ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର
ସମ୍ମାନଜନକ ଦାଦା ସାହେବ ଫାଲ୍କେ ପୁରସ୍କାର ଘୋଷଣା । ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଫାଲ୍କେ ପୁରସ୍କାର । ଏ ନେଇ ଘୋଷଣା ହୋଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି।

ବଲିଉଡର କିମ୍ବଦନ୍ତୀ ୱାହିଦା ରେହମାନ 2021 ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇବେ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ୱାହିଦା ରେହମାନ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ କଳାକାର ଭାବରେ କାର୍ଯ୍ୟ କରିଛନ୍ତି। ସେ ସାଉଥ୍ ସିନେମା ଫିଲ୍ମ 'ରୋଜୁଲୁ ମରାଇ'ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ରରେ ତାଙ୍କର ଦକ୍ଷ ଅଭିନୟ ସହିତ ପ୍ରଶଂସକଙ୍କୁ ନିଜର କରି ପାରିଥିଲେ ।
ପୂର୍ବରୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିବା ୱାହିଦାଙ୍କୁ ସର୍ବୋଚ୍ଚ ଫିଲ୍ମ ସମ୍ମାନ ମିଳିବା ଜଣେ ନାରୀର ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ଏକାଗ୍ରତାକୁ ପ୍ରତିପାତିତ କରୁଛି ବୋଲି କହିଛନ୍ତି ଅନୁରାଗ ଠାକୁର ।
୮୫ ବର୍ଷିୟା ୱାହିଦା ରେହମାନ ଗାଇଡ୍, ପ୍ୟାସା, କାଗାଜ୍ କେ ଫୁଲ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଦାଦା ସାହେବ ଫାଲ୍କେ ପୁରସ୍କାର ଦେଶର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ।












Click it and Unblock the Notifications