ମରାଠୀ ଫିଲ୍ମରେ ଡେବ୍ୟୁ କରିବେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର

ମରାଠୀ ଫିଲ୍ମରେ ଡେବ୍ୟୁ କରିବେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର

ମୁମ୍ବାଇ: କିଛି ଦିନ ହେବ ଅକ୍ଷୟଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ନିକଟରେ ତାଙ୍କ ଫିଲ୍ମ 'ରାମ ସେତୁ'ରିଲିଜ୍ ହୋଇଥିଲା । ଯାହାରୁ ସିନେପ୍ରେମୀଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଥିଲା । ମୋଟାମୋଟି ଭାବେ ଦେଖିବା ପାଇଁ ଗଲେ ଫିଲ୍ମର ଆୟ ମଧ୍ୟ ଠିକ୍ ରହିଥିଲା । ଅଜୟ ଦେବଗନଙ୍କ ଫିଲ୍ମ 'Thank God'କୁ ପଛରେ ପକାଇ ଅକ୍ଷୟ କରିଥିଲେ ବକ୍ସ ଅଫିସରେ ରାଜ୍ । ହେଲେ ଏହା ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଛି । ଏବେ ପୁଣି ଥର ନିଜ ଫ୍ୟାନ୍ସଙ୍କୁ ଏକ ସରପ୍ରାଇଜ୍ ଦେବା ପାଇଁ ଯାଉଛନ୍ତି ଅଭିନେତା ।

Akshay Kumar,
ସୂଚନା ଅନୁସାରେ, ଅଭିନେତା ଅକ୍ଷୟ କୁମାର ପ୍ରଥମ ଥର ମରାଠୀ ଫିଲ୍ମ ଇଣ୍ତଷ୍ଟ୍ରିରେ ପାଦ ଦେବା ପାଇଁ ଯାଉଛନ୍ତି । ଅକ୍ଷୟ କୁମାର ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ଫିଲ୍ମ 'Vedat Marathe Veer Daudale Saat' ଜରିଆରେ ମରାଠୀ ଇଣ୍ତଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହାସିକ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ଏକ ଇଭେଣ୍ଟର ଆୟୋଜନ କରାଯାଇଥିଲା ଯେଉଁଠି ଦବଙ୍ଗ ଖାନଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା । ପ୍ରତିବର୍ଷ ଅକ୍ଷୟ କୁମାରଙ୍କ 6 ରୁ 7 ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ । ଚଳିତ ବର୍ଷ ତାଙ୍କର ଅନେକ ଫିଲ୍ମ ମୁକ୍ତିଲାଭ କରିଥିଲା ଯାହା ମଧ୍ୟରୁ କିଛି ହିଟ୍ ତ କିଛି ଫ୍ଲପ୍ ପ୍ରମାଣିତ ହୋଇଥିଲା ।

ତେବେ ନିଜ ଆଗାମୀ ମରାଠୀ ଫିଲ୍ମ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ଅକ୍ଷୟ କହିଛନ୍ତି ' ଏହା ମୋର ଏକ ସ୍ୱପ୍ନ, ଯାହା ଖୁବ ଶୀଘ୍ର ପୂରଣ ହେବା ପାଇଁ ଯାଉଛି । ବଡ଼ ପରଦାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଚରିତ୍ରକୁ ଚିତ୍ରଣ ଏବଂ ଅଭିନୟ କରିବା ମୋ ପାଇଁ ବେଶ୍ ବଡ଼ କଥା । ତେବେ ଏହି ଫିଲ୍ମରେ କେବଳ ଛତ୍ରପତି ଶିବାଜୀ ମହାରାଜ ନୁହଁନ୍ତି, ସାତଜଣ ମରାଠି ହିରୋଙ୍କ କାହାଣୀ ପରଦାରେ ଦେଖିବା ପାଇଁ ମିଳିବ । ତେବେ ଏହି ଫିଲ୍ମ ଆସନ୍ତା ବର୍ଷ ୨୦୨୩ରେ ଦୀପାବଳି ଅବସରରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ହେଲେ ଏ ପର୍ଯ୍ୟନ୍ତ ଫିଲ୍ମ ମେକର୍ସଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+