ପର କରିଦେଲେ 'ପରଜାନିଆ' : ବଲିଉଡ୍ ଅଭିନେତା ଆସିଫ୍ ବସ୍ରାଙ୍କ ଝୁଲନ୍ତା ଶବ ଉଦ୍ଧାର
1998 ମସିହାରେ ଟିଭି ସିରିୟେଲରୁ ବଲିଉଡର ଲମ୍ବା ଯାତ୍ରା । ସମସ୍ତଙ୍କ ପାଖରେ ପରିଚିତ ମୁହଁ ଆସିଫ୍ ବାସ୍ରା ଆଉ ନାହାନ୍ତି ।
ହିମାଚଳ ପ୍ରଦେଶ : 1998 ମସିହାରେ ଟିଭି ସିରିୟେଲରୁ ବଲିଉଡର ଲମ୍ବା ଯାତ୍ରା । ସମସ୍ତଙ୍କ ପାଖରେ ପରିଚିତ ମୁହଁ ଆସିଫ୍ ବାସ୍ରା ଆଉ ନାହାନ୍ତି । ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲା ଧର୍ମଶାଳା ମ୍ୟାକଲେଣ୍ଡଗଞ୍ଜର ଜୋଗିବାଡା ରୋଡରେ ଥିବା ଏକ କାଫେରେ ତାଙ୍କ ଝୁଲନ୍ତା ମୃତ ଦେହ ମିଳିଛି । ତେବେ କାହିଁକି ସେ ଆତ୍ମହତ୍ୟା କଲେ ଏହାକୁ ନେଇ ପୁଲିସ ଆରମ୍ଭ କରିଛି ତନାଘନା ।

ଲିଭ୍ ଇନରେ ରହୁଥିଲେ ଆସିଫ୍
ପ୍ରାଥମିକ ଭାବରେ ମିଳିଥିବା ତଥ୍ୟରୁ ଅଭିନେତା ଆସିଫ୍ ବାସ୍ରା ଗତ ପାଞ୍ଚ ବର୍ଷ ହେବ ମ୍ୟାକଲେଣ୍ଡଗଞ୍ଜର ଏକ ଭଡା ଘରେ ରହୁଥିଲେ । ତାଙ୍କ ସହିତ ଜଣେ ବିଦେଶୀ ମହିଳା ବନ୍ଧୁ ରହୁଥିଲେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଉକ୍ତ ମହିଳାଙ୍କ ସହ ସେ ଲିଭ୍ ଇନରେ ରହୁଥିବା ଜଣାପଡିଛି । ଗୁରୁବାର ଅପରାହ୍ନରେ ସେ ତାଙ୍କ କୁକୁରକୁ ବୁଲେଇବାକୁ ବାହାରକୁ ନେଇ ଯାଇଥିଲେ । କୁକୁରକୁ ବୁଲେଇ ଆଣିବା ପରେ ସେହି ଦଉଡିରେ ସେ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡିଛି । ଗତକିଛି ଦିନ ହେବ ସେ ମାନସିକ ଚାପରେ ରହିଥିବା ଜଣାପଡିଛି । ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରିନ୍ତି ବୋଲି କଙ୍ଗଡା ଏସପି ବିମୁକ୍ତ ରଞ୍ଜନ କହିଛନ୍ତି ।
Rest in peace brother 🙏🏽 #asifbasra pic.twitter.com/FgwxNRNNB1
— Randeep Hooda (@RandeepHooda) November 12, 2020
କିଏ ଏହି ଆସିଫ୍ ବସ୍ରା ?
ଆସିଫ୍ 1998ରେ 'ଓ୍ୱ' ନାମକ ଏକ ଟିଭି ସିରିୟଲରୁ କାମ ଆରମ୍ଭ କରିଥିଲେ । ତେବେ ଅନୁରାଗ କଶ୍ୟପଙ୍କ ଫିଲ୍ମ 'ବ୍ଲାକ୍ ଫ୍ରାଇଡେ' ଓ ରାହୁଲ ଢୋଲକିୟାଙ୍କ ଫିଲ୍ମ 'ପରଜାନିଆ'ରୁ ଦର୍ଶକ ଓ ଫିଲ୍ମ କ୍ରିଟିକ୍ ମାନଙ୍କ ନଜରକୁ ଆସିଥିଲେ ଆସିଫ୍ । ଏହାପର ଠାରୁ ବଲିଉଡରେ ସେ ଅନେକ ବଡ ସିନେମାନେ ଅଭିନୟ କରିଛନ୍ତି । 'ଜବ ଉଇ ମେଟ୍', 'କାଇ ପୋ ଚେ', 'ହିଚକି' ଆଦି ବ୍ଲକବ୍ଲାଷ୍ଟର ସିନେମାରେ ଅଭିନୟ କରିଥିଲେ ଆସିଫ୍ । କେବଳ ସେତିକି ନୁହେଁ ଏହି ବରିଷ୍ଠ ଓ ଜ୍ଞାନୀ କଳାକାର ହଲିଉଡରେ ମଧ୍ୟ ଅଭିନୟ କରିଥିଲେ । ହଲିଉଡର କମେଡି ଫିଲ୍ମ Outsourced ରେ ତାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ । ଏହାବାଦ୍ One Night with the King ରେ ମଧ୍ୟ ସେ ଅଭିନୟ କରିଥିଲେ । ବଡ ପରଦା ଓ ଟିଭିକୁ ବାଦ୍ ଦେଇ ନାଟକରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ଫିରୋଜ ଅବାସ୍ ଖାନଙ୍କ ପ୍ରଯୋଜନା ସଂସ୍ଥାରୁ ନିର୍ମାଣ ହୋଇଥିବା ନାଟକ Mahatma V/s Gandhi ରେ ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକମାନଙ୍କୁ ଆଜି ମଧ୍ୟ ମନେ ରହିଛି । ଏହି ନାଟକରେ ଆସିଫ୍ 5ଟି ଚିରିତ୍ରରେ ନଜର ଆସିଥିଲେ । ଭାରତୀୟ ନାଟକ ଜଗତର ସବୁଠାରୁ ସଫଳ ନାଟକ ମଧ୍ୟରେ ଏହାକୁ ସ୍ଥାନ ଦିଆଯାଏ । ଶେଷଥର ପାଇଁ ଆସିଫ୍ ଓ୍ୱେବ୍ ସିରିଜ୍ Hostages ରେ ନଜର ଆସିଥିଲେ ।












Click it and Unblock the Notifications