Makar Sankranti: ବଲିଉଡ ଷ୍ଟାରଙ୍କ 'ମକର ସଂକ୍ରାନ୍ତି' ଶୁଭେଚ୍ଛା
Makar Sankranti: ବଲିଉଡ ଷ୍ଟାରଙ୍କ 'ମକର ସଂକ୍ରାନ୍ତି' ଶୁଭେଚ୍ଛା
Makar Sankranti: ଆଜି ସମଗ୍ର ଦେଶରେ ବେଶ୍ ଧୂମଧାମରେ ପାଳନ ହେଉଛି ମକର ସଂକ୍ରାନ୍ତି । ଗୁଡ଼ି ଉଡାଇ ଆଜିର ଏହି ଖାସ ଦିନକୁ ସେଲିବ୍ରେଟ୍ କରାଯାଉଛି । ମକର ସଂକ୍ରାନ୍ତି ପାଇଁ ଆଜି ଚାରିଆଡେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳୁଛି । ଏଭଳି ପରିସ୍ଥିତିରେ, ବଲିଉଡ ଇଣ୍ଡଷ୍ଟ୍ରିର କଳାକାର ମାନେ ମଧ୍ୟ ନିଜ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶିଳ୍ପା ଶେଟ୍ଟୀଙ୍କ ଠାରୁ ଆରମ୍ଭ କରି ଅର୍ଜୁନ କପୁରଙ୍କ ପର୍ଯ୍ୟନ୍ତ ସମସ୍ତ ଷ୍ଟାର ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରତିବର୍ଷ ଭଳି, ଏଥର ମଧ୍ୟ ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇ ପଡିଛି ଦେଶ । ଅନେକ ସ୍ଥାନରେ ରଙ୍ଗୀନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହେଉଛି । ହିନ୍ଦୀ ସିନେମାର ଚଳଚ୍ଚିତ୍ର ତାରକାମାନେ ମଧ୍ୟ ମକର ସଂକ୍ରାନ୍ତି ଉତ୍ସବର ମଜା ନେଉଛନ୍ତି । ଏହା ସହିତ ସେ ନିଜ ପ୍ରଶଂସକମାନଙ୍କୁ ମଧ୍ୟ ଏହି ଉତ୍ସବର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଖାସ୍ ପୋଷ୍ଟ ସେୟାର କରି ନିଜ ପ୍ରଶଂସକଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ।

ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'କୁତେ' ଅଭିନେତା ଅର୍ଜୁନ କପୁର ମଧ୍ୟ ତାଙ୍କ ଫ୍ୟାନ୍ସଙ୍କୁ 'ମକର ସଂକ୍ରାନ୍ତି' ଶୁଭେଚ୍ଛା ଜଣାଇଛନ୍ତି । ଶିଳ୍ପା ଶେଟ୍ଟୀ ଏବଂ ଅର୍ଜୁନ କପୁରଙ୍କ ବ୍ୟତୀତ ବଲିଉଡର ଭେଟେରାନ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ନିଜ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।














Click it and Unblock the Notifications