ସେଲିବ୍ରିଟିଙ୍କ ବିବାଦୀୟ ବିଜ୍ଞାପନ: ଟ୍ରୋଲର ଶିକାର ହେଲେ ବଲିଉଡ୍ ଷ୍ଟାର

ସେଲିବ୍ରିଟିଙ୍କ ବିବାଦିୟ ବିଜ୍ଞାପନ: ଟ୍ରୋଲର ଶିକାର ହେଲେ ଆମୀର, ଅକ୍ଷୟ, ସୈଫ୍, ଆଲିଆଙ୍କ ପରି ଷ୍ଟାର୍...

ମୁମ୍ବାଇ: ଆଜିକାଲି ଅମୀର ଖାନଙ୍କ ଏକ ବିଜ୍ଞାପନକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ବିଜ୍ଞାପନ ଯୋଗୁ ମିଷ୍ଟର ପରଫେକ୍ସନିଷ୍ଟ ଧାର୍ମିକ ଭାବନାକୁ ଆହତ କରିବା ଅଭିଯୋଗରେ ଫଶି ଯାଇଛନ୍ତି । କିୟାରା ଆଡଭାନୀଙ୍କ ସହ ଅମୀରଙ୍କର ଏକ ଘରୋଇ ବ୍ୟାଙ୍କ ପାଇଁ ବିଜ୍ଞାପନ ପ୍ରସାରିତ ହେଉଛି । ଏହି ବିଜ୍ଞାପନରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଏପରିକି ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ମଧ୍ୟ ଏହି ଆଡକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ସେ ଅଭିନେତାଙ୍କୁ କାହାର ଧାର୍ମିକ ଭାବନାକୁ ଅଘାତ ନ ପହଁଚାଇବା ପାଇଁ ଉପଦେଶ ଦେଇଛନ୍ତି ।

Controversy Advertisment

ଏହି ବିଜ୍ଞାପନରେ ଆମୀର ଏବଂ କିଆରାଙ୍କୁ ଏକ ନୂତନ ବିବାହିତ ଦମ୍ପତି ଭାବରେ ଦର୍ଶାଯାଇଛି । ଏହି ବିଜ୍ଞାପନରେ ପରମ୍ପରା ଭାଙ୍ଗିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଡରେ ଏହା ଦର୍ଶାଯାଇଛି ଯେ ଜ୍ୱାଇଁ ଆମୀର ତାଙ୍କ ଅସୁସ୍ଥ ଶ୍ୱଶୁରଙ୍କ ଯତ୍ନ ନେବା ପାଇଁ ବିବାହ ପରେ କିଆରାଙ୍କ ଘରକୁ ଯାଆନ୍ତି । ଯାହା କିଛି ଲୋକଙ୍କୁ ପସନ୍ଦ ଆସୁ ନାହିଁ । ଏହାକୁ ହିନ୍ଦୁ ପରମ୍ପରାକୁ ଅପମାନ ବୋଲି ବିବେଚନା କରାଯାଉଛି । ସେହିପରି ଅନେକ ଲୋକ ଏହି ଆଡକୁ ପ୍ରଶଂସା କରୁଛନ୍ତି । ଉଲ୍ଲେଖଥାଉ କି, ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ବଲିଉଡର ସେଲିବ୍ରିଟିଙ୍କ ଟିଭି ବିଜ୍ଞାପନକୁ ସମାଲୋଚନା କରାଯାଇଛି । ଯେଉଁଥି ପାଇଁ ଏହି ଷ୍ଟାରଙ୍କୁ ଟ୍ରୋଲର ଶିକାର ହେବା ପାଇଁ ମଧ୍ୟ ପଡିଛି । ଏହି ତାଲିକାରେ କିଏ ଅନ୍ତର୍ଭୂକ୍ତ ଅଛନ୍ତି ଆସନ୍ତୁ ଜାଣିବା ।

Bollywood Celebrity

ଅକ୍ଷୟ କୁମାରଙ୍କ ତମାଖୁ ବ୍ରାଣ୍ଡର ବିଜ୍ଞାପନକୁ ନେଇ ବିବାଦ ଲାଗି ରହିଥିଲା
ତମାଖୁ ବ୍ରାଣ୍ଡର ବିଜ୍ଞାପନ ପାଇଁ ବଲିଉଡର ଖିଲାଡି କୁମାରଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡିଥିଲା । ଅକ୍ଷୟ କୁମାର ଏହି ବିଜ୍ଞାପନ ପାଇଁ ସର୍ବସାଧାରଣରେ କ୍ଷମା ମାଗିଥିଲେ । ସେ ତାଙ୍କ ସ୍ପଷ୍ଟୀକରଣରେ କହିଥିଲେ ଯେ ଏହି ଏଣ୍ଡୋର୍ସମେଣ୍ଟ ଫି ଏକ ଉତ୍ତମ କାରଣ ପାଇଁ ଯିବ ଏବଂ ଭବିଷ୍ୟତରେ ସେ ଏପରି ବିଜ୍ଞାପନ କରିବେ ନାହିଁ । ଉଲ୍ଲେଖଥାଉ କି, ଅଜୟ ଦେବଗନ୍ ଏବଂ ଶାହାରୁଖ ଖାନଙ୍କୁ ମଧ୍ୟ ଏହି ବିଜ୍ଞାପନରେ ଦେଖିବା ପାଇଁ ମିଳିଥିଲା ।

ବିକି କୌଶଲଙ୍କ ବିଜ୍ଞାପନକୁ ନେଇ ବିବାଦ ଲାଗି ରହିଥିଲା
ବିକି କୌଶଲଙ୍କ ବିଜ୍ଞାପନକୁ ନେଇ ମଧ୍ୟ ଅନେକ ବିବାଦ ଲାଗି ରହିଥିଲା । ଏକ ଅଣ୍ଡର୍ ୱେୟାର୍ ବିଜ୍ଞାପନରେ ସାଉଥ୍ ସୁନ୍ଦରୀ ରଶ୍ମିକା ଓ ଭିକି ଏକାଠି ନଜର ଆସିଥିଲେ । ଯେଉଁଥିରେ ରଶ୍ମିକା ମନ୍ଦାନା ବିକିଙ୍କ ଅଣ୍ଡର୍ ୱେୟାର ଦେଖି ଫିଦା ହୋଇଯାଇଥିଲେ । ଯାହାକୁ ସୋସିଆଲ ମିଡିଆରେ ଖୁବ ସମାଲୋଚନା କରାଯାଇଥିଲା । ଏହି ବିଜ୍ଞାପନ ପାଇଁ ରଶ୍ମିକା-ଭିକି ଉଭୟଙ୍କୁ ଟ୍ରୋଲ ହେବା ପାଇଁ ପଡିଥିଲା । ଲୋକମାନେ ଏହାକୁ ଲଜ୍ଜାଜନକ ବୋଲି କହିଥିଲେ।

ଆଲିଆ ଭଟ୍ଟଙ୍କ ବିଜ୍ଞାପନକୁ ନେଇ ବିବାଦ
ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ବିଜ୍ଞାପନ ପାଇଁ ଲୋକଙ୍କ ରାଗର ଶିକାର ହୋଇଥିଲେ । ବାସ୍ତବରେ, ଆଲିଆ ଏକ ବିବାହ ପୋଷାକ କମ୍ପାନୀର ବ୍ରାଣ୍ଡକୁ ପ୍ରମୋଟ କରିବା ପାଇଁ ଏକ ବିଜ୍ଞାପନ କରିଥିଲେ । ସେ ଏହି ବିଜ୍ଞାପନରେ ବୋହୂ ବେଶରେ ନଜର ଆସିଥିଲେ । ବିଜ୍ଞାପନରେ ଏହା ଦର୍ଶାଯାଇଛି ଯେ ମହିଳାମାନେ ଜିନିଷ କିମ୍ବା ସାମଗ୍ରୀ ନୁହଁନ୍ତି ଏବଂ କନ୍ୟାଦାନ ସମାରୋହ ଉପରେ ପ୍ରଶ୍ନ ଉଠିଥିଲା । ଏହି ବିଜ୍ଞାପନକୁ ବହୁତ ଟ୍ରୋଲ କରାଯାଇଥିଲା । ଲୋକମାନେ ଏହାକୁ ହିନ୍ଦୁ ରୀତିନୀତି ବିରୋଧି ବୋଲି କହିଥିଲେ ।

ସୈଫ ଅଲ୍ଲୀ ଖାନଙ୍କ ବିଜ୍ଞାପନକୁ ନେଇ ବିବାଦ
ତମାଖୁ ବ୍ରାଣ୍ଡର ବିଜ୍ଞାପନ କରି ସୈଫ ଅଲ୍ଲୀ ଖାନଙ୍କୁ ମଧ୍ୟ ବହୁତ ସମାଲୋଚନାର ଶିକାର ହେବା ପାଇଁ ପଡିଥିଲେ । ଏହି ଆଡକୁ ତୀବ୍ର ନିନ୍ଦା କରାଯାଇଥିଲେ । ମାମଲା ଏତେ ଗମ୍ଭିର ହୋଇଯାଇଥିଲା ଯେ 2015 ମସିହାରେ ଦିଲ୍ଲୀ ସରକାର ତମାଖୁ ବ୍ରାଣ୍ଡକୁ ପ୍ରୋତ୍ସାହିତ ନ କରିବାକୁ ଅଭିନେତାଙ୍କୁ ନିବେଦନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+