ଚର୍ଚ୍ଚାରେ ଟଲିଉଡ ହ୍ୟାଣ୍ଡସମ ହଙ୍କ ମହେଶ ବାବୁ
ଟଲିଉଡର ଏହି ଚର୍ଚ୍ଚିତ ଅଭିନେତା ଏବେ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡକୁ ନେଇ ଦେଇଥିବା ଏକ ବୟାନ ପାଇଁ ଟ୍ବିଟରରେ ଟ୍ରେଣ୍ଡ କରୁଛନ୍ତି ମହେଶ ବାବୁ।
ମୁମ୍ବାଇ: ସାଉଥରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଟଲିଉଡ ହ୍ୟାଣ୍ତସମ ହଙ୍କ ମହେଶ ବାବୁଙ୍କ ରହିଛି କ୍ରେଜ। ନିଜ ଅଭିନୟରେ ଦର୍ଶଙ୍କୁ ବାନ୍ଧି ରଖନ୍ତି ସେ । ତାଙ୍କର ଫ୍ୟାନ ଫଲୋଇଙ୍ଗ ମଧ୍ୟ କିଛି କମ ନୁହନ୍ତି । ତେବେ ଟଲିଉଡର ଏହି ଚର୍ଚ୍ଚିତ ଅଭିନେତା ଏବେ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡକୁ ନେଇ ଦେଇଥିବା ଏକ ବୟାନ ପାଇଁ ଟ୍ବିଟରରେ ଟ୍ରେଣ୍ଡ କରୁଛନ୍ତି ମହେଶ ବାବୁ।

ମହେଶ କହିଛନ୍ତି, '' ବଲିଉଡରେ କାମ କରିବାକୁ ମୋର ଇଚ୍ଛା ନାହିଁ। ମୋତେ କିଣିବା ପାଇଁ ବଲିଉଡ ପାଖରେ ଦମ ନାହିଁ । ସେ ମୋର ଖର୍ଚ୍ଚ ଉଠାଇ ପାରିବନି । ମୋ ମତରେ ବଲିଉଡରେ କ୍ୟାରିଅର କରିବା ସମୟ ବର୍ବାଦ କରିବା ସହ ସମାନ । ମୁଁ ଏମିତି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁନି, ଯିଏ ମନ ମୁତାବକ ପାରିଶ୍ରମିକ ଦେବାକୁ ସକ୍ଷମ ନୁହେଁ। ସାଉଥରୁ ମୋତେ ବହୁତ ଭଲପାଇବା ଓ ସମ୍ମାନ ମିଳିଛି ସେତିକି ମୋ ପାଇଁ ବଡ । ଏହି କାରଣରୁ ମୁଁ ଇଣ୍ଡଷ୍ଟ୍ରିରେ ଅନ୍ୟ ଇଣ୍ତଷ୍ଟ୍ରିରେ କରିବାକୁ ଚାହୁଁନି ''।
ମହେଶ ବାବୁଙ୍କ ଏଭଳି ବୟାନକୁ ନେଇ ଏବେ ଫିଲ୍ମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାହାକୁ ତାଙ୍କର ଏଭଳି ବୟାନ ଭଲ ଲାଗିଥିବା ବେଳେ ଆଉ କେତେ ଜଣ ତାଙ୍କର ଏହି ବୟାନକୁ ନାପସନ୍ଦ କରିଛନ୍ତି।
୨୦୨୦ରେ ରିଲିଜ ହୋଇଥିବା ଫିଲ୍ମ 'ସରାଇଲେରୁ ନିକେୟେଭରୁ' ଫିଲ୍ମରେ ମହେଶ ବାବୁଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଖୁବ୍ଶୀଘ୍ର ସେ ତାଙ୍କ ଅପ୍କମିଂ ଫିଲ୍ମ 'ସରକାରୁ ଭାରି ପାଟା'ରେ ନଜର ଆସିବେ। ମେ' ୧୨ ତାରିଖରେ ଏହି ଫିଲ୍ମଟି ରିଲିଜ ହେବ। ଏଥିରେ ମହେଶ ବାବୁ ଲିଡ୍ ରୋଲ୍ରେ ଥିବା ବେଳେ ତାଙ୍କ ଅପୋଜିଟ୍ରେ କ୍ରିର୍ତ୍ତି ସୁରେଶ ଅଛନ୍ତି।












Click it and Unblock the Notifications