Get Updates
Get notified of breaking news, exclusive insights, and must-see stories!

ବଲିଉଡ୍ ଫିଲ୍ମ ନିର୍ମାତା କରଣ ଜୋହର କରିବେ “ବୋଉ ବୁଟୁ ଭୂତ”, ରିମେକ୍ !

ହିନ୍ଦୀରେ ରିମେକ ହେବ ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୂତ' । ଓଡ଼ିଆ ପରେ ଏବେ ହିନ୍ଦୀରେ ଧମାଲ କରିବ ଏହି ଫିଲ୍ମ । ଚଳିତ ବର୍ଷ ରଜରେ ରିଲିଜ ହୋଇଥିଲା 'ବୋଉ ବୁଟୁ ଭୂତ' । ମରାଠୀ, ଗୁଜୁରାଟୀ ଏବଂ ଦକ୍ଷିଣ ଇଣ୍ଡଷ୍ଟ୍ରିର ଫିଲ୍ମକୁ ନେଇ ରିମେକ୍‌ କରିବା ପରେ ଏ‌ବେ ଓଡ଼ିଶା ମୁହାଁ ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହର। କିଛି ମାସ ତଳେ ରିଲିଜ୍ ହୋଇଥିବା ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ବ୍ଲକ୍‌ବଷ୍ଟର ଫିଲ୍ମ ବୋଉ ବୁଟୁ ଭୂତ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା।

ଫିଲ୍ମଟି ଆୟରେ ଅନେକ ବଲିଉଡ ଫିଲ୍ମକୁ ମଧ୍ୟ ପଛରେ ପକାଇଥିଲା। ଏବେ ଏହାର ଲୋକପ୍ରିୟତାକୁ ‌ଦେଖି ଫିଲ୍ମର ରିମେକ୍ ପାଇଁ ଇଚ୍ଛା ପ୍ରକାଶ କରିଛି ଧର୍ମା ପ୍ରଡକ୍ସନ। ଧର୍ମା ବଲିଉଡର ବଡ଼ ପ୍ରଡକ୍ସନ କମ୍ପାନି ମଧ୍ୟରୁ ଗୋଟାଏ। କୁହାଯାଉଛି ଯେ, ଧର୍ମା ପ୍ରଡକ୍ସନ ଫିଲ୍ମର ରିମେକ୍ ରାଇଟ୍ସ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

Bou Bhuttu Bhuta

ଧର୍ମା ପ୍ରଡକ୍ସନ୍ସର ମୁଖ୍ୟ ଆଇନ ଅଧିକାରୀ ରାଖି ବାଜପେୟୀ ତିୱାରୀଙ୍କ ଦ୍ବାରା 'ଫିଲ୍ମ ଇନଫରମେସନ ମାଗାଜିନ୍‌'ରେ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ, 'ବୋଉ ବୁଟୁ ଭୂତ' (୨୦୨୫)ର ରିମେକ୍ ରାଇଟ୍ସ କ୍ରୟ ପାଇଁ କମ୍ପାନି ପ୍ରକ୍ରିୟା ଆରମ୍ଭ କରିଛି। ଏହା ସେମାନଙ୍କୁ ବିଶ୍ୱସ୍ତରରେ ଯେକୌଣସି ପ୍ଲାଟଫର୍ମରେ ଚଳଚ୍ଚିତ୍ରର ନିର୍ମାଣ, ବଣ୍ଟନ ଏବଂ ପୁନଃନିର୍ମାଣ କରିବାର କ୍ଷମତା ପ୍ରଦାନ କରେ। ରାଇଟ୍ସ ନେବା ପରେ ସେମାନେ ଫିଲ୍ମକୁ ସବୁ ଭାଷାରେ ଡବିଂ ଏବଂ ସବଟାଇଟେଲିଂ କରିପାରିବେ। ତେବେ ଏହି ଖବରକୁ ନେଇ ଏପର୍ଯ୍ୟନ୍ତ ବାବୁଶାନଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+