ବଲିଉଡରେ ଏହି ଅଭିନେତ୍ରୀ ମୃତ୍ୟୁ ପୂର୍ବରୁ କରିଥିଲେ ୫ ଥର ଆତ୍ମହତ୍ୟା ଉଦ୍ୟମ
Bollywood News: ଅଭିନେତା ସୁରଜ ପଞ୍ଚୋଲି ଏବଂ ଜିଆ ଖାନଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ବେଶ୍ ଜୋର ଧରିଥିଲା । ହେଲେ ଜିଆ ଖାନଙ୍କ ଆତ୍ମହତ୍ୟା ସବୁ କିଛି ବଦଳାଇ ଦେଇଥିଲା । ଅଭିନେତାଙ୍କ ନାଁ ଜିଆଙ୍କ ଆତ୍ମହତ୍ୟା ସହ ଯୋଡା ଯାଇଥିବା ଏବଂ ତାଙ୍କୁ ଦୋଷ ଦିଆଯାଇଥିଲା ।

ଅଭିନେତା ଜିଆଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଏଥି ପାଇଁ ସୁରଜଙ୍କୁ ଜେଲ ମଧ୍ୟ ଯିବା ପାଇଁ ପଡିଥିଲା । ହେଲେ ପରେ ସେ 2023ରେ ସୁରଜ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ପ୍ରମାଣିତ ହୋଇଥିଲେ ଏବଂ ଜେଲରୁ ବାହାରିଥିଲେ ।ବର୍ତ୍ତମାନ ତାଙ୍କ ମା' Zarina Wahab ଜିଆଙ୍କ ମୃତ୍ୟୁକୁ ନେଇ ଏକ ବଡ଼ କଥା କହିଛନ୍ତି ।
ଏକ ଇଣ୍ଟରଭିୟୁରେ ସୁରଜ ପଞ୍ଚୋଲିଙ୍କ ମା"Zarina Wahab'ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ କହିଛନ୍ତି, ଜିଆଙ୍କ ମୃତ୍ୟୁ ଖବର ଆମ ସମସ୍ତଙ୍କୁ ଦୁଃଖ ଦେଇଥିଲା । ଆମେ ଖୁବ୍ ଭାଙ୍ଗି ପଡିଥିଲୁ । ହେଲେ କାହାକୁ ମିଛରେ ଫସାଇବା ଠିକ୍ ନୁହେଁ । କର୍ମ ଥାଏ, ନ୍ୟାୟ ପାଇବା ପାଇଁ ୧୦ ବର୍ଷ ଅପେକ୍ଷା କରିଥିଲୁ ହେଲେ ଶେଷରେ ସତ୍ୱେ ବର୍ତ୍ତମାନ ସମସ୍ତଙ୍କ ସାମ୍ନାରେ ରହିଛି । ମୁଁ ଖୁସି...ହେଲେ ଜିଆଙ୍କ ପାଇଁ ସୁରଜଙ୍କ କ୍ୟାରିୟର ଖରାପ ହେଲା । ସେ କ"ଣ କରୁଥିଲେ ତାହା ସମସ୍ତେ ଜାଣନ୍ତି । ମୁଁ ସେ ବିଷୟରେ ମୁହଁ ଖୋଲିବା ପାଇଁ ଚାହୁଁନି।
ଜିଆ ମୃତ୍ୟୁ ପୂର୍ବରୁ ମଧ୍ୟ ୪ରୁ ୫ ଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଛନ୍ତି । ହେଲେ ମୁଁ ତାଙ୍କ ବିଷୟରେ କହି ମୋ ମୁହ ଖରାପ କରିବାକୁ ଚାହେଁ ନାହିଁ । ଜିଆ ଖାନ ଅନେକ ବଲିଉଡ ଫିଲ୍ମରେ କାମ କରିଥନ୍ତି । ୨ ଜୁନ୍ ୨୦୧୩ରେ ସେ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ବଲିଉଡର ବେଶ ଚହଳ ସୃଷ୍ଟି ହୋଇଥିଲା ।












Click it and Unblock the Notifications