ସଲମାନ ଖାନଙ୍କ ଆପାର୍ଟମେଣ୍ଟକୁ ବିଶୋଧନ କଲା ବିଏମସି
ସଲମାନ ଖାନଙ୍କ ଆପାର୍ଟମେଣ୍ଟକୁ ବିଶୋଧନ କଲା ବିଏମସି
ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ଗ୍ୟାଲେକ୍ସିର ଆପାର୍ଟମେଣ୍ଟର ଦୁଇଟି ସ୍ଥାନରେ ଡେଙ୍ଗୁ ଲାର୍ଭା ଦେଖିବାକୁ ମିଳିଛି । ବିଏମସି ଅନୁଶାରେ ଅଭିନେତାଙ୍କ ଘର ନୁହେଁ ବରଂ ତାଙ୍କ ବିଲ୍ଡିଂର ଦୁଇଟି ଅଲଗା ଅଲଗା ସ୍ଥାନରେ ଡେଙ୍ଗୁ ଲାର୍ଭା ମିଳିଛି । ଯାହା ପରେ ବିଏମସି ଟିମ୍ ଔଷଧ ସ୍ପ୍ରେ କରିବା ସହିତ ଅନ୍ୟ ସ୍ଥାନରେ ଅନୁସନ୍ଧାନ ଆରମ୍ଭ କରିଛି ।

ସଲମାନ ଖାନଙ୍କୁ ହୋଇ ସାରିଛି ଡେଙ୍ଗୁ
ବଲିଉଡ୍ ଭାଇଜାନ୍ ସଲମାନ ଖାନ ନିକଟରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିପାଇଁ ତାଙ୍କ ଫିଲ୍ମ 'କିସି କା ଭାଇ କିସି କା ଜାନ'ର ଚଳଚ୍ଚିତ୍ରର ସୁଟିଂ କିଛି ଦିନ ପାଇଁ ବନ୍ଦ ହୋଇଯାଇଥିଲା । ସେହିପରି ତାଙ୍କ ପ୍ରସିଦ୍ଧ ଶୋ 'ବିଗ୍ ବସ'କୁ ମଧ୍ୟ କିଛି ଦିନା ପାଇଁ କରଣ ଜୋହର ହୋଷ୍ଟ କରିଥିଲେ । ହେଲେ ଧିରେ ଧିରେ ସୁସ୍ଥ ହେଉଛନ୍ତି ସଲମାନ ଖାନ । ସଲମାନଙ୍କୁ ଡେଙ୍ଗୁ ହୋଇଥିବା ସୂଚନା ପାଇବା ପରେ ଗତ କିଛି ଦିନ ହେଲା ବିଏମସି ଲଗାତାର ଗ୍ୟାଲେକ୍ସି ଏବଂ ଏହାର ଆଖପାଖ ଅଞ୍ଚଳକୁ ଯାଇ ଔଷଧ ସ୍ପ୍ରେ କରିବା ସହ ଅନୁସନ୍ଧାନ କରୁଛି । ଏପର୍ଯ୍ୟନ୍ତ ସଲମାନଙ୍କ ଘରେ ଡେଙ୍ଗୁ ଲାର୍ଭା ମିଳିବାର କୌଣସି ସୂଚନା ନାହିଁ ।

ଡେଙ୍ଗୁ ପରେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି ସଲମାନ । ନିକଟରେ ତାଙ୍କୁ ଅଭିନେତା ଆୟୁଷ ଶର୍ମାଙ୍କ ବର୍ଥ ଡେ ପାର୍ଟୀରେ ନଜର ଆସିଥିଲେ। ସୂଚନା ଏହା ମଧ୍ୟ ରହିଛି ଯେ ସେ ଅକ୍ଟୋବର୨୬ ରୁ ଅର୍ଥାତ୍ ଆଜି ଠାରୁ ପୁଣି ଶୁଟିଂ ଆରମ୍ଭ କରିବେ ।













Click it and Unblock the Notifications