Get Updates
Get notified of breaking news, exclusive insights, and must-see stories!

କମି ଚାଲିଛି ‘ଆଦିପୁରୁଷ’ର ଆୟ, ବମ୍ପର ଓପନିଂ ପରେ ଫ୍ଲପ୍‌ ହେଲା ଫିଲ୍ମ: ଆଜି ହୋଇଛି ମାତ୍ର ଏତିକି କଲେକ୍ସନ

ମୁମ୍ବାଇ: ଧିରେ ଧିରେ କମୁଛି 'ଆଦିପୁରୁଷ'ର ଆୟ । ପ୍ରଥମ କିଛି ଦିନର ବମ୍ପର ଓପନିଂ ପରେ ୫ମ ଓ ଷଷ୍ଠ ଦିନରେ ଫିଲ୍ମର ଆୟ ଆହୁରି ହ୍ରାସ ଘଟିଛି । ସ୍ଥିତି ଏମିତି ଯେ, ସୋମବାରଠୁ ଫିଲ୍ମ ହଲ୍ ପ୍ରାୟ ଖାଲି ରହୁଛି ।

କହିରଖୁ କି, ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଆଦିପୁରୁଷ' ରିଲିଜ୍‌ ହେବାର ୩ ଦିନ ପର୍ଯ୍ୟନ୍ତ ଜବରଦସ୍ତ ଆୟ କରିବା ପରେ ୪ର୍ଥ ଓ ୫ମ ଦିନରେ ବେପାର ଖୁବ୍ ହ୍ରାସ ପାଇଛି । ରିପ‌ୋର୍ଟରୁ ଜଣାପଡ଼ିଛି ଯେ ପ୍ରଭାସ, ସୈଫ୍‌ ଅଲୀ ଖାନ୍‌ ଏବଂ କ୍ରିତି ସାନନ୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ସୋମବାର ଦିନ ମାତ୍ର ୨୦ କୋଟି ଟଙ୍କା ଆୟ କରିଥିବା ବେଳେ ମଙ୍ଗଳବାର ଦିନ ୧୦.୮୦ କୋଟି ଟଙ୍କା ଆୟ କରିଛି । ସେହିପରି ଆଜିର ରିପୋର୍ଟ ଅନୁଯାୟୀ, ଫିଲ୍ମ ବୁଧବାର ମାତ୍ର ୯ କୋଟି ଟଙ୍କା ଆୟ କରିପାରିଛି ।

Box Office Collection of Film Adipurush

ରିପୋର୍ଟ ମୁତାବକ, ଚଳଚ୍ଚିତ୍ରଟି ରିଲିଜ୍ ହେବାର ପ୍ରଥମ ଦିନରେ (ଶୁକ୍ରବାର) ୮୬.୭୫ କୋଟି, ଶନିବାର ଦିନ ୬୫.୨୫ କୋଟି, ରବିବାରରେ ୬୯.୧୦ କୋଟି ଏବଂ ସୋମବାର ପ୍ରାୟ ୨୦ କୋଟି ଟଙ୍କା ଆୟ କରିଛି ।

ତେବେ 'ଆଦିପୁରୁଷ' ଫିଲ୍ମକୁ ନେଇ ସମଗ୍ର ଦେଶରେ ବିବାଦ ଜାରି ରହିଛି । ଫିଲ୍ମ ନିର୍ଦ୍ଦେଶକ ଓମ ରାଉତ ଏବଂ ସଂଳାପ ଲେଖକ ମନୋଜ ମୁନ୍ତାଶିରଙ୍କ ଲୋକେ ଖୁବ୍ ସମାଲୋଚନା କରୁଛନ୍ତି । ଅନ୍ୟପଟେ 'ଆଦିପୁରୁଷ'ର କଳାକାର ଫିଲ୍ମର ୱାଲ୍ଡୱାଇଡ୍ କଲେକ୍ସନ ସେୟାର କରି ଫିଲ୍ମରକୁ ସଫଳ କରିବାକୁ ଉଦ୍ୟମ କରୁଛନ୍ତି । ହେଲେ ଫିଲ୍ମର କଳାକାରଙ୍କ ଏମିତି ଉଦ୍ୟମ ସଫଳ ହେଉ ନ ଥିବା ଦେଖିବାକୁ ମିଳିଛି ।

ଏମିତି କମି ଚାଲିଛି 'ଆଦିପୁରୁଷ'ର ଆୟ

  • ଡେ ୧- ୮୬.୭୫ କୋଟି ଟଙ୍କା
  • ଡେ ୨- ୬୫.୨୫ କୋଟି ଟଙ୍କା
  • ଡେ ୩- ୬୯.୧ କୋଟି ଟଙ୍କା
  • ଡେ ୪- ୧୬ କୋଟି ଟଙ୍କା
  • ଡେ ୫- ୧୦.୭ କୋଟି ଟଙ୍କା
  • ଡେ ୬- ୯ କୋଟି(ପ୍ରାରମ୍ଭିକ ତଥ୍ୟ)
  • ମୋଟ୍- ୨୫୬.୮୦ କୋଟି ଟଙ୍କା(ପ୍ରାରମ୍ଭିକ ତଥ୍ୟ)
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+