କରଣ ଜୋହର @50: ସୋଶଲ ମିଡିଆରେ ସେୟାର କଲେ ଡାନ୍ସ ଫଟୋ
50 ବର୍ଷରେ ପାଦ ଦେଲେ ବଲିଉଡର ପ୍ରଖ୍ୟାତ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର । ଶାହାରୁଖ ଖାନଙ୍କ ଫିଲ୍ମ 'କୁଛ କୁଛ ହୋତା ହୈ' ସହିତ ନିର୍ଦ୍ଦେଶକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ କରଣ ।
ମୁମ୍ବାଇ : 50 ବର୍ଷରେ ପାଦ ଦେଲେ ବଲିଉଡର ପ୍ରଖ୍ୟାତ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର । ଶାହାରୁଖ ଖାନଙ୍କ ଫିଲ୍ମ 'କୁଛ କୁଛ ହୋତା ହୈ' ସହିତ ନିର୍ଦ୍ଦେଶକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ କରଣ । ଧର୍ମ ପ୍ରଡକ୍ସନ୍ସର ମାଲିକ କରଣ ଜୋହର ନିଜ ଜୀବନକୁ ବିଳାସପୂର୍ଣ୍ଣ ଢଙ୍ଗରେ ବଞ୍ଚନ୍ତି।


ଫିଲ୍ମ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟ୍ୟାକ୍ସ ଦେଉଥିବା ଷ୍ଟାରଙ୍କ ମଧ୍ୟରୁ କରଣ ଅନ୍ୟତମ । କରଣ ଜୋହରଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର ଅଛି, ଯାହାର ମୂଲ୍ୟ 8 କୋଟି ଟଙ୍କା । କାର୍ ବ୍ରାଣ୍ଡରେ BMW 745, BMW 760, ମର୍ସିଡିଜ୍ ଏସ୍-କ୍ଲାସ୍, ପ୍ରାୟ 2 କୋଟି ଟଙ୍କାର ମର୍ସିଡିଜ୍ ମାୟାବାକ୍ ରହିଛି । ଏହା ବ୍ୟତୀତ ସେ ପ୍ରାୟ 480 କୋଟି ଟଙ୍କା ବ୍ୟକ୍ତିଗତ ବିନିଯୋଗ ମଧ୍ୟ କରିଛନ୍ତି।
ବଲିଉଡର ଚଳଚ୍ଚିତ୍ରର ନିର୍ଦ୍ଦେଶକ କରଣ ଜୋହରଙ୍କ ସମ୍ପତ୍ତି 200 ମିଲିୟନ୍ ଡଲାର ବା ପ୍ରାୟ 1400 କୋଟି ଟଙ୍କା ହେବ। ଖବର ଅନୁଯାୟୀ କିଛି ବର୍ଷ ମଧ୍ୟରେ କରଣ ଜୋହରଙ୍କ ସମ୍ପତ୍ତି ପ୍ରାୟ 80% ବୃଦ୍ଧି ପାଇଛି । ପ୍ରତ୍ୟେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ପାଇଁ ପ୍ରାୟ 3 କୋଟି ଟଙ୍କା ଆଦାୟ କରନ୍ତି।
କରଣ ଜୋହର 2010 ରେ ମୁମ୍ବାଇର କାର୍ଟର ରୋଡ ସ୍ଥିତ ସି ଫେସ୍ ଡୁପ୍ଲେକ୍ସ କିଣିଥିଲେ । 8000 ବର୍ଗଫୁଟର ଏକ ଡୁପ୍ଲେକ୍ସର ମୂଲ୍ୟ ପ୍ରାୟ 40 ହଜାର ବର୍ଗଫୁଟ । ତେବେ ସେ ଯେତେବେଳେ ଏହି ଘର କିଣିଥିଲେ ଏହାର ମୂଲ୍ୟ ପ୍ରାୟ 32 କୋଟି ଟଙ୍କା ଥିଲା।ଏହା ବ୍ୟତୀତ ମୁମ୍ବାଇର ମାଲାବାର ହିଲ୍ସରେ କରଣ ଜୋହରର ଆଉ ଏକ ଘର ଅଛି, ଯାହାର ମୂଲ୍ୟ ପ୍ରାୟ 20 କୋଟି।












Click it and Unblock the Notifications