ନୋଏଡାରେ ଫିଲ୍ମ ସିଟି ନିର୍ମାଣ କରିବେ ବୋନି କପୁର, ବିଳମ୍ବ ହେଲେ ଦିନକୁ ଦେବେ ଏତିକି ଲକ୍ଷ ଫାଇନ୍
Boney Kapoor Greater Noida Film City: ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କୁ ନେଇ ରହିଛି ଏକ ବଡ଼ ଖବର । ଖବର ଅନୁସାରେ, ଗ୍ରେଟର ନୋଏଡା ଯମୁନା ପ୍ରାଧିକରଣର ସେକ୍ଟର 21 ରେ ନିର୍ମିତ ଫିଲ୍ମ ସିଟି ପାଇଁ ବୋନି କପୁରଙ୍କୁ ଗ୍ଲୋବାଲ ଟେଣ୍ଡର ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଯଦି ଏହି ପ୍ରକଳ୍ପରେ ବିଳମ୍ବ ହୁଏ, ତେବେ ପ୍ରତିଦିନ ସେମାନଙ୍କ ଉପରେ 10 ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯିବ।
ଗ୍ରେଟର ନୋଏଡା ଫିଲ୍ମ ସିଟି ଉତ୍ତରପ୍ରଦେଶର ଏକ ବଡ଼ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ । ପ୍ରଥମ ପର୍ଯ୍ୟାୟରେ 230 ଏକର ଜମିରେ ଏକ ଫିଲ୍ମ ସିଟି ନିର୍ମାଣ ହେବାକୁ ଯାଉଛି, ଯେଉଁଥି ପାଇଁ ଚାରୋଟି କମ୍ପାନୀ ଆବେଦନ କରିଥିଲେ । ଏହି କମ୍ପାନୀଗୁଡିକ ମଧ୍ୟରୁ ଗୋଟିଏ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅନ୍ୟଟି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କର ଥିଲା। ବର୍ତ୍ତମାନ ଖବର ରହିଛି ଯେ, ବର୍ତ୍ତମାନ ବୋନି କପୁରଙ୍କୁ ଏହି ପ୍ରୋଜେକ୍ଟ ମିଳିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ କମ୍ପାନୀ କନ୍ସୋର୍ଟିୟମ୍ ପ୍ରଥମ ପର୍ଯ୍ୟାୟରେ ଗ୍ରେଟର ନୋଏଡା ଫିଲ୍ମ ସିଟି ନିର୍ମାଣ କରିବାର ସୁଯୋଗ ପାଇଛି। ଚାରୋଟି କମ୍ପାନୀ ଏଥିପାଇଁ ଆବେଦନ କରିଥିଲେ। ଏହି ଚଳଚ୍ଚିତ୍ର ସହର ଯମୁନା ପ୍ରାଧିକରଣର ସେକ୍ଟର -21 ରେ ଏକ ହଜାର ଏକର ଜମିରେ ନିର୍ମାଣ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ 230 ଏକର ଜମି ଏହି ପ୍ରୋଜକ୍ଟର ଆରମ୍ଭ ହେବ ।
ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ବହୁତ ବଡ଼ ଆକାରରେ ନିର୍ମାଣ ହେବ। ତେବେ ଏହି ପ୍ରକଳ୍ପରେ ଯେପରି କୌଣସି ତ୍ରୁଟି ନ ରୁହେ ସେ ପ୍ରତି ସମ୍ପୁର୍ଣ୍ଣ ଧ୍ୟାନ ଦିଆଯିବ । ଏହି ପ୍ରକଳ୍ପ ସହ ଜଡିତ ଅଧିକାରୀମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି କାର୍ଯ୍ୟରେ ବିଳମ୍ବ ହୁଏ ତେବେ ସଂପୃକ୍ତ କମ୍ପାନୀ ଉପରେ ଦୈନିକ 10 ଲକ୍ଷ ଟଙ୍କା ଜରିମାନ ଲଗାଯିବ ।












Click it and Unblock the Notifications