Get Updates
Get notified of breaking news, exclusive insights, and must-see stories!

ବଲିଉଡ୍‌ ଅଭିନେତା ମନୋଜ କୁମାରଙ୍କ ପରଲୋକ, ସୁନ୍ଦର ଅଭିନୟ ପାଇଁ ମିଳିଥିଲା ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ

ବଲିଉଡ୍‌ ଅଭିନେତା ମନୋଜ କୁମାରଙ୍କ ପରଲୋକ । ମନୋଜ କୁମାର ତଥା ଭାରତ କୁମାରଙ୍କ ପରଲୋକ। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ହୋଇଥିଲେ ସମ୍ମାନିତ । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଦେଶପ୍ରେମପୂର୍ଣ୍ଣ ସିନେମା କରିଥିଲେ । ସେଥିପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭଲପାଇ 'ଭାରତ କୁମାର' ବୋଲି ଡାକୁଥିଲେ । ଖାସ୍ କରି, ସେ କ୍ରାନ୍ତି ଏବଂ ଉପକାର ଭଳି ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଥିଲେ ।

Manoj Kumar

ମନୋଜଙ୍କ ମୃତ୍ୟୁ ଖବର ତାଙ୍କ ଫ୍ୟାନ୍ସଙ୍କୁ ଦୁଃଖିତ କରିଛି । ସୋସିଆଲ ମିଡିଆରେ ସମସ୍ତେ ନିଜ ପ୍ରିୟ କଳାକାରଙ୍କୁ ନୀରବ ଆଖିରେ ବିଦାୟ ଦେଉଛନ୍ତି। ବରିଷ୍ଠ ଅଭିନେତାଙ୍କ ନିଧନରେ ସେଲିବ୍ରିଟିମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି । ମନୋଜ କୁମାର ସାହାରା, ଚାନ୍ଦ, ହନିମୁନ୍, ପୁରବ୍ ଔର ପଶ୍ଚିମ, ନସିବ, ମେରୀ ଆୱାଜ୍ ସୁନୋ, ନୀଲ କମଲ, ଉପକାର ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କୁ ଜାତୀୟ ପୁରସ୍କାର, ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଏହି ଅଭିନେତା ଜଣକ ୧୯୫୭ ମସିହାରେ ଫିଲ୍ମ ଫ୍ୟାଶନ୍ ମାଧ୍ୟମରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୧୯୬୫ ତାଙ୍କ କ୍ୟାରିୟର ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିଥିଲା । ଏହି ବର୍ଷ ମୁକ୍ତିଲାଭ କରିଥିବା ଶହୀଦ ଚଳଚ୍ଚିତ୍ର ତାଙ୍କ କ୍ୟାରିଅରକୁ ଏକ ବଡ଼ ସଫଳତା ଦେଇଥିଲା । ଏହାପରେ ସେ କେବେ ପଛକୁ ଫେରି ଚାହିଁ ନଥିଲେ । ମନୋଜ କୁମାରଙ୍କ ଫିଲ୍ମଗୁଡ଼ିକ କେବଳ ହିଟ୍ ହୋଇନଥିଲା, ବରଂ ତାଙ୍କ ଗୀତଗୁଡ଼ିକ ମଧ୍ୟ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+