ମୋର ଅନୁରୋଧ ମୋ ଫିଲ୍ମ 'ଲାଲ ସିଂହ ଚଢା'କୁ ବୟକଟ୍ କରନ୍ତୁ ନାହିଁ: ଆମୀର ଖାନ
Boycott Laal Singh Chaddha ,Twitter ,Amira Khan ,Kareena Kapoor Khan ,Bollywood ,Bollywood News ,
ମୁମ୍ବାଇ: ହିନ୍ଦୀ ସିନେମା ଭେଟେରାନ ଅଭିନେତା ଆମୀର ଖାନଙ୍କ ଆଗାମୀ ଫିଲ୍ମ 'ଲାଲ ସିଂହ ଚଢା' ଅନେକ ଦିନ ହେଲା ଚର୍ଚ୍ଚାରେ ରହିଛି । ପ୍ରକୃତରେ, 'ଲାଲ ସିଂହ ଚଢା' ରିଲିଜ୍ ପାଇଁ ନୁହେଁ ବରଂ କିଛି ଦିନ ହେଲା ଟ୍ୱିଟରେ 'ବୟକଟ୍ ଲାଲ ସିଂହ ଚଢା' କ୍ରମାଗତ ଭାବେ ଟ୍ରେଣ୍ଡ କରୁଛନ୍ତି । ଏହା ମଧ୍ୟରେ ଫିଲ୍ମର ମୁଖ୍ୟ ଅଭିନେତା ଆମୀର ଖାନ ଏହା ଉପରେ ନୀରବତା ଭାଙ୍ଗି ନିଜର ସଫେଇ ରଖିଛନ୍ତି ।

'ଲାଲ ସିଂହ ଚଢା' ମାଧ୍ୟମରେ ଆମୀର ଖାନ ଦୀର୍ଘ ଦିନ ପରେ ବଡ ପରଦାକୁ ଫେରିବା ପାଇଁ ଯାଉଛନ୍ତି । ପ୍ରଶଂସକ ଏହି ଫିଲ୍ମକୁ ଅନେକ ଦିନରୁ ଉତ୍ସାହର ସହ ଅପେକ୍ଷା ମଧ୍ୟ କରିଛନ୍ତି । ହେଲେ ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରଠୁ ବିବାଦରେ ରହିଛି ଫିଲ୍ମ । ଲାଲ୍ ସିଂହ ଚଢା ଫିଲ୍ମ ଆମେରିକାନ୍ ଫିଲ୍ମ ଫରେଷ୍ଟ ଗମ୍ପର ରିମେକ୍ । ଆମୀର ଏହି ଚଳଚ୍ଚିତ୍ରରେ ହିନ୍ଦୁ ସଂସ୍କୃତିର ଅପମାନ କରିଛନ୍ତି ବୋଲି ମଧ୍ୟ ଅଭିଯୋଗ କରାଯାଇଛି । ଆମିରଙ୍କ କିଛି ବିବାଦୀୟ ବକ୍ତବ୍ୟକୁ ନେଇ ମଧ୍ୟ 'ଲାଲ ସିଂହ ଚଢା' ବ୍ୟାନ କରିବା ପାଇଁ ଦାବି କରାଯାଉଛି ।
ନିକଟରେ ଏକ ସାକ୍ଷତକାରରେ ଆମୀର ଖାନ ନିଜ ପକ୍ଷ ରଖି କହିଛନ୍ତି 'କିଛି ଲୋକଙ୍କୁ ଲାଗୁଛି ମୁଁ ମୋ ଦେଶ ଭାରତକୁ ଭଲପାଏ ନାହିଁ ମୋତେ ଖୁବ ଦୁଃଖ ଲାଗେ ଯେତେବେଳେ ମୋ ଫିଲ୍ମକୁ ଏପରି ଭାବେ ଟ୍ରୋଲ କରାଯାଏ । ମୁଁ ସେମାନଙ୍କୁ କହିବା ପାଇଁ ଚାହେଁ ଯେପରି ସେ ଭାବୁଛନ୍ତି ତାହା ସମ୍ପୁର୍ଣ୍ଣ ଭୁଲ । ମୁଁ ଅନୁରୋଧ କରୁଛି ମୋ ଫିଲ୍ମକୁ ବୟକଟ୍ କରନ୍ତି ନାହିଁ ବରଂ ଦେଖିବା ପାଇଁ ସିନେମା ହଲକୁ ଯାଆନ୍ତୁ'।

ଏହି ଫିଲ୍ମରେ ଆମୀରଙ୍କ ସହ କରିନା କପୁର ଖାନ ମଧ୍ୟ ନଜର ଆସିବେ । ନିକଟରେ କରିନା କହିଥିଲେ ତାଙ୍କୁ ଆମୀରଙ୍କର ଏହି ଫିଲ୍ମ ପାଇଁ ଅଡିସନ୍ ଦେବା ପାଇଁ ପଡିଥିଲା । ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ଜେର ଧରିଥିଲା । ଆମୀରଙ୍କ ଫିଲ୍ମ 'ଲାଲ ସିଂହ ଚଢା' ଆସନ୍ତା ୧୧ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଯେହାର ପ୍ରମୋସନରେ ଏବେ ବ୍ୟସ୍ତ ଅଛନ୍ତି ଆମିର ଖାନ।












Click it and Unblock the Notifications