Get Updates
Get notified of breaking news, exclusive insights, and must-see stories!

'ଶେହଜାଦା'ଙ୍କ ଆକ୍ସନ କରୁଛି ଟ୍ରେଣ୍ତ, କାର୍ତ୍ତିକ ଦେଲେ ଜନ୍ମଦିନ ଉପହାର

'ଶେହଜାଦା'ଙ୍କ ଆକ୍ସନ କରୁଛି ଟ୍ରେଣ୍ତ, କାର୍ତ୍ତିକ ଦେଲେ ଜନ୍ମଦିନ ଉପହାର

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଆଜି ଅର୍ଥାତ୍ ୨୨ ନଭେମ୍ବରରେ ନିଜ ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଫ୍ୟାନ୍ସ ଅଭିନେତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବାର କୌଣସି ମୌକା ହାତ ଛଡା କରୁନାହଁନ୍ତି । ସେହିପରି କାର୍ତ୍ତିକ ମଧ୍ୟ ନିଜ ସମସ୍ତ ପ୍ରଶଂସକଙ୍କୁ ରିଟର୍ନ ଗିଫ୍ଟ ଦେଇ ଖୁସ୍ କରିଛନ୍ତି । ଆଜିର ଖାସ ଦିନରେ ଅଭିନେତା ଓ ଫିଲ୍ମ ମେକର୍ସ ପ୍ରଶଂସକଙ୍କ ପାଇଁ ଫିଲ୍ମ 'ଶେହଜାଦା'ର ଟିଜର ରିଲିଜ୍ କରିଛନ୍ତି ।

ଶେହଜାଦା.
ଜନ୍ମଦିନରେ କାର୍ତ୍ତିକ ଦେଲେ ଉପହାର
ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପୂର୍ବ ଚଳଚ୍ଚିତ୍ର 'Bhool Bhulaiyaa 2' ବକ୍ସଅଫିସରେ ଚହଳ ସୃଷ୍ଟି କରିଥିଲା । ଲୋକମାନଙ୍କୁ ତାଙ୍କ ଚଳଚ୍ଚିତ୍ର ଏତେ ପସନ୍ଦ ଆସିଥିଲା ଯେ ଏ ପର୍ଯ୍ୟନ୍ତ କାର୍ତ୍ତିକଙ୍କ କ୍ରେଜ୍ ଦେଖିବା ପାଇଁ ମିଳୁଛି । ଏଥି ସହିତ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଶେହଜାଦା'କୁ ନେଇକି ମଧ୍ୟ ଦୀର୍ଘ ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । ଆଜି ତାଙ୍କ ଜନ୍ମଦିନ ଅବସରରେ କାର୍ତ୍ତିକ ଇନଷ୍ଟାଗ୍ରାମରେ ନିଜ ଫିଲ୍ମର ଟିଜର ପୋଷ୍ଟ କରିଛନ୍ତି । ଏଥିରେ କାର୍ତ୍ତିକ ଜବରଦସ୍ତ ଆକ୍ସନ୍ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ଅଭିନେତାଙ୍କ ଦମଦାର୍ ଟାପୋରୀ ଲୁକ୍ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

କ୍ରିତି-କାର୍ତ୍ତିକଙ୍କ ସୁପରହିଟ୍ ଯୋଡ଼ି

ଫିଲ୍ମର ଟିଜର ସେୟାର କରି କାର୍ତ୍ତିକ ଆର୍ଯ୍ୟନ୍ କ୍ୟାପସନରେ ଲେଖିଛନ୍ତି, 'ଯେତେବେଳେ ପରିବାର କଥା ଆସେ, ସେତେବେଳେ ଆଲୋଚନା କରାହୁଏ ନାହିଁ ସିଧା ଆକ୍ସନ୍ କରାଯାଏ' । ଆପଣଙ୍କ ଶେହେଜାଦାଙ୍କ ତରଫରୁ ଜନ୍ମଦିନ ଉପହାର । ଟିଜରରେ ଗୋଟେ ପଟେ କାର୍ତ୍ତିକଙ୍କର ଆକ୍ସନ ତ ଅନ୍ୟପଟେ ଅଭିନେତ୍ରୀ କ୍ରିତି ସାନନଙ୍କ ଗ୍ଲାମରସ୍ ଅନ୍ଦାଜ୍ କରୁଛି ଟ୍ରେଣ୍ତ୍ । ତେବେ ଏହା ପୂର୍ବରୁ କାର୍ତ୍ତିକ-କ୍ରିତିଙ୍କ ଯୋଡିକୁ ୨୦୧୯ ଚଳଚ୍ଚିତ୍ର 'ଲୁକା ଛୁପି' ରେ ଏକାଠି ଦେଖିବାକୁ ମିଳିଥିଲା ।


ଏହି ତେଲୁଗୁ ଚଳଚ୍ଚିତ୍ରର ରିମେକ୍ 'ଶେହଜାଦା'
ଫିଲ୍ମ 'ଶେହଜାଦା' ତ୍ରିଭିକ୍ରମ ଶ୍ରୀନିବାସଙ୍କ ନିର୍ଦ୍ଦେଶିତ ତେଲୁଗୁର ସୁପରହିଟ୍ ସିନେମା 'Ala Vaikunthapurramuloo' ରିମେକ୍ । ୨୦୨୦ରେ ରିଲିଜ୍ ହୋଇଥିବା ଏହି ସିନେମାରେ ଆଲ୍ଲୁ ଅର୍ଜୁନ ଏବଂ ପୂଜା ହେଗଡେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଶେହଜାଦା' ଆସନ୍ତା ବର୍ଷ ୧୦ ଫେବୃଆରୀ ୨୦୨୩ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+