ଅଭିନେତ୍ରୀ ସାରାଅଲ୍ଲୀ ଖାନଙ୍କର ୨୭ତମ ଜନ୍ମଦିନ
Bollywood Actor Sara Ali Khan's Birthday :ଅଭିନେତ୍ରୀ ସାରାଅଲ୍ଲୀ ଖାନଙ୍କର ୨୭ତମ ଜନ୍ମଦିନ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରାଅଲ୍ଲୀ ଖାନ । ଆଜି ନିଜ ୨୭ତମ ଜନ୍ମଦିନ ପାଳନ କରୁଛନ୍ତି । ବଲିଉଡ ନବାବ୍ ସୈଫଅଲ୍ଲୀ ଖାନ ଏବଂ ଅଭିନେତ୍ରୀ ଅମୃତା ସିଂ ଝିଅ ସାରା । ସାରାଙ୍କ ପ୍ରତି ଅନ୍ଦାଜ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥାଏ । ତାଙ୍କ ଫିଲ୍ମ ସହ ତାଙ୍କ ରିଲସ୍ ଦେଖିବା ପାଇଁ ମଧ୍ୟ ବେଶ୍ ପସନ୍ଦ କରନ୍ତି ଦର୍ଶକ । ନିଜ ପ୍ରଥମ ଫିଲ୍ମରୁ ହିଁ ସେ ଦର୍ଶକଙ୍କୁ ଇମପ୍ରେସ୍ କରିଥିଲେ । ସିମ୍ବା, କୁଲି ନମ୍ବର ,ଅତ୍ରଙ୍ଗୀ ରେ'ଫିଲ୍ମରେ ସେ ନିଜ ଅନ୍ଦାଜରେ ଦର୍ଶକଙ୍କୁ ମତୁଆଲା କରିଥିଲେ ।

ଖୁବ କମ୍ ବୟସରୁ ବଲିଉଡ ସହ ଦର୍ଶକଙ୍କ ମନରେ ନିଜ ପାଇଁ ବଡ ସ୍ଥାନ ସୃଷ୍ଟି କରିଛନ୍ତି । ଲାଇମ୍ ଲାଇଟରେ ରହୁଥିବା ସାରା ଓ କରୀନାଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ମଧ୍ୟ ରହିଛି । ଉଭୟ ପରସ୍ପରର ପ୍ରଂଶସା କରିବା ପାଇଁ କେବେ ଭୁଲନ୍ତି ନାହିଁ । ଇନଷ୍ଟାଗ୍ରାମରେ ଖୁବ୍ ଆକ୍ଟିଭ୍ ରୁହନ୍ତି ସାରା । ନିଜ ହଟ୍ ଫଟୋ ,ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦିୱାନା କରନ୍ତି । ତେବେ ରିପୋର୍ଟ ଅନୁସାରେ, ସାରା ୨୨ କୋଟି ଟଙ୍କା ସମ୍ପତ୍ତିର ମାଲିକ । ଫିଲ୍ମ ବ୍ୟତୀତ ଅନେକ ବିଜ୍ଞାପନରେ ମଧ୍ୟ ନଜର ଆସନ୍ତି ସାରା ।
Update| Sara got surprised on her birthday at Times Square in New York#SaraAliKhan
— Sara Times🗞 (@Saratimes95) August 12, 2022
HBD SARA ALI KHAN#HappyBirthdaySaraAliKhan pic.twitter.com/LwfMxyjhe7
ଆଜି ସାରାଙ୍କ ଜନ୍ମଦିନକୁ ଖାସ୍ କରିବା ପାଇଁ ଫ୍ୟାନ୍ସ ମାନେ ତାଙ୍କୁ ଏକ ସୁନ୍ଦର ସରପ୍ରାଇଜ ଦେଇଛନ୍ତି । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ସାରାଙ୍କ ଫଟୋ ଲଗାଇବା ସହ ତାଙ୍କ ଫିଲ୍ମ ଗୀତରେ ଡ୍ୟାନ୍ସ କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା । ଯାହା ଦେଖି ଖୁବ୍ ଭାବୁକ ହୋଇ ପଡିଥିଲେ ସାରା । ସାରା ବର୍ତ୍ତମାନ ନିଜ ଫିଲ୍ମ ପାଇଁ ଆମେରିକାରେ ଅଛନ୍ତି ।
Update| Jatin, Tabbasum, Katrina Kaif and Vijay Ganguly wished sara#SaraAliKhan
— Sara Times🗞 (@Saratimes95) August 12, 2022
HBD SARA ALI KHAN#HappyBirthdaySaraAliKhan pic.twitter.com/4nOtOORg2T












Click it and Unblock the Notifications