ବଲିଉଡ଼ ଫିଲ୍ମ ନିର୍ମାତା ୟଶ୍ ଚୋପ୍ରାଙ୍କ ପତ୍ନୀ ପାମେଲାଙ୍କ ପରଲୋକ

ମୁମ୍ବାଇ: ଆଜି ସକାଳେ ବିଶିଷ୍ଟ ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦେଶକ ୟଶ୍‌ ଚୋପ୍ରାଙ୍କ ପତ୍ନୀ ପାମେଲାଙ୍କର ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପ୍ରଚ୍ଛଦପଟ ଗାୟିକା ଭାବେ ସୁପରିଚିତା ପାମେଲା ଚଳଚ୍ଚିତ୍ର ଲେଖିବା ସହିତ ଚଳଚ୍ଚିତ୍ର ପ୍ରଯୋଜନା ମଧ୍ୟ କରିଥିଲେ ।

ବୟସାଧିକ କାରଣରୁ ଗତ ୧୫ ଦିନ ଧରି ସେ ଲାଳାବତୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲୋ । ଭେଣ୍ଟିଲେଟରରେ ଥିବା ପାମେଲାଙ୍କ ସ୍ବାସ୍ଥବସ୍ଥା ଆଜି ଅଧିକ ବିଗିଡ଼ି ଯାଇଥିଲା । ମେଡିକାଲରେ ଆଖି ବୁଜିବା ବେଳେ ପାଖରେ ପୁଅ ଆଦିତ୍ୟ, ଉଦୟ ଏବଂ ବୋହୂ ରାଣୀ ମୁଖାର୍ଜୀ ଥିଲେ ।

Pamela Chopra Passes Away

ପାମେଲା ଚୋପ୍ରାଙ୍କ ମୃତ୍ୟୁ ନେଇ 'ୱାଇଆର୍‌ଏଫ୍‌' ‌ଟୁଇଟ୍‌ କରି ଉଲ୍ଲେଖ କରିଛି । ଟ୍ବିଟରେ ଲେଖା ଅଛି ଦୁଃଖରେ ମ୍ରିୟମାଣ ହୋଇ ଚୋପ୍ରା ପରିବାର, ଆଜି ସକାଳେ ୭୪ ବର୍ଷୀୟ ପାମେଲା ଚୋପ୍ରାଙ୍କର ଦେହାନ୍ତ ହୋଇଯାଇଥିବା ସୂଚନା ଦେଉଛି । ପୂର୍ବାହ୍ନ ୧୧ଟାରେ ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଆପଣମାନଙ୍କ ପ୍ରାର୍ଥନା ପାଇଁ ଆମେ କୃତଜ୍ଞ ରହିବୁ । ଏଭଳି ବିୟୋଗାନ୍ତ ଦୁଃଖଦ ସମୟରେ ସେମାନଙ୍କୁ ଏକାନ୍ତରେ ଛାଡ଼ିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତ ।

୧୯୭୦ ମସିହାରେ ୟଶଙ୍କୁ ବିବାହ କରିଥିଲେ ପାମେଲା । ସିନେମା ନିର୍ଦ୍ଦେଶନା ସହ ସଙ୍ଗୀତ କ୍ଷେତ୍ରରେ ସ୍ବାମୀଙ୍କୁ ସବୁ ପ୍ରକାର ସହାୟତା ଦେଇଥିଲେ ପାମେଲା । ୟଶଙ୍କ ସୁପରହିଟ୍ ଫିଲ୍ମ କଭି କଭି, ନୁରୀ, କାଲା ପଥର, ସିଲସିଲା, ଚାନ୍ଦିନୀ ଭଳି ସିନେମାରେ କଣ୍ଠଦାନ କରିବା ସହ ଡ୍ରେସ୍ ଡିଜାଇନିଂ, ସହ ପ୍ରଯୋଜିକା ଭାବେ ଦାୟିତ୍ବ ତୁଲାଇଛନ୍ତି ।

ଶେଷଥର ପାଇଁ ପାମେଲା ଚୋପ୍ରା 'ୱାଇଆର୍‌ଏଫ୍‌'ର ପ୍ରାମାଣିକ ଚିତ୍ର 'ଦି ରୋମାଣ୍ଟିକ୍‌ସ୍‌'ରେ ଦେଖା ଦେଇଥିଲେ। ସେଥିରେ ସେ ସ୍ବାମୀ ୟଶ୍‌ ଚୋପ୍ରା ଏବଂ ତାଙ୍କ ଜୀବନଯାତ୍ରା ପ୍ରସଙ୍ଗରେ କହିଥିଲେ । ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ କେବଳ ୟଶ୍‌ ଚୋପ୍ରାଙ୍କର ନୁହେଁ, ପାମେଲା ଚୋପ୍ରାଙ୍କ ଅବଦାନ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି ।

ୟଶ ଓ ପାମେଲଙ୍କର ଦୁଇ ଜଣ ପୁଅ ଅଛନ୍ତି। ସେମାନେ ହେଉଛନ୍ତି ଆଦିତ୍ୟ ଚୋପ୍ରା ଓ ଉଦୟ ଚୋପ୍ରା। ଆଦିତ୍ୟ ଜଣେ ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ। ସେହିପରି ଉଦୟ ଜଣେ ଅଭିନେତା ଓ ଫିଲ୍ମ ପ୍ରଯୋଜକ । ପାମେଲା ଚୋପ୍ରା ଅନେକ ଫିଲ୍ମରେ ଗୀତ ଗାଇଥିଲେ। ସେଥିରୁ ଅଧିକାଂଶ ଫିଲ୍ମ ତାଙ୍କ ସ୍ୱାମୀ ୟଶ ଚୋପ୍ରାଙ୍କର ଥିଲା। ୧୯୯୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ 'ଆଇନା'ର ସେ ପ୍ରଯୋଜକ ଥିଲେ। ୧୯୯୭ରେ ରିଲିଜ୍ ହୋଇଥିବା ଫିଲ୍ମ 'ଦିଲ୍ ତୋ ପାଗଲ ହୈ'ର ସ୍କ୍ରିପ୍ଟ ପାମେଲା ତାଙ୍କ ସ୍ୱାମୀ ୟଶ, ପୁଅ ଆଦିତ୍ୟ ଓ ଲେଖକ ତନୁଜା ଚନ୍ଦ୍ରାଙ୍କ ସହିତ ମିଶି ଲେଖିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+