ଦିନେ ପିତା ଧର୍ମେନ୍ଦ୍ରଙ୍କ ମୁହଁ ଦେଖିବାକୁ ପସନ୍ଦ କରୁ ନଥିଲେ ବବି ଦେୱଲ୍
ମୁମ୍ବାଇ: ବବି ଦେଓଲ୍ ନିଜ ଗୁ଼ଡ୍ ଲୁକ ଏବଂ ଭଲ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛନ୍ତି । ବବି ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସନ୍ତି । ସମସ୍ତେ ପିତା ଧର୍ମେନ୍ଦ୍ର ଏବଂ ବଡ ଭାଇ ସନ୍ନି ଦେୱଲଙ୍କ ସହ ତାଙ୍କ ସମ୍ପର୍କକୁ ବେଶ୍ ପସନ୍ଦ କରନ୍ତି । ଏହି କାରଣରୁ, ଲୋକମାନେ ଦେୱଲ ପରିବାରର ପ୍ରଶଂସା ମଧ୍ୟ କରନ୍ତି ।
ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ବବି ତାଙ୍କ ପିତାଙ୍କୁ ଘୃଣା କରୁଥିଲେ । ବବି ନିଜେ ପ୍ରକାଶ କରିଥିଲେ ଯେ ଯେତେବେଳେ ସେ 18 ବର୍ଷ ବୟସରେ ଥିଲେ ତାଙ୍କ ପିତାଙ୍କ ତାଙ୍କ ସମ୍ପର୍କ ଅତ୍ୟନ୍ତ ଖରାପ ଥିଲା ।

ଲୋକେ ବବି ଦେୱଲ ଏବଂ ଧର୍ମେନ୍ଦ୍ରଙ୍କ ଯୋଡିର ଉଦାହରଣ ଦିଅନ୍ତି କିନ୍ତୁ ଏହି ପିତା ଏବଂ ପୁଅଙ୍କ ମଧ୍ୟରେ ଦୀର୍ଘ ସମୟ ପାଇଁ ମତଭେଦ ଲାଗିରହିଥିଲା । ଯାହାକୁ ସହଜରେ ବିଶ୍ୱାସ କରିବା କଷ୍ଟକର । ବବି ଦେଓଲ ନିଜେ ଥରେ ପ୍ରକାଶ କରିଥିଲେ ଯେ, ସେ ନିଜକୁ ପରିବାରଠାରୁ ଅଲଗା କରି ଘର ଛାଡି ପଳାଇ ଆସିଥିଲେ ।
ବବି ଦେଓଲ ଏକ ସାକ୍ଷାତକାରରେ କହିଥିଲେ ଯେ, ମୁଁ 18 ବର୍ଷ ବୟସରେ ପ୍ରଥମ ଥର ପାଇଁ ଏକ ଡିସ୍କୋକୁ ଯାଇଥିଲି ଏବଂ ସେବେଠାରୁ ମୋ ଭିତରେ ଘର ଛାଡିବାର ଇଛା ସୃଷ୍ଟି ହୋଇଥିଲା । ବହୁ ବର୍ଷ ଧରି ମୁଁ ମୋ ପିତାଙ୍କ ସହ କଥାବାର୍ତ୍ତା କରି ନଥିଲି । ମୁଁ ମୋ ବାପାଙ୍କ କଥାକୁ ଅଣଦେଖା କରୁଥିଲି । ସେ ମୋ ଭଲ ପାଇଁ କଥା ବୁଝାନ୍ତି ହେଲେ ମୁଁ କୌଣସି କଥା ବୁଝିବା ପାଇଁ ପ୍ରସ୍ତୁତ ନଥିଲି । ଏହି ସମୟରେ ମୋ ବାପାଙ୍କ ସହ ମୋର ସମ୍ପର୍କ ଅତ୍ୟନ୍ତ ଖରାପ ସମୟ ଦେଇ ଗତି କରୁଥିଲା ।
ଧର୍ମେନ୍ଦ୍ର ଏବଂ ହେମା ମାଲିନିଙ୍କ ବିବାହ ପରେ ଦେୱଲ ପରିବାର କଠିନ ସମୟ ଦେଇ ଗତି କରିଥିଲା । ଧର୍ମେନ୍ଦ୍ର ଏବଂ ବବିଙ୍କ ମଧ୍ୟରେ ମତଭେଦ ଏକ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରିବାରରେ ହେଉଥିବା ପରିବର୍ତ୍ତନ ଦ୍ୱାରା ବବି ବହୁତ ପ୍ରଭାବିତ ହୋଇଥିଲେ । ପରେ ବବି ଏବଂ ସନ୍ନି ଧର୍ମେନ୍ଦ୍ର ଏବଂ ହେମାଙ୍କ ସହ ସେମାନଙ୍କର ସମ୍ପର୍କକୁ ଠିକ୍ କରି ନେଇଥିଲେ । ବର୍ତ୍ତମାନ ସମସ୍ତ ସୁବିଧା ଅସୁବିଧାରେ ପୁରା ପରିବାରକୁ ଏକାଠି ଦେଖିବା ପାଇଁ ମିଳିଥାଏ । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ବବି ଖୁବ ଶୀଘ୍ର ରଣବୀର କପୁରଙ୍କ ସହ ଆନିମଲ ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦନା ନଜର ଆସିବେ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications