ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ । କୌନ ବନେଗା କରୋଡ ପତିର ଶୁଟିଂ ସେଟ୍‌ରେ ତାଙ୍କ ଗୋଡରେ ଆଘାତ ଲାଗିଛି। ତାଙ୍କ ବାମ ଗୋଡର ଶିର କଟିଯାଇଛି । ଅତ୍ୟନ୍ତ ରକ୍ତସ୍ରାବ ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଗୋଡରେ ଷ୍ଟିଚ୍ ପଡିଛି । ଏନେଇ ଅମିତାଭ ତାଙ୍କ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି ।

 Amitabh Bachchan

କିପରି ଅଛି ଅମିତାଭଙ୍କ ସ୍ୱାସ୍ଥ୍ୟ ?
ଅମିତାଭ ତାଙ୍କ ବ୍ଲଗରେ ଲେଖିଛନ୍ତି, ଧାତବର ଏକ ତୀକ୍ଷ୍ଣ ଅଂଶ ମୋ ବାମ ଗୋଡରେ ବାଜି ଶିର କଟି ଯାଇଛି । ରକ୍ତସ୍ରାବ ନିୟନ୍ତ୍ରଣ ନ ହେବାରୁ ଡାକ୍ତରଙ୍କୁ ଦେଖାଇ ଅପରେସନ୍ ଥିଏଟର୍‌ରେ 'ଷ୍ଟିଚ୍‌' ପକାଇବାକୁ ପଡିଲା । କର୍ମଚାରୀ ଏବଂ ଡାକ୍ତରଙ୍କ ଏକ ଟିମ୍ ସାହାଯ୍ୟରେ ଏହା ନିୟନ୍ତ୍ରଣରେ ଅଛି । ଗୋଡ଼ରେ ଚାପ ନ ପକାଇବାକୁ ଅଥବା ନ ଚାଲିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଏଥି ସହିତ ଅମିତାଭ କହିଛନ୍ତି ଯେ ଡାକ୍ତରମାନେ ତାଙ୍କୁ ଗୋଡ ନ ଘୁଞ୍ଚାଇବାକୁ, ଠିଆ ନ ହେବା ପାଇଁ, ଚଳପ୍ରଚଳ ନ କରିବାପାଇଁ, ଗୋଡ଼ ଉପରେ ଚାପ ପକାଇବା ମଧ୍ୟ ଡାକ୍ତରମାନେ ମନା କରିଛନ୍ତି ।

ଅମିତାଭ ଦୀର୍ଘ ଦିନ ଧରି କେବିସି ସହିତ ଜଡିତ ଅଛନ୍ତି । ଶୋ'ରେ ଅମିତାଭଙ୍କୁ ଦେଖିବା ପାଇଁ ଦର୍ଶକ ବହୁତ ପସନ୍ଦ କରନ୍ତି । ଶୋ'ରେ ଅନେକ ଥର ଅଭିନେତା ନିଜ ଜୀବନର କାହାଣୀ ମଧ୍ୟ ସେୟାର କରନ୍ତି । ଏପରିକି ନିଜ ପ୍ରଶଂସକଙ୍କର ଜୀବନର ଅନେକ ଛୋଟ ବଡ଼ ଘଟଣା ଶୁଣିବା ପାଇଁ ମଧ୍ୟ ପସନ୍ଦ କରନ୍ତି ଅଭିନେତା । ଶୋ'ର ସେଟରେ ଅମିତାଭଙ୍କର ବହୁତ ଯତ୍ନ ନିଆଯାଏ, ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ମିଳିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+