ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେବେ କରଣ-ବିପାସା !
Bipasha Basu - Karan Singh Grover's Baby Announcement :ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେବେ କରଣ-ବିପାସା !
ମୁମ୍ବାଇ: ଆଲିଆ - ରଣବୀରଙ୍କ ପରେ ଏବେ ଆଉ ଏକ ଷ୍ଟାର କପଲ୍ ଦେଇଛନ୍ତି ଗ୍ୟୁଡନ୍ୟୁଜ୍ । ଖୁବଶିଘ୍ର ଆଉ ଏକ ବଲିଉଡ ଷ୍ଟାରଙ୍କ ଘରକୁ ଆସିବା ପାଇଁ ଯାଉଛି ନୂଆ ଅତିଥି । ରିପୋର୍ଟ ଅନୁସାରେ ବିପାଶା ବସୁ ମା'ହେବା ପାଇଁ ଯାଉଛନ୍ତି । ବିବାହର ୬ ବର୍ଷ ପରେ କରଣ ସିଂ ଗ୍ରୋଭର ଓ ବିପାସା ପିତାମାତା ହେବାକୁ ଯାଉଛନ୍ତି । ହେଲେ ଏହି ଖବରକୁ ନେଇ ଏ ପର୍ଯ୍ୟନ୍ତ ଉଭୟ କୌଣସି ସୂଚନା ଦେଇ ନାହଁନ୍ତି । ଖୁବ୍ ଶୀଘ୍ର କପଲ୍ ନିଜେ ଏହି ଖୁସି ଖବରର ଘୋଷଣା କରିପାରନ୍ତି । ନିଜ ପ୍ରଥମ ପିଲା ପାଇଁ ଉଭୟ ବେଶ ଖୁସି ଅଛନ୍ତି ବୋଲି ମଧ୍ୟ ଗୁଜମ ଶୁଣିବା ପାଇଁ ମିଳୁଛି ।

ତେବେ ୨୦୧୬ରେ ଦୁହେଁ ବିବାହ କରିଥିଲେ ।ଦୁଇ ଷ୍ଟାରଙ୍କ ବିବାହରେ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ହିଁ ସାମିଲ୍ ଥିଲେ । ବିବାହ ପରେ ମଧ୍ୟ ବିପାଶା ଗର୍ଭବତୀ ଥିବା ନେଇ ଅନେକ ଗୁଜବ ଶୁଣିବା ପାଇଁ ମିଳିଥିଲା ହେଲେ ବିପାସା ଏକାକୁ ମିଥ୍ୟା ଖବର ବୋଲି କହିଥିଲେ ।
ହେଲେ ବର୍ତ୍ତମାନ ରିପୋର୍ଟ ଅନୁସାରେ ନିଜର ପ୍ରଥମ ସନ୍ତାନକୁ ସ୍ଵାଗତ କରିବାକୁ ଉଭୟ ପ୍ରସ୍ତୁତି ଆରମ୍ଭ କରିଦେଇଛିନ୍ତି । ତେବେ ଏଲୋନ୍ ଫିଲ୍ମରୁ ଦୁହେଁ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହା କରଣଙ୍କର ତୃତୀୟ ବିବାହ ଥିଲା । ଅର୍ଥାତ୍ ବିପାସା ତାଙ୍କର ତୃତୀୟ ପତ୍ନୀ । ପୂର୍ବରୁ ସେ ଶ୍ରଦ୍ଧା ନିଗମ ଏବଂ ଜେନିଫର ୱିଙ୍ଗେଟଙ୍କୁ ବିବାହ କରିଥିଲେ।












Click it and Unblock the Notifications