'Bloody Daddy'ର ଟ୍ରେଲର ରିଲିଜ୍, ସାହିଦଙ୍କ ଆକ୍ସନ୍ ଅବତାର କରୁଛି ଫ୍ୟାନ୍ସଙ୍କୁ ମତୁଆଲା

Bloody Daddy: ବଲିଉଡ ଅଭିନେତା ସାହିଦ କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'Bloody Daddy'ର ଟ୍ରେଲର ଆଜି ଆର୍ଥାତ୍ ୨୪ ମେ'ରେ ରିଲିଜ୍ ହୋଇଯାଇଛି । ଫିଲ୍ମର ଟ୍ରେଲର ଦେଖିବା ପରେ ଲୋକମାନଙ୍କର ଜବରଦସ୍ତ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି । ସମସ୍ତେ ଏବେ ସାହିଦଙ୍କୁ 'ଦେଶୀ ଜନ୍ ଭିକ୍' ବୋଲି କହିବା ଆରମ୍ଭ କରିଦେଇଛନ୍ତି । ଡ୍ରଗ୍ସ ଏବଂ ଡ୍ରଗ୍ସର ବେଆଇନ କାରବାରକୁ ନେଇ ଚଳଚ୍ଚିତ୍ରର କାକାଣୀ ଗତିଶିଳ ।

Shahid Kapoor

ଟ୍ରେଲରରେ ସାହିଦ କପୁର ସୁଟ-ବୁଟରେ ଏଣ୍ଟ୍ରି କରୁଛନ୍ତି ଏବଂ ଲୋକଙ୍କୁ ମାରିବା ଆରମ୍ଭ କରିଦେଉଛନ୍ତି । ଏହା ପରେ ରୋନିତ୍ ରୟ ଏବଂ ସଞ୍ଜୟ କପୁରଙ୍କ ଝଲକ ଦେଖିବାକୁ ମିଳିଛି । ଉଭୟଙ୍କୁ ଏହି ସିନେମାରେ ଭିଲେନ୍ ଭୂମିକାରେ ଦେଖିବା ପାଇଁ ମିଳିବ ।
ଡାଏନା ପେଣ୍ଟିଙ୍କୁ ମଧ୍ୟ ଟ୍ରେଲରରେ ଦେଖିବାକୁ ମିଳୁଛି । 'Bloody Daddy'ର ଟ୍ରେଲର ଖୁବ ରୋମାଞ୍ଚକ ରହିଛି । ଯାହା ଦେଖିବା ପରେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ ।

ସାହିଦ କପୁରଙ୍କ ଫିଲ୍ମ 'Bloody Daddy'ଅଲି ଅବାସ୍ ଜାଫର ନିର୍ଦ୍ଦେଶନା ଦେଇଛନ୍ତି, ଯିଏକି ସଲମାନ ଖାନଙ୍କ ଫିଲ୍ମ ଟାଇଗର ଜିନ୍ଦା ହୈ ଏବଂ 'ତାଣ୍ଡବ' ପରି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି । ସାହିଦ କପୁର ଆକ୍ସନ୍ ଅବତାରକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ।
ସାହିଦ କପୁରଙ୍କ ଫିଲ୍ମ ଜୁନ 9, 2023 ରେ ଜିଓ ସିନେମାରେ ରିଲିଜ୍ ହେବା ପାଇଁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+