Boycott Thank God : ଫିଲ୍ମକୁ ନେଇ ତେଜୁଛି ବିବାଦ
ପୁଣି ଟାର୍ଗେଟରେ ବଲିଉଡ । ଲାଲ୍ ସିଂ ଚଢା, ବ୍ରହ୍ମାସ୍ତ୍ର, ରକ୍ଷା ବନ୍ଧନ, ପରେ ଏବେ ଅଜୟ ଦେବଗନଙ୍କ ଓ ସିଦ୍ଧାର୍ଥଙ୍କ ଫିଲ୍ମ 'Thank God'ର ବୟକଟ୍ ଟ୍ରେଣ୍ତ୍ ଆରମ୍ଭ ହୋଇଯାଇଛି ।
Boycott'Thank God': ପୁଣି ଟାର୍ଗେଟରେ ବଲିଉଡ । ଲାଲ୍ ସିଂ ଚଢା, ବ୍ରହ୍ମାସ୍ତ୍ର, ରକ୍ଷା ବନ୍ଧନ, ପରେ ଏବେ ଅଜୟ ଦେବଗନ ଓ ସିଦ୍ଧାର୍ଥଙ୍କ ଫିଲ୍ମ 'Thank God'କୁ ନେଇ ବୟକଟ୍ ଟ୍ରେଣ୍ତ୍ ଆରମ୍ଭ ହୋଇଯାଇଛି । ଅକ୍ଷୟ କୁମାର, ଆମିର ଖାନ, ରଣବୀର କପୁରଙ୍କ ଫିଲ୍ମ ଅଭିନେତାଙ୍କର ବୟାନ ବା ମନ୍ତବ୍ୟ ପାଇଁ ବୟକଟ୍ କରାଯାଉଥିଲା ହେଲେ ଏଥର ଅଜୟଙ୍କ ଫିଲ୍ମର କାହଣୀକୁ ନେଇ ବିବାଦ ଦେଖିବା ପାଇଁ ମିଳିଛି । ସୋଶାଲ ମିଡିଆରେ ବୟକଟ୍ 'Thank God' ଟ୍ରେଣ୍ତ କରୁଛି ।
The trailer of actor @ajaydevgn's upcoming film 'Thank God' released on 9th September. In one of his episodes, Ajay describes himself as 'Chitragupta' and is seen giving an account of the deeds of the person in front. Is Hindu deity a medium of ridicule? #Boycott_ThankGodMovie pic.twitter.com/LFLNTl8eMP
— ganesh dhuri (@ganesh_dhuri_7) September 16, 2022

ସେପ୍ଟେମ୍ବର ୯ରେ ମେକର୍ସଙ୍କ ପକ୍ଷରୁ ଫିଲ୍ମ 'Thank God'ର ଟ୍ରେଲର ଲଞ୍ଚ କରାଯାଇଥିଲା । ଯାହା ପରେ ବିବାଦ ଦେଖିବା ପାଇଁ ମିଳିଛି । ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରାଯାଉଥିବା ନେଇ ଅଭିଯୋଗ କରାଯାଇଛି । ପ୍ରଥମେ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ଏକ ମାମଲା ରୁଜୁ କରାଯାଇଥିଲା । ଏବେ କର୍ଣ୍ଣାଟକାରେ ହିନ୍ଦୁ ସଂଗଠନ ପକ୍ଷରୁ ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଉଛି । ଅନ୍ୟପଟେ ଜବରଦସ୍ତ କେମଡି, ଡ୍ରାମା, ଆକ୍ସନରେ ଭରପୁର ଏହି ଟ୍ରେଲରକୁ ଲୋକଙ୍କର ଭଲ ରେସପନ୍ସ ମଧ୍ୟ ମିଳୁଛି ।
In this movie Sidharth meeting with an accident.
— 🚩Nagesh Dkn🇮🇳 (@Nagesh2023) September 16, 2022
He later meets Lord Chitragupta (played by Ajay Devgn), who shows him the account of his deeds in his court of justice. Ajay Devgn has been accused of using "poor jokes" & "objectionable words" in the film!#Boycott_ThankGodMovie pic.twitter.com/iINmapdClJ
ତେବେ ଏହି ଫିଲ୍ମର ଟ୍ରେଲରରେ ଭଗବାନ ଚିତ୍ରଗୁପ୍ତ ଓ ଭଗବାନ ଯମଙ୍କୁ ଆଧୁନିକ ପୋଷାକରେ ଦେଖିବା ପାଇଁ ମିଳୁଛି । ସେଥିପାଇଁ ହିନ୍ଦୁ ଜନଜାଗୃତ ସମିତି କର୍ଣ୍ଣାଟକରେ ବ୍ୟାନ କରିବା ପାଇଁ ଦାବି କରୁଛନ୍ତି । ଏପରିକି ଏହି ଫିଲ୍ମକୁ ରିଲିଜ୍ ପାଇଁ ପ୍ରମାଣପତ୍ର ନ ଦେବା ପାଇଁ ମଧ୍ୟ ସେନସର ବୋର୍ଡ ନିକଟରେ ଦାବି କରାଯାଇଛି । ଟ୍ରେଲରରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିବା ଭଳି ଶଦ୍ଦ ବ୍ୟବହାର କରାଯାଉଛି ବୋଲି ମଧ୍ୟ ଦାବି କରାଯାଉଛି । ଫିଲ୍ମ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଏପରି ଅପମାନ କେବେ ସହ୍ୟ କରାଯାଇ ପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି କର୍ଣ୍ଣାଟକ ହିନ୍ଦୁ ଜନଜାଗୃତି ସମିତିର ମୁଖପାତ୍ର ମୋହନ ଗୌଡ଼ା । ତେବେ ଫିଲ୍ମକୁ ଯଦି ବ୍ୟାନ୍ ନ କରାଯାଏ ତେବେ ଆଗାମି ଦିନରେ ସଂଗଠମନର ସଦସ୍ୟ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।












Click it and Unblock the Notifications