ଗୋବିନ୍ଦାଙ୍କ ଦେହରୁ କଢା ଗଲା ଗୁଳି, ସ୍ୱାସ୍ଥ୍ୟାବସ୍ଥା ବିଷୟରେ ନିଜେ ସୂଚନା ଦେଲେ ଅଭିନେତା
Govinda Health Update: ଆଜି ସକାଳେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିଛି । ସକାଳେ ନିଜ ବନ୍ଧୁକ ସଫା କରିବା ସମୟରେ ଭୁଲରେ ଗୁଳି ଅଭିନେତାଙ୍କ ଗୋଡ଼ରେ ବାଜିଥିବା ନେଇ ସୂଚନା ରହିଛି । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଗୋବିନ୍ଦା ବର୍ତ୍ତମାନ ସୁସ୍ଥ ଅଛନ୍ତି । ତାଙ୍କୁ 24 ଘଣ୍ଟା ପାଇଁ ଆଇସିୟୁରେ ରଖାଯିବ । ଗୋବିନ୍ଦାଙ୍କ ଝିଅ ଏବଂ ତାଙ୍କ ମ୍ୟାନେଜର ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବର୍ତ୍ତମାନ ଅଭିନେତା ନିଜେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।
ଆଜି ସକାଳେ କୋଲକାତା ଯିବା ପୂର୍ବରୁ ସେ ନିଜ ପିସ୍ତଲ ସଫା କରି ଆଲମାରୀରେ ରଖୁଥିଲେ ହେଲେ ପିସ୍ତଲଟି ତଳେ ପଡ଼ି ଯାଇଥିଲା ଏବଂ ଭୁଲରେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଏହା ପରେ ତାଙ୍କ ଗୋଡରୁ ବହୁ ରକ୍ତ ବାହାରିଥିଲା ହେଲେ ବର୍ତ୍ତମାନ ସେ ବିପଦରୁ ବାହାରେ ଅଛନ୍ତି ।

ତେବେ ନିଜ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇ ଅଭିନେତା କହିଛନ୍ତି, ନମସ୍କାର, ମୁଁ ଗୋବିନ୍ଦା । ଆପଣମାନଙ୍କର ଆଶୀର୍ବାଦ, ମୋର ପିତାମାତାଙ୍କ ଆଶୀର୍ବାଦ ଏବଂ ମୋର ଗୁରୁଙ୍କ କୃପାରୁ ମୁଁ ଭଲ ଅଛି । ଗୋଡରେ ଗୁଳି ବାଜିଥିଲା କିନ୍ତୁ ବର୍ତ୍ତମାନ ଏହାକୁ କାଢି ଦିଆଯାଇଛି । ମୁଁ ଏଠାରେ ଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଆପଣଙ୍କ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ।
ଭାଇ କିର୍ତ୍ତୀ କୁମାର କହିଛନ୍ତି, ସକାଳେ ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିଥିଲା, ସେତେବେଳେ ଗୋବିନ୍ଦା ମୋତେ ଫୋନ କରି ଘଟଣା ବିଷୟରେ କହିଥିଲେ, ଯାହା ପରେ ମୁଁ ତୁରନ୍ତ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଡାକ୍ତରଖାନା ନେଇଥିଲି । ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା କହିଛନ୍ତି ଯେ, ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଅହୁଜା ମୁମ୍ବାଇରେ ନାହାଁନ୍ତି। ତାଙ୍କୁ ଗୋବିନ୍ଦାଙ୍କ ଅବସ୍ଥା ସମ୍ପର୍କରେ ଅବଗତ କରାଯାଇଛି ଏବଂ ସେ ଖୁବ୍ ଶୀଘ୍ର ମୁମ୍ବାଇରେ ପହଞ୍ଚିବାକୁ ଯାଉଛନ୍ତି।












Click it and Unblock the Notifications