ବିଶ୍ୱକପ୍ 2023: ପରାଚୟ ସତ୍ତ୍ୱେ ପ୍ରଶଂସା, ଭାରତୀୟ ଟିମ୍ ସପୋର୍ଟରେ ବଲିଉଡ ସେଲିବ୍ରିଟି

World Cup 2023: 19 ନଭେମ୍ବର 2023 ଦିନଟି ଭାରତ ପାଇଁ କିଛି ଖାସ୍ ଭଲ ନଥିଲା । ଅଷ୍ଟ୍ରେଲିଆ 6 ଟି ୱିକେଟ୍ ନେଇ ବିଶ୍ୱକପ୍ 2023ରେ ଭାରତକୁ ପରାସ୍ତ କରିଛି । ଏହି ମୁହୂର୍ତ୍ତ ଭାରତୀୟ ଖେଳାଳୀଙ୍କ ସହ କୋଟି କୋଟି ଦେଶବାସୀଙ୍କୁ ନିରାଶ କରିଛି । ଏଥି ସହିତ ଟିମ୍ ଇଣ୍ଡିଆର ପରାଜୟ ପରେ ବଲିଉଡର ସେଲିବ୍ରିଟି ମାନଙ୍କୁ ମଧ୍ୟ ଝଟକା ଲାଗିଥିଲା । ପରାଜୟ ସତ୍ତ୍ୱେ ଶାହାରୁଖ ଖାନ, କାଜୋଲଙ୍କ ଠାରୁ ଆରମ୍ଭ କରି ବିକି କୌଶଲଙ୍କ ପର୍ଯ୍ୟନ୍ତ ସମସ୍ତେ ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ।

 Bollywood

ସୋସିଆଲ ମିଡିଆରେ ପୋଷ୍ଟ କରି ଟିମ୍ ଇଣ୍ଡିଆର ଉତ୍କୃଷ୍ଟ ପ୍ରଦର୍ଶନକୁ ଅଭିନେତା ଶାହାରୁଖ ଖାନ ପ୍ରଶଂସା କରିଛନ୍ତି । ଅଭିନେତା ଲେଖିଛନ୍ତି, 'ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଯେଉଁଭଳି ଖେଳିଛି ତାହା ଏକ ସମ୍ମାନଜନକ ବିଷୟ ଏବଂ ପ୍ରତ୍ୟେକ ଖେଳର ଖେଳାଳୀଙ୍କ ନିଷ୍ଠା ଦେଖିବା ପାଇଁ ମିଳିଥିଲା । ଏହା ଖେଳ ଏଥିରେ ପ୍ରତ୍ୟେକ ଦିନ ସମାନ ନଥାଏ, କିନ୍ତୁ କ୍ରିକେଟ୍ ଭଲ ପ୍ରଦର୍ଶନ କରି ଆମକୁ ଗର୍ବିତ କରିଥିବାରୁ ଟିମ୍ ଇଣ୍ଡିଆକୁ ଧନ୍ୟବାଦ ...

କାଜୋଲ ମଧ୍ୟ ଭାରତୀୟ ଟିମର ପ୍ରଶଂସା କରିଛନ୍ତି, ସେ ବାଜିଗର ଚଳଚ୍ଚିତ୍ରର ପ୍ରସିଦ୍ଧ ସଂଳାପ ବ୍ୟବହାର କରିଥିଲେ । ସେ ଲେଖିଛନ୍ତି, 'ହାରିକି ଯିଏ ଜିତେ ତାଙ୍କୁ ବାଜିଗର କୁହାଯାଏ । ଟିମ୍ ଇଣ୍ଡିଆ ବହୁତ ଭଲ ଖେଳିଛି ଏବଂ ଆଉ ଏକ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆକୁ ଅଭିନନ୍ଦନ ।

ସେହିପରି ଆୟୁଷ୍ମାନ ଖୁରାନା ଲେଖିଛନ୍ତି, "ଟିମ୍ ଇଣ୍ଡିଆ ପାଇଁ ଆଜି ଏକ ଖରାପ ଦିନ ଥିଲା ହେଲେ 2023 ବିଶ୍ୱକପ୍‌ର କଠିନ ମ୍ୟାଚ୍ ପାଇଁ ସର୍ବଦା ସ୍ମରଣୀୟ ରହିବେ। ଖୁବ୍ ଭଲ ମ୍ୟାଚ୍ ଖେଳାଯାଇଛି ।" ଏହା ସହ ଅଭିନେତା ଷ୍ଟାଡିୟମରୁ ତାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ବିକି କୌଶଲ ଇନଷ୍ଟା ଷ୍ଟୋରୀରେ ପୋଷ୍ଟ କରି ଲେଖିଛନ୍ତି, "ତଥାପି ସର୍ବୋତ୍ତମ ଦଳ। ଅଭିଷେକ ବଚ୍ଚନ ଟ୍ୱିଟ୍ କରି କହିଛନ୍ତି, "ଏକ ବଳିଷ୍ଠ ଉଦ୍ୟମ ପରେ ଏକ କଠୋର ପରାଜୟ ...ଏହା ବ୍ୟତୀତ ଅନେକ ସେଲିବ୍ରେଟ୍ ଟିମ୍ ଇଣ୍ଡିଆକୁ ପୋଷ୍ଟ କରି ପ୍ରଶଂସା କରିଥିବାର ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+