ବିବାହର ୬ ବର୍ଷ ପରେ ମା'ହେଲେ ବିପାଶା ବସୁ
ବିବାହର ୬ ବର୍ଷ ପରେ ମା'ହେଲେ ବିପାଶା ବସୁ
ମୁମ୍ବାଇ: ବିପାଶା ବସୁ ଓ କରଣ ସିଂ ଗ୍ରୋଭର ବିବାହର ୬ ବର୍ଷ ପରେ ନିଜର ପ୍ରଥମ ସନ୍ତାନଙ୍କୁ ସ୍ୱାଗତ କରିଛନ୍ତି । ବିପାଶା ବସୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଛନ୍ତି । ସୂଚନା ଅନୁସାରେ ଅଭିନେତ୍ରୀ ୪୩ ବର୍ଷ ବୟସରେ ମା'ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି । ତେବେ ଏହି ଖବର ଆସିବା ପରେ ଚାରିଆଡୁ ଏହି ଷ୍ଟାର ଦମ୍ପତ୍ତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ ହୋଇ ଯାଇଛି ।
ଅଗଷ୍ଟ ମାସରେ ବିପାଶା ପ୍ରେଗନେନ୍ସି ବିଷୟରେ ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ବିପାଶା ନିଜ ବେବି ସାୱାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଦମ୍ପତି ଉତ୍ସାହର ସହିତ ନିଜ ପ୍ରଥମ ସନ୍ତାନର ଅପେକ୍ଷା କରିଥିଲେ ।

ସୂଚନାଥାଉ ଯେ, ବିପାଶା ଏବଂ କରଣ ୩୦ ଏପ୍ରିଲ ୨୦୧୬ ରେ ମୁମ୍ବାଇରେ ବିବାହ କରିଥିଲେ। ବିପାଶା କରଣଙ୍କର ତୃତୀୟ ପତ୍ନୀ । ଉଭୟଙ୍କୁ ପ୍ରଥମ ଥର ଫିଲ୍ମ 'ଏଲୋନ୍'ରେ ଏକାଠି ଦେଖିବା ପାଇଁ ମିଳିଥିଲା । ଯେଉଁ ଫିଲ୍ମ ସୁଟିଂ ସମୟରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରାୟ ଏକ ବର୍ଷ ଡେଟ୍ କରିବା ପରେ ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ । ଏକ ସାକ୍ଷାତକାରରେ ବିପାଶା ବସୁ କହିଥିଲେ ଯେ ମହାମାରୀ ପୂର୍ବରୁ ସେ ଏବଂ କରଣ ଏକ ଶିଶୁ ପାଇଁ ଚେଷ୍ଟା କରୁଥିଲେ, ହେଲେ ମହାମାରୀ ପାଇଁ ସେ ଏହି ବିଳମ୍ବରେ ଛୁଆ କରିବାର ନିଷ୍ପତ୍ତି ନେଇଥିଲେ ।












Click it and Unblock the Notifications