ସୁଟିଂ ବେଳେ ଗୁରୁତର ଭାବେ ଆହତ ହେଲେ ଉର୍ବଶୀ ରାଉତେଲା

Urvashi Rautela Hospitalized: ସୁଟିଂ ବେଳେ ଗୁରୁତର ଆହତ ହେଲେ ଉର୍ବଶୀ ରାଉତେଲା । ସୂଚନା ଅନୁସାରେ ତାଙ୍କ ହାତରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଅଭିନେତ୍ରୀ ଚିକିତ୍ସିତ ହେଉଛନ୍ତି।

urvashi rautela

ବାସ୍ତବରେ, ଫ୍ରି ପ୍ରେସ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ଉର୍ବଶୀ ହାଇଦ୍ରାବାଦରେ ନନ୍ଦାମୁରୀ ବାଲାକ୍ରିଷ୍ଣାଙ୍କ ଆଗାମୀ ତେଲୁଗୁ ଚଳଚ୍ଚିତ୍ର NBK 109 ରେ ପାଇଁ ସୁଟିଂ କରୁଛନ୍ତି । ଏହି ଚଳଚ୍ଚିତ୍ରର ଏକ ଆକ୍ସନ୍ ସିନ୍ ସୁଟିଂ ହେବା ବେଳେ ଅଭିନେତ୍ରୀ ଆହତ ହୋଇଥିଲେ । ଯାହା ପରେ ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ ଭାଙ୍ଗି ଯାଇଥିୂବା ନେଇ ସୂଚନା ରହିଛି ।

ଉର୍ବଶୀ ରାଉତେଲା NBK 109'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ସୁଟିଂ ହାଇଦ୍ରାବାଦରେ ଜାରି ରହିଛି । ସୁଟିଂ ବେଳେ ଅଭିନେତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉର୍ବଶୀ ଡାକ୍ତରଖାନାରୁ କୌଣସି ଫଟୋ କିମ୍ବା ଭିଡିଓ ପ୍ରକାଶ ପାଇନାହିଁ । ବର୍ତ୍ତମାନ ପ୍ରଶଂସକମାନେ ଅଭିନେତ୍ରୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ତେବେ ଏହି ଚଳଚ୍ଚିତ୍ରରେ ବବି ଦେଓଲ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଅକ୍ଟୋବର 2024 ସୁଦ୍ଧା ଏହି ଚଳଚ୍ଚିତ୍ର ମୁକ୍ତିଲାଭ ହୋଇପାରେ । ଏହି ଚଳଚ୍ଚିତ୍ର ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+