ଡ୍ରଗ୍ସ ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ଏକ୍ସ- ଫାଟମେଟଙ୍କୁ ମିଳିଲା ଜାମିନ
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନିଙ୍କୁ ସୋମବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସିଦ୍ଧାର୍ଥଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ସମ୍ବନ୍ଧୀୟ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନିଙ୍କୁ ସୋମବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସିଦ୍ଧାର୍ଥଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ସମ୍ବନ୍ଧୀୟ ଡ୍ରଗ୍ସ ମାମଲାରେ ଗିରଫ କରାଯାଇ ଥିଲା ।ଜଷ୍ଟିସ ଭାରତୀ ଦଙ୍ଗରେଙ୍କ ଗୋଟିଏ ଖଣ୍ଡପୀଠ ପିଠାନିଙ୍କୁ ୫୦,୦୦୦ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି।

ମେ ୨୦୨୧ ରେ ହାଇଦ୍ରାବାଦରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ଵାରା ଗିରଫ ହୋଇଥିଲେ ସିଦ୍ଧାର୍ଥ। ଅନ୍ୟ ଅଭିଯୋଗ ମଧ୍ୟରେ ତାଙ୍କୁ ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ସବ୍ ଷ୍ଟାନ୍ସ (ଏନଡିପିଏସ୍) ଆଇନର ଧାରା ୨୭ (ଏ) (ଅବୈଧ ଟ୍ରାଫିକ୍ ଏବଂ ଅପରାଧୀଙ୍କୁ ଆଶ୍ରୟ ଦେବା) ଅନୁଯାୟୀ ଗିରଫ କରାଯାଇଥିଲା।
କିନ୍ତୁ ଏସବୁକୁ ଗ୍ରହଣ କରି ନଥିଲେ ପିଠାନି , ତାଙ୍କୁ ମିଛରେ ଫସା ଯାଉଥିବା କହି ଜାମିନ ମାଗିଥିଲେ। ସେ ତାଙ୍କ ଆବେଦନରେ ଦାବି କରିଥିଲେ ଯେ, ସେ ନିଶା କାରବାର ରେ ଜଡିତ ନଥିଲେ । ଏସବୁ ମିଥ୍ୟା।
ସୁଶାନ୍ତ ସିଂହ ରାଜପୁତ ଜୁନ୍ ୨୦୨୦ ରେ ତାଙ୍କ ମୁମ୍ବାଇ ବାସଭବନରେ ଆତ୍ମହତ୍ୟା କରିଥିଲେ । ତାଙ୍କର ମୃତ୍ୟୁ ପରେ ଏହି ଡ୍ରଗସ କାରବାର ନେଇ ଅଭିଯୋଗ ହୋଇଥିଲା। ପରେ, ଏନସିବି ଚଳଚ୍ଚିତ୍ର ଜଗତରେ ଏକ କଥିତ ଡ୍ରଗ୍ ଯୋଗାଣ ରାକେଟ୍ ଉପରେ କିଛି ହ୍ୱାଟସ୍ ଆପ୍ ଚାଟ୍ ଆଧାରରେ ଏକ ଅନୁସନ୍ଧାନ ଆରମ୍ଭ କରିଥିଲା ।












Click it and Unblock the Notifications