Get Updates
Get notified of breaking news, exclusive insights, and must-see stories!

ମିହିର ଦାସଙ୍କ ପାର୍ଥିବ ଶରୀରକୁ ଦିଆଯିବ ଗାର୍ଡ ଅଫ୍ ଅନର

ଓଡ଼ିଶା ସିନେ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପାର୍ଥିବ ଶରୀରକୁ ଦିଆଯିବ ଗାର୍ଡ ଅଫ୍ ଅନର । ଏନେଇ ସୂଚନା ଦେଇଛନ୍ତି ଅଭିନେତା କୁନା ତ୍ରିପାଠୀ ।

ଭୁବନେଶ୍ୱର: ଓଡ଼ିଶା ସିନେ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପାର୍ଥିବ ଶରୀରକୁ ଦିଆଯିବ ଗାର୍ଡ ଅଫ୍ ଅନର । ଏନେଇ ସୂଚନା ଦେଇଛନ୍ତି ଅଭିନେତା କୁନା ତ୍ରିପାଠୀ । ତେବେ ବର୍ତ୍ତମାନ ମିହିର ଦାସଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ପୈତୃକ ବାସଭବନକୁ ନିଆଯାଇଛି, ସେଠାରେ ତାଙ୍କୁ ଅନେକ ଲୋକ ଭେଟି ଶେଷ ଦର୍ଶନ କରିବେ । ଏହାପରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି ।

Mihir Das

ତାଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ପ୍ରଫେର ଗଣେଶୀଲାଲ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତି କରିଛନ୍ତି ।

ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ମଲ୍ଟି ଅର୍ଗାନ ଫେଲୁଅର ରୋଗରେ ପୀଡିତ ଥିଲେ ମିହିର ଦାସ । କିଛିଦିନ ତଳେ ଆଇସିୟୁରେ ଥିଲେ ମିହିର ଦାସ । ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+