ବଢୁଛି OTT'ର ଚାହିଦା, Netflixରେ ଟ୍ରେଣ୍ତ କରୁଛି ବଲିଉଡ ଫିଲ୍ମ
ବଢୁଛି OTT'ର ଚାହିଦା, Netflixରେ ଟ୍ରେଣ୍ତ କରୁଛି ବଲିଉଡ ଫିଲ୍ମ ,
ମୁମ୍ବାଇ: ଗୋଟେ ପଟେ ବୟକଟ୍ ଡିମାଣ୍ତ ତ ଅନ୍ୟପଟେ ଫିଲ୍ମ କରୁଛି ଟ୍ରେଣ୍ତ୍ । ଧିରେ ବଦଳୁଛି ଦର୍ଶକଙ୍କ ରୁଚି । ଏଥର ସିନମା ହଲ୍ ନୁହେଁ OTT ପ୍ଲାଟଫର୍ମରେ ଫିଲ୍ମ ଦେଖିବା ପାଇଁ ପସନ୍ଦ କରୁଛନ୍ତି ସିନେ ପ୍ରେମି । ପ୍ରାୟତଃ ପ୍ରତ୍ୟକ ସପ୍ତାହରେ ନୂଆ ଚଳଚ୍ଚିତ୍ର, ୱେବ୍ ସିରିଜ୍ ଓଟିଟିରେ ରିଲିଜ୍ ହେଉଛି । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ମଧ୍ୟ ଦେଖିବା ପାଇଁ ମିଳୁଛି । ସିନେମା ହଲରେ ଭଲ ବ୍ୟବସାୟ କରୁ ନାହିଁ ଚଳିଚ୍ଚିତ୍ର ହେଲେ OTTରେ ଜବରଦସ୍ତ ଆୟ କରୁଛି ଫିଲ୍ମ ଓ ୱେବସିରିଜ୍ । ଏହି ସପ୍ତାହରେ ସାଉଥ୍ ଫିଲ୍ମକୁ ପଛରେ ପକାଇ ହିନ୍ଦୀ ସିନେମା ଆଗରେ ରହିଛି । ୱିକେଣ୍ତରେ ୬ଟି ଫିଲ୍ମର ଚାହିଦା ଅଧିକ ରହିଛି ।

ରାଜକୁମାର ରାଓଙ୍କ ଫିଲ୍ମ 'ହିଟ୍'ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି । ଯେଉଁଥିରେ ରାଜକୁମାରଙ୍କ ସହ ସାନିଆ ମଲହୋତ୍ରା ସ୍କ୍ରିନ୍ ସେୟାର କରିଛନ୍ତି । ଫିଲ୍ମଟି ବକ୍ସଅଫିସରେ ଭଲ ଆୟ କରି ନଥିଲା ସତ ହେଲେ ଓଟିଟିରେ ଏହି ଫିଲ୍ମକୁ ଦେଖିବା ପାଇଁ ପସନ୍ଦ କରୁଛନ୍ତି ଦର୍ଶକ । ଏହା ଏକ କ୍ରାଇମ୍ ଥ୍ରୀଲର ଚଳଚ୍ଚିତ୍ର । ସେହିପରି ତାମିଲ୍ ଫିଲ୍ମ କଟେରୀ ମଧ୍ୟ OTTରେ ରିଲିଜ୍ ହୋଇଛି । ଯେଉଁଥିରେ ମୁଖ୍ୟ ଭୂମିକାରେ ବୈଭବ ,ବାରାଲକ୍ଷ୍ମୀ,ସରତ କୁମାର ,ଅତମିକା ,ସୋନମ ବାଜୱାଙ୍କୁ ଦେଖିବା ପାଇଁ ମିଳୁଛି । ୱେଲ୍ ଯଦି ଆପଣ ହଲିଉଡ ସିନେମା ଦେଖିବା ପାଇଁ ପସନ୍ଦ କରନ୍ତି ତେବେ 'ମି ଟାଇମ୍'ଦେଖିପାରିବେ । କେଲେକ୍ସନ ଲିଷ୍ଟରେ ଏହା ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଛି । ସେହିପରି 'ଲଭ୍ ଇନ୍ ଦ ଭିଲ୍ଲା' ଫିଲ୍ମ ଦେଖିବା ପାଇଁ ମଧ୍ୟ ପସନ୍ଦ କରୁଛନ୍ତି ଦର୍ଶକ । ଏହା ଏକ କମେଡି ରୋମାଣ୍ଟିକ୍ ଫିଲ୍ମ ।
ଫିଲ୍ମ ଡାର୍ଲିଙ୍ଗସର ଚାହିଦା ଏବେ ମଧ୍ୟ ରହିଛି । OTTରେ ରିଲିଜ୍ ହୋଇଥିବା ଫିଲ୍ମ ଟ୍ରେଣିଂ ଲିଷ୍ଟରେ ପଞ୍ଚମ ସ୍ଥାନରେ ରହିଛି । ଫିଲ୍ମରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାର ନଜର ଆସିଥିଲେ । ଫିଲ୍ମର କାହଣୀ ,କଳାକାରଙ୍କ ଅଭିନୟ ସବୁ କିଛିକୁ ବେଶ୍ ପ୍ରଶଂସା ସାଉଁଟିଥିଲା । ସେହିପରି ଜିତେନ୍ଦ୍ର କୁମାରଙ୍କ ଫିଲ୍ମ 'ଜାଦୁଗର'ଷଷ୍ଠ ସ୍ଥାନରେ ରହିଛି ।
ପଙ୍କଜ ତ୍ରିପାଠୀଙ୍କ ଓ ନୀରଜ କାବିଙ୍କ ଅଭିନୀତ ଫିଲ୍ମ ଶେରଦିଲ୍ ବକ୍ସଅଫିସରେ ଭଲ ଆୟ କରି ନଥିଲା ହେଲେ ଓଟିଟି ଏହି ଫିଲ୍ମକୁ ଦେଖି ବା ପାଇଁ ପସନ୍ଦ କରୁଛନ୍ତି ଦର୍ଶକ ଏହା ସପ୍ତମ ସ୍ଥାନରେ ରହିଛି । ପଙ୍କଜ ତ୍ରିପାଠୀଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଅନ୍ୟପଟେ ଯଦି ଆମେ ତାପସୀଙ୍କ ଫିଲ୍ମ ଶାବାଶ ମିଥୁ ବିଷୟ କହିବା ତେବେ ଫିଲ୍ମଟିକୁ ନେଇ ଦର୍ଶକ ବେଶ୍ ଉତ୍ସାହ ରହିଥିଲା ହେଲେ ସିନେମା ହଲରେ ରିଲିଜ୍ ହେବା ପରେ ଏହାର ସେତେ ଚାହିଦା ନଥିଲା । ବକ୍ସଅଫିସରେ ଫ୍ଲପ୍ ହୋଇଥିଲା ହେଲେ ଓଟିଟିରେ ବେଶ୍ ଟ୍ରେଣ୍ତ କରିଥିଲା ଏହି ଫିଲ୍ମ । ସେହିପରି କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭଲ୍ ଭୁଲୟା -2 ମଧ୍ୟ ଦେଖିବା ପାଇଁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ ।












Click it and Unblock the Notifications