ସିନେମାରେ ବିବାଦୀୟ ଜିନ୍ନା: ପାକିସ୍ତାନର ଜାତିର ପିତାଙ୍କୁ ନେଇ ବଲିଉଡ କରିବ ସିନେମା
ପାକିସ୍ତାର ଜାତିର ପିତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ବଲିଉଡ୍ ସିନେମା ନିର୍ମାଣ କରିବା ପାଇଁ ଯାଉଛି
ମୁମ୍ବାଇ : ବଲିଉଡରେ ଭାରତର ଅନେକ ସ୍ବାଧୀନତା ସଂଗ୍ରାମୀଙ୍କୁ ନେଇ ସିନେମା ନିର୍ମାଣ କରାଯାଇଛି । ଯେଉଁଥିରେ ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ଭଗତ ସିଂ, ଓ ସର୍ଦ୍ଦାର ପଟେଲ୍ ଙ୍କ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀ ରହିଛନ୍ତି । ଏବେ ପାକିସ୍ତାର ଜାତିର ପିତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ବଲିଉଡ୍ ସିନେମା ନିର୍ମାଣ କରିବା ପାଇଁ ଯାଉଛି । ଏହି ସିନେମାକୁ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରଯୋଜକ କୁମାର ତୌରାନୀ । ଏନେଇ ସେ ଶୀଲା ରେଡ୍ଡିଙ୍କ ବହିର କପି ରାଇଟ୍ କିଣିଛନ୍ତି ।
ଭାରତକୁ ବିଭାଜିତ କରିବାରେ ମୁଖ୍ୟ ସୂତ୍ରଧର ଥିଲେ ଅଲ୍ ଇଣ୍ଡିଆ ମୁସଲିମ୍ ଲିଗର ସଂସ୍ଥାପକ ମହମ୍ମଦ ଅଲ୍ଲୀ ଜିନ୍ନା । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶିଲା ରେଡ୍ଡିଙ୍କ ଲିଖିତ ପୁସ୍ତକ ମିଷ୍ଟର ଆଣ୍ଡ ମିସେସ୍ ଜିନ୍ନା, ଦି ମ୍ୟାରେଜ୍ ଦାଟ୍ ସୋକ୍ ଇଣ୍ଡିଆର କପି ରାଇଟ୍ କଣିଛନ୍ତି ପ୍ରଯୋଜକ କୁମାର ତୌରାନୀ ।

ତୌରାନୀ କପି ରାଇଟ୍ କିଣିଥିବା କଥାକୁ ସ୍ୱିକାର ମଧ୍ୟ କରିଛନ୍ତି । ତେବେ ଏହି ପୁସ୍ତକକୁ ନେଇ ସେ ସିନେମା କରିବେ ନା ଓ୍ୱେବ ସିରିଜ୍ କରିବେ ସେନେଇ ନିଷ୍ପତ୍ତି ନେଇ ନଥିବା ସେ କହିଛନ୍ତି । ସିନେମା ନିର୍ମାଣ ପାଇଁ ସେ କ୍ରିଏଟିଭ୍ ନିର୍ଦ୍ଦେଶକଙ୍କ ସନ୍ଧାନରେ ଅଛନ୍ତି । ଏହି ପୁସ୍ତକରେ ଜିନ୍ନାଙ୍କର ରାଜନୈତିକ ଯାତ୍ରା ଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ପର୍ଯ୍ୟନ୍ତ ଲେଖା ରହିଛି । ତେଣୁ ସିନେମା ନିର୍ମାଣ କରିବାକୁ ହେଲେ ଏଥିରେ କିଛି ରୋଚକ ଦୃଶ୍ୟ ରହିବା ଆବଶ୍ୟକ ବୋଲି ତୌରାନୀ କହିଛନ୍ତି ।
ସୂଚନାଥାଉକି, ଭାରତରେ ଜିନ୍ନାଙ୍କୁ ନେଇ ସବୁ ସମୟରେ ବିବାଦ ଦେଖା ଦେଇଛି । ଭାରତୀୟଙ୍କ ମତରେ ଜିନ୍ନା ଭାରତକୁ ବିଭାଜନ କରିଥିଲେ । ତେବେ ରୁପେଲି ପରଦାରେ ଜିନ୍ନା ଆସିବା ରିଲିଜ୍ ହେଲା ବେଳକୁ ଏହାକୁ ନେଉ ବିବାଦ ଅଧିକ ଦେଖା ଯାଇପାରେ ବୋଲି କୁହାଯାଉଛି ।












Click it and Unblock the Notifications