ବଲିଉଡ ସୁଲତାନ ସଲମାନ ଖାନଙ୍କ ଜନ୍ମଦିନ, ମଧ୍ୟରାତ୍ରିରେ ହେଲା ସେଲିବ୍ରେସନ୍
Salman Khan Birthday: ଆଜି ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ । ୫୯ ବର୍ଷରେ ପଦାର୍ପଣ କରିଛନ୍ତି ଭାଇଜାନ । ଆଜି ସୁଲତାନଙ୍କ ବର୍ଥ ଡେ'ରେ ଅନେକ ସେଲିବ୍ରିଟିଙ୍କ ସମେତ ପ୍ରଶଂସକଙ୍କ ମଧ୍ୟ ସୁପରଷ୍ଟାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ତାଙ୍କ ଭଉଣୀ ଅର୍ପିତା ସଲମାନଙ୍କ ଜନ୍ମଦିନର ରାତିରେ ଏକ ପାର୍ଟୀ ଆୟୋଜନ କରିଥିଲେ । ସଲମାନ ଖାନଙ୍କ ଏହି ଜନ୍ମଦିନ ପାର୍ଟୀରେ ଅନେକ ବଲିଉଡ ଷ୍ଟାରଙ୍କୁ ଦେଖିବା ପାଇଁ ମିଳିଥିଲା । ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।
ରିତେଶ ଦେଶମୁଖ ଏବଂ ଜେନେଲିଆ ଡି'ସୁଜା ମଧ୍ୟ ଦୁଇ ପୁଅଙ୍କ ସହ ଭାଇଜାନଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ସଲମାନ ଖାନଙ୍କ ଜନ୍ମଦିନ ସେଲିବ୍ରେସନରେ ଜିଶାନ ସିଦ୍ଦିକି ଯୋଗ ଦେଇଥିଲେ।

ଅରବାଜ ଖାନ ମଧ୍ୟ ତାଙ୍କ ପତ୍ନୀ ଶୁରା ଖାନଙ୍କ ସହ ଭାଇ ସଲମାନ ଖାନଙ୍କ ବର୍ଥ ଡେ ପାର୍ଟିରେ ଯୋଗ ଦେଇଥିଲେ । ଏହି ସମୟରେ ଅରବାଜ କଳା ଟି-ସାର୍ଟରେ ନଜର ଆସିଥିଲେ । ସେହିପରି ବବି ଦେଓଲ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ ।
ସେହିପରି ସୋହେଲ ଖାନ, ୟୁଲିଆ ଭନ୍ତୁର ମଧ୍ୟ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ସଂଗୀତ ବିଜଲାନି ମଧ୍ୟ ସଲମାନ ଖାନଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଥିଲେ।












Click it and Unblock the Notifications