ପହଲଗାମ ଆକ୍ରମଣ: ଆତଙ୍କବାଦର ନିନ୍ଦା କଲା ବଲିଉଡ, ଷ୍ଟାର କହିଲେ ଏହା କ୍ଷମା ଯୋଗ୍ୟ ନୁହେଁ...
ମଙ୍ଗଳବାର ୨୨ ଏପ୍ରିଲ ୨୦୨୫ରେ ଭାରତ ପାଇଁ ଆଉ ଏକ ଦୁଃଖଦ ଦିନ । ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳି ମାଡ଼ କରିଥିଲେ। ଯେଉଁଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏପିରିକି କିଛି ବିଦେଶୀ ପର୍ଯ୍ୟଟକ ମଧ୍ୟ ପ୍ରାଣ ହରାଇଛନ୍ତି । ରିପୋର୍ଟ ଅନୁସାରେ, ଘଟଣାଟି ମଙ୍ଗଳବାର ଅପରାହ୍ନ ପ୍ରାୟ ୨.୪୫ ସମୟରେ ପହଲଗାମର ବୈସାରନ ଘାଟିରେ ଘଟିଥିଲା। ଯେଉଁଠି ପହଞ୍ଚିବା ଏତ ସହଜ ନଥିଲା । ଏହି ସୁନ୍ଦର ସ୍ଥାନଟି ସହରରୁ ଦୂରରେ ରହିଛି ।
ଏହି ଘଟଣା ପରେ ସମଗ୍ର ଦେଶରେ କ୍ରୋଧ ପ୍ରକାଶ ପାଇଛି। ସମସ୍ତେ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଦାବି କରୁଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ସୋସିଆଲ ମିଡିଆରେ ଏହି ଦୁଃଖଦ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି।
ଏହି ଘଟଣାରେ ଦୁଃଖ ପ୍ରକାଶ କରି ଅକ୍ଷୟ କୁମାର X (ପୂର୍ବ ଟ୍ୱିଟର) ରେ ଲେଖିଛନ୍ତି, ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଖବର ଶୁଣି ମୁଁ ମର୍ମାହତ। ଏହିପରି ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବା ଏକ ଘୃଣ୍ୟ ପାପ। ମୁଁ ସେମାନଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛି।
ଟିଭି ଅଭିନେତ୍ରୀ ଦବୋଲିନା ଭଟ୍ଟାଚାର୍ଯ୍ୟ କ୍ଷୋଭର ସହ ଲେଖିଥିଲେ, ଯେଉଁମାନେ କାଶ୍ମୀର ଫାଇଲ୍କୁ ଏକ ପ୍ରଚାର ଚଳଚ୍ଚିତ୍ର କହିଥିଲେ ସେମାନେ କେଉଁଠି? ନାଁ ଏହା ମଧ୍ୟ ଏକ AI ଭିଡିଓ।
ଶ୍ରଦ୍ଧାଞ୍ଜଳି ଜଣାଇ ଅଜୟ ଦେବଗନ ଲେଖିଛନ୍ତି, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଶୁଣି ମୁଁ ମର୍ମାହତ। ପୀଡିତମାନେ ଏବଂ ସେମାନଙ୍କ ପରିବାର ନିର୍ଦ୍ଦୋଷ ଥିଲେ। ଯାହା ଘଟିଛି ତାହା ହୃଦୟବିଦାରକ । ମୋର ସମବେଦନା ଏବଂ ପ୍ରାର୍ଥନା ସେମାନଙ୍କ ସହିତ ଅଛି।

ସୋନୁ ସୁଦ ସୋସିଆଲ ମିଡିଆରେ ଲେଖିଛନ୍ତି, କଶ୍ମୀରର ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ସଭ୍ୟ ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ ଏବଂ ଏହି କାର୍ଯ୍ୟ ଗ୍ରହଣୀୟ ନୁହେଁ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।
ସେମାନେ ଆମ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କଲେ, କ୍ରୋଧରେ ସଞ୍ଜୟ ଦତ୍ତ ଲେଖିଥିଲେ। ଏହାକୁ କ୍ଷମା କରାଯାଇପାରିବ ନାହିଁ, ଏହି ଆତଙ୍କବାଦୀମାନେ ଜାଣିବା ଉଚିତ ଯେ ଆମେ ଚୁପ୍ ବସିବୁ ନାହିଁ। ଆମକୁ ପ୍ରତିଶୋଧ ନେବାକୁ ପଡିବ, ମୁଁ ଆମର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ଯେଉଁ ଦଣ୍ଡ ପାଇବା ଉଚିତ ତାହା ଦିଅନ୍ତୁ।
ଆପଣଙ୍କୁ କହିରଖୁଛୁ ଯେ, ଆକ୍ରମଣ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରରେ ପହଞ୍ଚିଥିଲେ । ସେଠାରେ ସେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ଏବଂ ଘଟଣା ବିଷୟରେ ସୂଚନା ସଂଗ୍ରହ କରିଥିଲେ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications