ରିଲିଜ୍ ହେଲା ରଣବୀର ସିଂଙ୍କ ଫିଲ୍ମ 'ସର୍କସ', ଫିଲ୍ମକୁ ନେଇ ଏପରି ମତ ଦେଲେ ଦର୍ଶକ
ରିଲିଜ୍ ହେଲା ରଣବୀର ସିଂଙ୍କ ଫିଲ୍ମ 'ସର୍କସ', ଫିଲ୍ମକୁ ନେଇ ଏପରି ମତ ଦେଲେ ଦର୍ଶକ
ମୁମ୍ବାଇ: ବଲିଉଡରେ ଆକ୍ସନ ପାଇଁ ପ୍ରସିଦ୍ଧ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏଥର କମେଡି ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ଚେଷ୍ଟା କରିଛନ୍ତି । ଆଜି ରିଲିଜ୍ ହୋଇଯାଇଛି ଫିଲ୍ମ 'ସର୍କସ' । ଏହି ଚଳଚ୍ଚିତ୍ରରେ ରଣଭୀର ସିଂ, ପୂଜା ହେଗଡେ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ବରୁଣ ଶର୍ମା, ଜନି ଲିଭର, ସଞ୍ଜୟ ମିଶ୍ରଙ୍କ ପରି ଅଭିନେତାଙ୍କର ଜବରଦସ୍ତ ଅଭିନୟ ଦେଖିବା ପାଇଁ ମିଳୁଛି ।

୨୦୨୨ର ଶେଷ ଶୁକ୍ରବାର ଅର୍ଥାତ୍ ଆଜି ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଫିଲ୍ମକୁ ପ୍ରଥମ ଦିନରେ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି । କିଛି ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରୁଥିବା ବେଳେ କିଛି ସିନେପ୍ରେମୀଙ୍କୁ ନିରାଶ କରିଛି ଏହି ଚଳଚ୍ଚିତ୍ର ।
#OneWordReview...#Cirkus: OUTDATED.
— taran adarsh (@taran_adarsh) December 23, 2022
Rating: ⭐️⭐️
Lacks entertainment and humour you associate with a #RohitShetty film… Has some funny moments [second half], but the spark is missing. #CirkusReview pic.twitter.com/vDoKULUllZ
ସୋସିଆଲ ମିଡିଆରେ 'ସର୍କସ'କୁ ମିଳୁଛି ମିଶ୍ରିତ ପ୍ରତିକ୍ରିୟା
'ସର୍କସ'ର ପ୍ରଥମ ଶୋ ଶେଷ ହେବା ମାତ୍ରେ ସୋସିଆଲ ମିଡିଆ ୟୁଜର୍ସ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ରୋହିତ୍ ସେଟ୍ଟୀଙ୍କ ଗୋଲମାଲ୍ ୟୁନିଭର୍ସ ପରି ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନୋରଞ୍ଜନ କରିବାରେ ବିଫଳ ହୋଇଛି । ଦୀପିକା ପାଦୁକୋଣ ଏବଂ ଅଜୟ ଦେବଗନଙ୍କ ସ୍ପେସାଲ ଏଣ୍ଟ୍ରି ସତ୍ତ୍ୱେ ଫିଲ୍ମଟି ଦର୍ଶକଙ୍କୁ ନିରାଶ କରିଛି ।
#CirkusReview half film completed and no where to find the main plot of the film. Average comedy and @RanveerOfficial excellent. Waiting for second half for rohit shetty magical
— Sif Rizz (@Re_covering) December 22, 2022
ସିନେ ସମାଲୋଚକ ତରନ୍ ଆଦର୍ଶ 'ସର୍କସ'କୁ OUTDATED ବୋଲି କହିଛନ୍ତି । ସେ ଫିଲ୍ମକୁ ସମୀକ୍ଷା କରି ଏହି ଚଳଚ୍ଚିତ୍ରକୁ 'OUTDATED'ବୋଲି କହିବା ସହ 2 ଷ୍ଟାର ଦେଇଛନ୍ତି । କିଛି ମଜାଳିଆ ମୁହୂର୍ତ୍ତ ରହିଛି । କିନ୍ତୁ ଫିଲ୍ମଟି କିଛି ଖାସ୍ ନୁହେଁ । 'ସର୍କସ'ର କାହାଣୀ ସଞ୍ଜୀବ କୁମାରଙ୍କ ଫିଲ୍ମ' ଅଙ୍ଗୁର'ରୁ ଅନୁପ୍ରାଣିତ ବୋଲି କୁହାଯାଉଛି । ବର୍ଷର ଶେଷ ଶୁକ୍ରବାରରେ ମୁକ୍ତିଲାଭ କରିଥିବା 'ସର୍କସ'ରୁ ନିର୍ମାତାଙ୍କର ବହୁତ ଆଶା ରହିଥିଲା, କିନ୍ତୁ ଚଳଚ୍ଚିତ୍ରଟି ପ୍ରଥମ ଦିନରୁ ହିଁ ଦର୍ଶକଙ୍କୁ ନିରାଶ କରିଛି ।












Click it and Unblock the Notifications