Get Updates
Get notified of breaking news, exclusive insights, and must-see stories!

ହିନ୍ଦୀରେ ରିମେକ୍ ହେବ ଓଡିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା', ଫିଲ୍ମ ନିର୍ମାଣ କରିବେ ଅଭିନେତା ଅନୁମପ୍ ଖେର

ହିନ୍ଦୀରେ ରିମେକ୍ ହେବ ଓଡିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' । ଏହି ଫିଲ୍ମ ନିର୍ମାଣ କରିବେ ବଲିଉଡ ଅଭିନେତା ଅନୁମପ୍ ଖେର । ଦମନ ପରେ ଆଉ ଏକ ଓଡିଆ ଫିଲ୍ମ ପ୍ରତିକ୍ଷାକୁ ନେଇ ନୂଆ ସମ୍ଭାବନା ଦେଖିବାକୁ ମିଳିଛି ।

ଭୁବନେଶ୍ୱର: ହିନ୍ଦୀରେ ରିମେକ୍ ହେବ ଓଡିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' । ଏହି ଫିଲ୍ମ ନିର୍ମାଣ କରିବେ ବଲିଉଡ ଅଭିନେତା ଅନୁମପ୍ ଖେର । ଦମନ ପରେ ଆଉ ଏକ ଓଡିଆ ଫିଲ୍ମ ପ୍ରତିକ୍ଷାକୁ ନେଇ ନୂଆ ସମ୍ଭାବନା ଦେଖିବାକୁ ମିଳିଛି । ଗୋଆରେ ଚାଲିଥିବା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରେ ଏହି ଓଡିଆ ସିନେମାର ହିନ୍ଦି ରିମେକ୍ କରିବା ପାଇଁ ଘୋଷଣା କରିଛନ୍ତି ଅନୁପମ୍ । ତେବେ ଫିଲ୍ମ ପ୍ରଯୋଜନା ସହ ନିଜେ ମଧ୍ୟ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରିବେ ବୋଲି ସେ ଘୋଷଣା କରିଛନ୍ତି ।

Odia Movie Pratikshya

ଗୋଆରେ ୫୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଚାଲିଛ । ଏହି ଫିଲ୍ମ ଦେଖୁଥିଲେ ବଲିଉଡ ଅଭିନେତା ଅନୁପମ ଖେର୍। ଫିଲ୍ମ ଦେଖିବା ପରେ ଭାବବିହ୍ୱଳ ହୋଇ ପଡିଥିଲେ ଅନୁପମ । ଏହାପରେ ଅନୁପମ ଖେର ଫିଲ୍ମ ପ୍ରତୀକ୍ଷାର ହିନ୍ଦୀ ରିମେକ କରିବା ସହ ବାପା ଭୂମିକାରେ ନିଜେ ଅଭିନୟ କରିବେ ବୋଲି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ନିଶ୍ଚିତ କରିବା ସହିତ ୧୧ ଶହ ଟଙ୍କା ଅଗ୍ରୀମ ପ୍ରଦାନ କରିଛନ୍ତି ।

ଫିଲ୍ମଟି ରିଲିଜ୍ ପୂର୍ବରୁ ଢେର୍ ପ୍ରଂଶସା ସାଉଁଟିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା । ଗୋଆରେ ପ୍ରଦର୍ଶିତ ହୋଇ ଜୁରୀଙ୍କ ପ୍ରଶଂସା ଗୋଟାଇଛି ଫିଲ୍ମ ପ୍ରତିକ୍ଷା । ଗତକାଲି ଏହି ଫିଲ୍ମର ସ୍କ୍ରିନିଂ ଗୋଆରେ ଅନୁଷ୍ଠିତ ହେଇଥିଲା। ତେବେ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଆଉ ଏକ ନୂଆ ଇତିହାସର ଫର୍ଦ୍ଦ ଯୋଡି ହେବା ଖବର ନିଶ୍ଚିତ ଭାବେ ଆନନ୍ଦ ଆଣିଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+