ବଲିଉଡ ପାଳିଲା ୭୬ ତମ ସ୍ୱାଧୀନତା ଦିବସ

Independence Day 2022:Bollywood Celebs Took To Social Media To Share Lovely Independence Day Wishes.ବଲିଉଡ ପାଳିଲା ୭୬ ତମ ସ୍ୱାଧୀନତା ଦିବସ

ମୁମ୍ବାଇ: ଆଜି ଦେଶପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଆଜି ଉତ୍ସବ ମୁଖର । ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରୁଛି ସ୍ବାଧୀନତାର ଏହି ଅମୃତ ମହୋତ୍ସବ । ସାଧାରଣ ଲୋକ ଠାରୁ ଆରମ୍ଭ କରି ନେତା, ଅଭିନେତା ମଧ୍ୟ ଆଜିର ଦିନକୁ ସେଲିବ୍ରେଟ କରୁଛନ୍ତି । ବଲିଉଡ ମଧ୍ୟ ଆଜି ବେଶ୍ ଉତ୍ସାହର ସହ ଆଜିର ଦିନକୁ ପାଳନ କରୁଛି । ହରଘର ତ୍ରିରଙ୍ଗା ଅଭିଯାନରେ ମଧ୍ୟ ସାମିଲ ହୋଇଛନ୍ତି ସିନେମା ଜଗତର ଷ୍ଟାର ମାନେ ।

BOLLYWOOD

ବଲିଉଡ ଅଭିନେତା ଅକ୍ଷୟ କୁମାର ଅନେକ ଦେଶଭକ୍ତି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରନ୍ତି । ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ସାମିଲ ହୋଇ ୭୬ ତମ ସ୍ୱାଧୀନତା ଦିବସ ପାଳନ କରିବା ସହ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେଶରୀ ହଲିଡେ, ଏୟାରଲିଫ୍ଟ, ବେବୀ ପରି ଫିଲ୍ମରେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିଣିଥିଲେ।

ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ସ୍ୱାଧୀନତାର ଏହି ମହାନ ପର୍ବରେ ସାମିଲ ହୋଇ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲି ନିଜ ପରିବାର ସହ ସ୍ୱାଧୀନତା ଦିବସ ପାଳନ କରିଥିଲେ ।

ସେହିପରି ଆକ୍ସନ୍ ହିରୋ ଟାଇଗର୍ ଶ୍ରଫ୍ ମଧ୍ୟ ବେଶ୍ ନିଆରା ଅନ୍ଦାଜ୍ ରେ ଏହି ଅମୃତ ମହୋତ୍ସବକୁ ସେଲିବ୍ରେଟ୍ କରିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟାଇଗରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି ।

ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଅସୁସ୍ଥ ଥିବା ସତ୍ୱେ ଘରେ ରହି ସ୍ୱାଧୀନତାର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି । ସୋସିଆଲ ମିଡିଆରେ ସେ ଏନେଇ ସୂଚନା ଦେଇଥିଲେ । ସେହିପରି ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ୱାମୀ ତଥା କ୍ରିକେଟିୟର ବିରାଟ କୋହଲି ମଧ୍ୟ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଓ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

1

ଆମେରିକାରେ ରହି ମଧ୍ୟ ସେ ନିଜ ଦେଶକୁ କେବେ ଭୁଲି ନାହଁନ୍ତି । ଦେଶିଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ସ୍ୱାଧୀନତା ଘୋଷଣା ହୋଇଥିବା ଏକ ଖବର କାଗଜକୁ ମଧ୍ୟ ପୋଷ୍ଟ କରିଛନ୍ତି । ପିସିଙ୍କର ଏହି ପୋଷ୍ଟକୁ ଖୁବ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ ।

ଗତକାଲି ଶାହାରୁଖ ଖାନ ହରଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ନିଜ ଘର ମନ୍ନତରେ ପରିବାର ସହ ତ୍ରିରଙ୍ଗା ଉଡାଇଥିଲେ । କିଙ୍ଗ୍ ଖାନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ଓ ଫ୍ୟାନ୍ସ ଏହାକୁ ଖୁବ ପ୍ରଶଂସା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+