ବଲିଉଡ଼ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି । ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ହୋଇଥିଲା ।

Satish Kaushik Passed Away

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି । ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି ।

ଅନୁପମ ଖେର ଟ୍ୱିଟ୍ କରି ଲେଖିଛନ୍ତି ଯେ, ଦୀର୍ଘ ୪୫ ବର୍ଷର ବନ୍ଧୁତ୍ୱରେ ପୂର୍ଣ୍ଣଛେଦ ପଡ଼ିଛି । ସେହିରପି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ସତୀଶଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

ସେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ । ହିଟ୍ ଫିଲ୍ମ 'ମିଷ୍ଟର ଇଣ୍ଡିଆ'ରେ କ୍ୟାଲେଣ୍ଡର ଚରିତ୍ର ଭୂମିକାରେ ଅଭିନୟ କରିଥିଲେ। 'ରାମ ଲଖନ', 'ଦିୱାନା ମସ୍ତାନା', 'ସାଜନ ଚଲେ ସସୁରାଲ', 'ହଦ କର ଦି ଆପନେ'ରେ ତାଙ୍କର ଅଭିନୟକୁ ଦର୍ଶକ ଅନେକ ପ୍ରଶଂସା କରିଛନ୍ତି । 'ରାମ ଲଖନ' ଏବଂ 'ସାଜନ ଚଲେ ସସୁରାଲ' ଫିଲ୍ମରେ ଅଭିନୟ ଲାଗି ତାଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ କମେଡିଆନ ପୁରସ୍କାର ମିଳିଥିଲା।

୧୯୮୩ର ଫିଲ୍ମ 'ଜାନେ ଭି ଦୋ ୟାରୋ'ର ସେ ସଂଳାପ ଲେଖକ ଥିଲେ। 'ଶ୍ରୀଦେବୀଙ୍କ ଅଭିନୀତ ରୂପ କି ରାନୀ, ଚୋରୋଁକା ରାଜା ଚଳଚ୍ଚିତ୍ରରୁ ସେ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ପ୍ରେମ୍‌, ହମ୍‌ ଆପ୍‌କେ ଦିଲ୍‌ ମେଁ ରେହତେ ହେଁ, ୱାଦା, ତେରେ ନାମ୍‌ ଓ ତେରେ ସଙ୍ଗ ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ସମ୍ପ୍ରତି ସେ ରାଜଶ୍ରୀ ପ୍ରଡକ୍ସନର ବହୁଚର୍ଚ୍ଚିତ ଚଳଚ୍ଚିତ୍ର ତାନ୍‌ସେନ୍‌ ନିର୍ମାଣରେ ବ୍ୟସ୍ତ ଥିଲେ। ତାଙ୍କର ଶେଷ ଫିଲ୍ମ ଥିଲା 'ଛତ୍ରିୱାଲି' ।

ସତୀଶ କୌଶିକ ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା । କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ଓ ପୁନେର ଏଫ୍‌ଟିଆଇଆଇରେ ଅଧ୍ୟୟନ କରିଥିଲେ । ତାଙ୍କର ବିୟୋଗରେ ଭାରତୀୟ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+