ସୁସ୍ଥ ହେଉଛନ୍ତି ବଲିଉଡର ଦିଗ୍ଗଜ ସ୍କ୍ରିନ୍ ରାଇଟର ତଥା ସୁପରଷ୍ଟାର ସଲ୍ମାନ୍ ଖାନଙ୍କ ବାପା ସଲିମ୍ ଖାନ
ବଲିଉଡର ଦିଗ୍ଗଜ ସ୍କ୍ରିନ୍ ରାଇଟର ତଥା ସୁପରଷ୍ଟାର ସଲ୍ମାନ୍ ଖାନଙ୍କ ବାପା ସଲିମ୍ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଛି । ଗତ ଫେବୃଆରୀ ୧୭ ତାରିଖରେ ସାମାନ୍ୟ ବ୍ରେନ୍ ହାମରେଜ୍ ଯୋଗୁଁ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ତାଙ୍କର ପୁରୁଣା ବନ୍ଧୁ ତଥା ବିଶିଷ୍ଟ ଗୀତିକାର ଜାଭେଦ୍ ଅଖତର ।

ନିକଟରେ ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଜାଭେଦ୍ ଅଖତର କହିଛନ୍ତି ଯେ, "ସଲିମ୍ ଏବେ ଠିକ୍ ଅଛନ୍ତି । ସେ ସୁସ୍ଥ ହେଉଛନ୍ତି ଏବଂ ଚେୟାରରେ ବସି କଥାବାର୍ତ୍ତା ମଧ୍ୟ କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି ।" ସୂଚନା ଅନୁଯାୟୀ, ହସ୍ପିଟାଲରେ ଏକ ଛୋଟ ପ୍ରୋସିଜିଓର କରାଯିବା ପରେ ସଲିମ୍ ଖାନଙ୍କୁ ଆଇସିୟୁରେ ଅବଜରଭେସନରେ ରଖାଯାଇଥିଲା । ଆମିର ଖାନ ଏବଂ ଡେଜି ଶାହ ମଧ୍ୟ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ସଲିମ୍ ସାର୍ ବିପଦମୁକ୍ତ ଥିବା ନେଇ ସୂଚନା ଦେଇଥିଲେ । ଆମିର କହିଥିଲେ ଯେ, ସେ ବ୍ୟକ୍ତିଗତ ଭାବେ ସଲିମ୍ ସାହବଙ୍କୁ ଭେଟି ପାରିନଥିଲେ ମଧ୍ୟ ସଲ୍ମାନ୍ଙ୍କ ଭଉଣୀ ଅଲଭିରାଙ୍କଠାରୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ନେଉଛନ୍ତି ।












Click it and Unblock the Notifications