Get Updates
Get notified of breaking news, exclusive insights, and must-see stories!

ଲଣ୍ଡନରେ ବଲିଉଡ ଗୀତର କମାଲ୍ , ଦେଖନ୍ତୁ ଭାଇରାଲ୍ ଭିଡିଓ

Kal Ho Na Ho Street Singer:ଲଣ୍ଡନରେ ବଲିଉଡ ଗୀତର କମାଲ୍ , ଦେଖନ୍ତୁ ଭାଇରାଲ୍ ଭିଡିଓ ଦେଖନ୍ତୁ ।

ଲଣ୍ତନ: ବିଦେଶରେ ବଲିଉଡ ଗୀତର ପ୍ରଶଂସା । ଗୋଟେ ପଟେ ଦେଶରେ ବଲିଉଡର ଅନେକ ଫିଲ୍ମକୁ ନେଇ ବିବାଦ ଲାଗିରହିଛି । ଲଗାତାର ଗୋଟେ ପରେ ଗୋଟେ ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମକୁ ବୟକଟ୍ କରିବା ପାଇଁ ଡିମାଣ୍ତ କରାଯାଉଥିବା ବେଳେ ବିଦେଶର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଡ୍ରେଣ୍ତ୍ କରୁଛି । ଲଣ୍ଡନରେ ରାସ୍ତା ଉପରେ ଜଣେ ଯୁବକ ସୋନୁ ନିଗମଙ୍କ ଗୀତ ଗାଉଛନ୍ତି । ଯାହା ଶୁଣିବା ପାଇଁ ଆଖପାଖରେ ଲୋକଙ୍କ ଭିଡ଼ ଲାଗିଛି । ଭିଡିଓରେ ଗାୟକ ସୋନୁ ନିଗମଙ୍କ ପରି ଗୀତ ଗାଉଛନ୍ତି ଜଣେ ଯୁବକ । ଯାହାକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଉଛି । ଏହା ବଲିଉଡ ପାଇଁ ନିଶ୍ଚୟ ଏକ ଖୁସି ଖବର ଯେ ଆଜି ବି ବିଦେଶରେ ହିନ୍ଦୀ ଗୀତକୁ ଖୁବ ପସନ୍ଦ କରାଯାଉଛି ।

ତେବେ ଭାଇରାଲ ଭିଡିଓରେ ବ୍ୟକ୍ତି ଜଣକ ଲଣ୍ତନ ରାସ୍ତାରେ ସୋନୁ ନିଗମଙ୍କ ଗୀତ 'କାଲ ହୋ ନା ହୋ'ଗାଉଛନ୍ତି । ରାସ୍ତା ଉପରେ ହାତରେ ମାଇକ୍ ଧରି ବେଶ୍ ଆନନ୍ଦରେ ଗୀତ ଗାଉଛନ୍ତି ବ୍ୟକ୍ତି ଜଣକ । ସୋସିଆଲ ମିଡିଆରେ ଅନେକ ଲୋକ ଏହି ଭଡିଓକୁ ଦେଖିବା ପାଇଁ ପସନ୍ଦ କରୁଛନ୍ତି ଓ ବ୍ୟକ୍ତିଙ୍କୁ ସୋନୁ ନିଗମ ୨ ବୋଲି ମଧ୍ୟ କହୁଛନ୍ତି । ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହି ଭାଇରାଲ୍ ଭିଡିଓ ଏପର୍ଯ୍ୟନ୍ତ ଅନେକ ଥର ଦେଖାଯାଇଛି । ଏହି ଭିଡିଓରେ ହଜାର ହଜାର ଲୋକଙ୍କର ଲାଇକ ଓ କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି ।

Vishal
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+