ସାଉଥରେ ଚମକିବେ ବଲିଉଡ ଷ୍ଟାର, ହିନ୍ଦୀ ତାରକା ଏବେ ଟଲିଉଡରେ କରିବେ ଡେବ୍ୟୁ
ସାଉଥରେ ଚମକିବେ ବଲିଉଡ ଷ୍ଟାର, ବଲିଉଡ କଳାକାର ଏବେ ଟଲିଉଡରେ କରିବେ ଡେବ୍ୟୁ
ମୁମ୍ବାଇ: ଗତ କିଛିଦିନ ହେଲା ବିବାଦରେ ରହିଆସୁଛି ବଲିଉଡ । ବିଭିନ୍ନ କରାଣ ନେଇ ସମାଲୋଚନାରେ ଶିକାର ହେଉଛନ୍ତି ବି-ଟାଉନ ସେଲିବ୍ରିଟି ମାନେ । ସୋଶାଲ ମିଡିଆରେ ଲଗାତାର ବୟକଟ୍ ଡ୍ରେଣ୍ତ କରୁଛି । ଯାହାର ପ୍ରଭାବ ଫିଲ୍ମର ଆୟ ଉପର ମଧ୍ୟ ପଡୁଥିବାର ଦେଖିବା ପାଇଁ ମିଳୁଛି । ସୁପରଷ୍ଟାରଙ୍କ ଟ୍ୟାଗ୍ ମଧ୍ୟ ଦର୍ଶଙ୍କୁ ଇମପ୍ରେସ କରିପାରୁ ନାହିଁ ।
ବଲିଉଡକୁ ନିନ୍ଦା ତ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିକୁ ପ୍ରଶଂସା । ଧିରେ ଧିରେ ଫିକା ପଡୁଛି ମାୟାନଗରୀର ମାୟା । ବାହୁବଳୀ, ପୁଷ୍ପା, କେଜିଏଫ୍ ପରି ବ୍ଲକବଷ୍ଟର ଫିଲ୍ମ ରେକର୍ଡ ଭାଙ୍ଗିବା ସହ ଦର୍ଶକଙ୍କୁ ଦେଉଛି ମନୋରଞ୍ଜନର ଖୋରାକ । ସାରା ଦେଶ ଏପରିକି ବିଦେଶରେ ମଧ୍ୟ ଦେଖିବା ପାଇଁ ମିଳୁଛି ସାଉଥ୍ ଫିଲ୍ମର କ୍ରେଜ୍ ।

ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ସଫଳତାକୁ ନଜରରେ ରଖି ଏବେ ଅନେକ ବଲିଉଡ କଳାକାର ଟଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ସେହିପରି ଅନେକ ସାଉଥ୍ ଷ୍ଟାର ମଧ୍ୟ ବଲିଉଡରେ ଦେଖାଉଛନ୍ତି ନିଜ ଜଲୱା । ତେବେ ଚାଲନ୍ତୁ ଜାଣିବା ଆଗକୁ କେଉଁ ହିନ୍ଦୀ ତାରକାମାନେ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ପାଦ ଦେବା ପାଇଁ ଯାଉଛନ୍ତି ।

ବଲିଉଡ ସୁପରଷ୍ଟାର ଦବଙ୍ଗ ଖାନ ଖୁବ ଶିଘ୍ର ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ 'ଗଡଫାଦର' ଚଳଚ୍ଚିତ୍ରରେ ନଜର ଆସିବେ । ଯାହା ମାଲାୟାଲମ୍ ଫିଲ୍ମର ରିମେକ୍ । ଏହି ଫିଲ୍ମରେ ଜଣେ ରହସ୍ୟମୟ ବ୍ୟକ୍ତିଙ୍କର କାହାଣୀ ଦେଖିବା ପାଇଁ ମିଳିବ । ଯିଏ ମୃତ୍ୟୁ ପରେ ମଧ୍ୟ ରାଜନୈତିକ ନେତାଙ୍କ ସିଂହାସନ ସମ୍ଭାଳିଥାଏ । ନିକଟରେ ଫିଲ୍ମର ପ୍ରୋମୋ ରିଲିଜ୍ ହୋଇଥିଲା ଯାହାକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରିଥିଲେ । ଏହାର କ୍ରେଜ୍ ସାଉଥ୍ ଦର୍ଶକଙ୍କ ସହ ହିନ୍ଦୀ ବେଲ୍ଟର ଲୋକଙ୍କ ମଧ୍ୟରେ ମଧ୍ୟ ଦେଖିବା ପାଇଁ ମିଳିଛି । ଦୁଇ ସୁପରଷ୍ଟାରଙ୍କୁ ଏକାଠି ଦେଖିବା ପାଇଁ ଫ୍ୟାନ୍ସ ବେଶ୍ ଉତ୍ସାହିତ ଅଛନ୍ତି । ଅକ୍ଟୋବର ୫ରେ ଫିଲ୍ମ 'ଗଡଫାଦର' ରିଲିଜ୍ ହେବା ପାଇଁ ଯାଉଛି ।

ଦୀପିକା ପାଦୁକୋନ
ଅଭିନେତ୍ରୀ ଦୀପିକା ମଧ୍ୟ ସାଉଥ୍ ଫିଲ୍ମ ଜଗତରେ ପାଦ ଦେଇଛନ୍ତି । ବହୁ ପ୍ରତୀକ୍ଷିତ ଫିଲ୍ମ 'ପ୍ରୋଜେକ୍ଟ କେ'ରେ ବାହୁବଳୀ ଫେମ୍ ପ୍ରଭାସଙ୍କ ସହ ନଜର ଆସିବେ ଅଭିନେତ୍ରୀ । ଏହି ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ରିଲିଜ୍ ହୋଇପାରେ । ଏହି ଫିଲ୍ମରେ ବିଗ୍ ବିଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ ।

ଆଲିଆ ଭଟ୍ଟ
ସେହିପରି ଏସଏସ ରାଜାମୌଲିଙ୍କ ଫିଲ୍ମ RRR ମଧ୍ୟମରେ ତେଲୁଗୁ ଫିଲ୍ମ ଇଣ୍ତଷ୍ଟ୍ରିରେ ପ୍ରବେଶ କରିସାରିଛନ୍ତି ଆଲିଆ ଭଟ୍ଟ । ଯେଉଁଥିରେ ସେ ନିଜ ଲୁକ୍ ଓ ଅଭିନୟ ପାଇଁ ପ୍ରଶଂସା ସାଉଁଟିଥିଲେ । ଏବେ ପୁଣି ସାଉଥ୍ ଫିଲ୍ମରେ କମାଲ୍ ଦେଖାଇବେ ଅଭିନେତ୍ରୀ । ରାଜାମୌଲିଙ୍କ ୮୦୦ କୋଟିର ବିଗ୍ ବଜେଟ୍ ଫିଲ୍ମରେ ମହେଶ ବାବୁଙ୍କ ସହ ବଡ଼ ପରଦାରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ।

ଦିଶା ପଟାନୀ
ସାଉଥ୍ ସୁପରଷ୍ଟାର ସୂର୍ଯ୍ୟାଙ୍କ ଆସନ୍ତା ଆକ୍ସନ ଫିଲ୍ମ Suriya 42 । ଫିଲ୍ମର ମୋସନ୍ ପୋଷ୍ଟର ରିଲିଜ୍ ହେବା ପରଠୁ ଚହଳ ସୃଷ୍ଟି କରିଛି । ଫିଲ୍ମରେ ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବେ ଦିଶା ପଟାନୀ । ଏହି ଫିଲ୍ମ ଜରିଆରେ ସେ ପ୍ରଥମ ଥର କଲିଉଡ ଜଗତରେ ପାଦ ଦେଇଛନ୍ତି । ଏହି ଫିଲ୍ମରେ କାମ କରି ବେଶ୍ ଖୁସ୍ ଅଛନ୍ତି ଅଭିନେତ୍ରୀ । ସୂର୍ଯ୍ୟା ଦିଶାଙ୍କର ୨ୟ ସାଉଥ୍ ଫିଲ୍ମ ।

କିଆରା ଆଡଭାନୀ
ଅଭିନେତା ରାମ ଚରଣଙ୍କ ସହ ପୁଣି ଥର ନଜର ଆସିବେ ଅଭିନେତ୍ରୀ କିଆରା । ତେଲୁଗୁ ଫିଲ୍ମ 'ସରକାରୋଡୁ'ରେ ଅଭିନେତ୍ରୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣି ଭୂମିକାରେ ଦେଖିବା ପାଇଁ ମିଳିବ । ଏହାର ନିର୍ଦ୍ଦେଶନା ସିନେ ନିର୍ମାତା ଶଙ୍କର କରୁଥିବା ବେଳେ ମୁଖ୍ୟ ଭୂମିକାରେ ଅଞ୍ଜଲି ଓ ନବୀନ ଚନ୍ଦ୍ରାଙ୍କୁ ଦେଖିବାକୁ ମିଳିବ। ଆସନ୍ତ ବର୍ଷ ଏହି ଚଳଚ୍ଚିତ୍ରଟି ରିଲିଜ୍ ହେବ ବୋଲି ଆଶା କରାଯାଉଛି ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ
ବିଗ୍ ବଜେଟ୍ ଫିଲ୍ମ 'ପୋନିୟିନ୍ ସେଲଭାନ୍' । ଫିଲ୍ମର କଳାକାର ,ଟିଜର୍ ,ଫାଷ୍ଟଲୁକ୍ ସବୁକିଛିକୁ ନେଇ ବେଶ୍ ଚର୍ଚ୍ଚା ଲାଗିରହିଛି । ନିକଟରେ ଏହି ଫିଲ୍ମର ପାର୍ଟ-୧ର ଟ୍ରେଲର ରିଲିଜ୍ ହୋଇଥିଲା । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ଓ ଦର୍ଶକଙ୍କର ଭଲ ରେସପନ୍ସ ମଧ୍ୟ ମିଳିଥିଲା । ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏକ ଦମଦାର ଭୂମିକାରେ ଦେଖିବା ପାଇଁ ମିଳିବ । ମଣି ରତ୍ନମଙ୍କ ଡ୍ରିମ୍ ପ୍ରୋଜେକ୍ଟରେ ବିକ୍ରମ,ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ତ୍ରିଶା, କାର୍ତ୍ତି, ଜୟମ, ରବି, ଜୟରାମ, ପାର୍ଥିବନ, ପ୍ରକାଶ ରାଜଙ୍କ ଭଳି କଳାକାର ନଜର ଆସିବେ । ଏହି ଫିଲ୍ମର ଦୁଇଟି ଭାଗ ରହିଛି । କହାଣୀ ଲୋକଙ୍କୁ ପସନ୍ଦ ଆସିବ ବୋଲି ମଧ୍ୟ ମେକର୍ସ ଆଶା ରଖିଛନ୍ତି । ଗଣମାଧ୍ୟ ରିପୋର୍ଟ ଅନୁସାରେ ଏହି ଫିଲ୍ମ ୫୦୦ କୋଟି ଟଙ୍କାର ବିଗ୍ ବଜେଟ୍ ଫିଲ୍ମ ।












Click it and Unblock the Notifications