ବିଗ୍ ବି’ଙ୍କ ବଙ୍ଗଳା ଉପରେ ବୁଲଡୋଜର୍ ଚଢାଇବ ବିଏମସି; ଜାଣନ୍ତୁ, କାରଣ....

ବିଗ୍ ବି’ ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ଭଙ୍ଗାଯିବ। ବୁଲଡୋଜର ଲଗାଇ ବିଏମସି ଅମିତାଭଙ୍କ ବଙ୍ଗଳା ଭାଙ୍ଗିବ ବୋଲି ଜଣାପଡ଼ିଛି।

ମୁମ୍ବାଇ: ବିଗ୍ ବି' ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ଭଙ୍ଗାଯିବ। ବୁଲଡୋଜର ଲଗାଇ ବିଏମସି ଅମିତାଭଙ୍କ ବଙ୍ଗଳା ଭାଙ୍ଗିବ ବୋଲି ଜଣାପଡ଼ିଛି। ସନ୍ଥ ଜ୍ଞାନେଶ୍ୱର ମାର୍ଗରେ ରାସ୍ତା ପ୍ରଶସ୍ତିକରଣ ପାଇଁ ବିଗ୍ ବି'ଙ୍କ ବଙ୍ଗଳାକୁ ଭାଙ୍ଗିବାକୁ ପୂର୍ବରୁ ୨୦୧୭ ମସିହାରେ ଯୋଜନା ହୋଇଥିଲା। ବିଗ୍ ବି ବେଆଇନ ଭାବେ ରାସ୍ତା ଉପରେ ଘର ନିର୍ମାଣ କରିଥିବାରୁ ତାଙ୍କ ସହ ୭ ଜଣଙ୍କୁ ବିଏମସି ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ମାତ୍ର ୪ ବର୍ଷ ପରେ ଉକ୍ତ ପ୍ରସଙ୍ଗ ପୁଣି ଥରେ ଉଠିଛି। ନୋଟିସ୍ ଦିଆଯିବା ପରେ ମଧ୍ୟ ବିଏମସି କାହିଁକି ଅମିତାଙ୍କ ବଙ୍ଗଳା ଭାଙ୍ଗିନଥିଲା ବୋଲି ଅନେକ ପ୍ରଶ୍ନ କରାଯାଇଛି।

Amitabh Bachchan

ସୂଚନା ଅନୁସାରେ, ବଙ୍ଗଳାର ୯ ଫୁଟ ପର୍ଯ୍ୟନ୍ତ ଭଙ୍ଗାଯାଇପାରେ। ବିଏମସି ଆକ୍ସନ ମୋଡ଼ରେ ଥିବାରୁ ବଙ୍ଗଳା ଭଙ୍ଗାଗଲେ ପାଚେରୀ ଓ ଅନ୍ୟ କିଛି ଅଂଶ ନଷ୍ଟ ହେବାର ସମ୍ଭାବନା ରହିଛି। ସେହି ଅଞ୍ଚଳରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଟ୍ରାଫିକ ସମସ୍ୟା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ପ୍ରତୀକ୍ଷା ପାଇଁ ତାହା ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ନେଇ ଜଣେ କାଉନସିଲର ଗତ ଫେବୃଆରୀ ମାସରେ ବିଏମସି ନିକଟକୁ ଚିଠି ଲେଖିଥିଲେ। ଅମିତାଭଙ୍କ ବଙ୍ଗଳା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପୋଜେକ୍ଟ ହଠାତ୍ ଅଧାରୁ ବନ୍ଦ ହୋଇଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+