ବିଗ୍ ବି , ଟ୍ରେଣ୍ଡ୍ କରୁଛି #BoycottKBC
Kaun Banega Crorepati: people want to boycott ‘KBC 14' ଆମୀରଙ୍କ ପାଇଁ ଚିନ୍ତାରେ ବିଗ୍ ବି , ଟ୍ରେଣ୍ଡ୍ କରୁଛି #BoycottKBC
ମୁମ୍ବାଇ: ଆମୀର ଖାନଙ୍କ ପାଇଁ ଏବେ ଅଡୁଆରେ ଅମିତାଭ ବଚ୍ଚନ । ସୋସିଆଲ ମିଡିଆରେ ଟ୍ରେଣ୍ତ୍ କରୁଛି #BoycottKBC । ଚଳିତ ବର୍ଷ ରିଆଲିଟି ସୋ'କୌନ ବନେଗା କରୋଡ ପତି ସିଜନ ୧୪ ଆରମ୍ଭ ହୋଇଯାଇଛି । ପ୍ରତ୍ୟକ ଥର ପରି ଏଥର ମଧ୍ୟ ସୋ'ହୋଷ୍ଟ କରୁଛନ୍ତି ଅମିତାଭ ବଚ୍ଚନ । ସୋ'ର ପ୍ରଥମ ଏପିସୋଡରେ ପାଳନ କରାଯାଇଥିଲା ଆଜାଦି କି ଅମୃତ ମହୋତ୍ସବ ।

ତେବେ ସୋ'ରେ ଯୋଗଦେଇଥିଲେ ଆମୀର ଖାନ । ଏହାସହ କିଛି ସେନା କର୍ମଚାରୀ ମଧ୍ୟ ନଜର ଆସିଥିଲେ । ଅମୀର ନିଜ ଫିଲ୍ମ 'ଲାଲ ସିଂ ଚଢା'କୁ ପ୍ରମୋଟ୍ କରିବା ପାଇଁ ବିଗ୍ ବିଙ୍କ ସୋ'ରେ ପହଁଚି ଥିଲେ । ହେଲେ ଆମୀରଙ୍କୁ ସୋ'ରେ ଦେଖି କିଛି ଦର୍ଶକ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । #BoycottLaalSinghChaddha ପରେ ଏବେ #BoycottKBC ଟ୍ୱିଟରରେ ଟ୍ରେଣ୍ଡ୍ କରୁଛି ।
Ji haan, isiliye toh hum #AamirKhan ji ko Mr. Perfectionist kehte hain. 😍
Dekhiye #KaunBanegaCrorepati - Azadi ke Garv ka Mahaparv, Kal se raat 9 baje, sirf Sony par.#KBC2022@SrBachchan @MangteC @chetrisunil11 @MajDPSingh #MitaliMadhumita pic.twitter.com/44k2ZO007P
— sonytv (@SonyTV) August 6, 2022
ଆମୀରଙ୍କ ଫିଲ୍ମକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ହେଲେ ଏବେ ବି ଆମୀରଙ୍କୁ ଓ ତାଙ୍କ ଫିଲ୍ମକୁ ଅନେକ ସମର୍ଥନ କରୁଛନ୍ତି । ଏବେ ଦେଖିବା ବାକି ରହିଲା ଫିଲ୍ମଟି ରିଲିଜ୍ ପରେ ବକ୍ସଅଫିସରେ କେତେ ଆୟ କରିପାରୁଛି । ତେବେ ଗତ କିଛି ଦିନ ହେଲା ବଲିଉଡ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି ।
I didn’t liked the way @SrBachchan applauded & sang praises while introducing Amir Khan in the launching episode of #KaunBanegaCrorepati today.
Why such wordings for the man who once said that he fears living in india?
But this happens only in INTOLLERANT INDIA 🇮🇳
👎
— 🔥 ∱∪ℕκγβαβα 🔥 (@nillkool9) August 7, 2022












Click it and Unblock the Notifications