For Quick Alerts
Turn On Notification  
For Daily Alerts
Oneindia App Download

''ବାପ୍ ହମେଶା ବାପ୍ ରହେଗା'': ସୁନୀଲ ସେଟ୍ଟୀ

ମହେଶ ବାବୁଙ୍କ ଏହି ବୟାନ ପରେ, ବର୍ତ୍ତମାନ ସମସ୍ତ ସେଲିବ୍ରିଟିମାନେ ଏନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ଏହି ସମୟରେ ଅଭିନେତା ସୁନୀଲ ସେଟ୍ଟୀଙ୍କ ରଖିଛନ୍ତି ନିଜର ।

|

ମୁମ୍ବାଇ: ବଢୁଛି ଟଲିଉଡ ଓ ବଲିଉଡ ଇଣ୍ତଷ୍ଟ୍ରୀ ଭିତରେ ବିବାଦ। ଏହି ସମୟରେ ଗଣମାଧ୍ୟମରେ ମହେଶ ବାବୁଙ୍କ ବୟାନ ପରେ ଚର୍ଚ୍ଚା ଆହୁରି ବଢୁଛି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତ୍ତାଳାପରେ ସେ କହିଥିଲେ କି, ବଲିଉଡ ମୋତେ ଟଙ୍କା ଦେଇପାରିବ ନାହିଁ । ତେଣୁ ସେ ହିନ୍ଦୀ ସିନେମାରେ କାମ କରି ନିଜର ସମୟ ବର୍ବାଦ କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି । ମହେଶ ବାବୁଙ୍କ ଏହି ବୟାନ ପରେ, ବର୍ତ୍ତମାନ ସମସ୍ତ ସେଲିବ୍ରିଟିମାନେ ଏନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ଏହି ସମୟରେ ଅଭିନେତା ସୁନୀଲ ସେଟ୍ଟୀଙ୍କ ରଖିଛନ୍ତି ନିଜର ।

Sunil Shetty

ସୁନୀଲ ସେଟ୍ଟୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରୀ ମଧ୍ୟରେ ଚାଲିଥିବା ବିବାଦ ସୋସିଆଲ ମିଡିଆରୁ ଆରମ୍ଭ ହୋଇଛି । ସେ କହିଛନ୍ତି ଯେ, ଯଦି OTT ପ୍ଲାଟଫର୍ମରେ ମୁଭି ଦେଖାଯାଏ ତେବେ ଭାଷାରେ କୌଣସି ସମସ୍ୟା ଦେଖାଯାଏ ନାହିଁ କେବଳ ବିଷୟବସ୍ତୁ ଜରୁରୀ । ମୁଁ ମଧ୍ୟ ସାଉଥ ସହିତ ସମ୍ପୃକ୍ତ କିନ୍ତୁ ମୋର କର୍ମଭୂମି ହେଉଛି ମୁମ୍ବାଇ ତେଣୁ ମୁଁ ମୁମ୍ବାଇର ବୋଲି ନିଜକୁ ପରିଚୟ ଦେଇଥାଏ।

ଏବେ ଦର୍ଶକମାନେ ନିଜେ କେଉଁ ଫିଲ୍ମ ଦେଖିବେ କେଉଁଟି ଦେଖିବେ ନାହିଁ ସେନେଇ ନିଷ୍ପତ୍ତି ନେଉଛନ୍ତି । ମୁଁ ଭାବୁଛି ଏସବୁ ଭିତରେ ଆମେ ବୋଧହୁଏ ଦର୍ଶକଙ୍କୁ ଭୁଲିଯାଉଛୁ । ଆମେ ସେମାନଙ୍କ ନିକଟରେ ଜିନିଷଗୁଡିକ ସଠିକ୍ ଭାବରେ ପହଞ୍ଚିବାକୁ ସକ୍ଷମ ନୁହଁ । ସିନେମା ହେଉ କିମ୍ବା OTT, ''ବାପ୍ ହମେଶା ବାପ୍ ରହେଗା'' ବୋଲି କହିଛନ୍ତି ସୁନୀଲ ।

ମୁଭିର ଭଲ ବିଷୟବସ୍ତୁକୁ ନେଇ ଦର୍ଶକ ଆକୃଷ୍ଟ ହୁଅନ୍ତି। ସେଥିପାଇଁ ଆମେ କେବଳ ବିଷୟବସ୍ତୁ ଉପରେ ଧ୍ୟାନ ଦେବା ଉଚିତ୍ । ବଲିଉଡ ସବୁବେଳେ ବଲିଉଡ ହୋଇ ରହିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Sunil shetty;s reaction on Bollywood vs South question. Sunil shetty says, 'Baap Hamesha Baap hota hai' .
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X