ମା'ହେବାକୁ ଯାଉଛନ୍ତି ବିପାସା ,ସ୍ୱାମୀଙ୍କ ସହ ସେୟାର କଲେ ରୋମାଣ୍ଟିକ ଫଟୋ
ବଲିଉଡ ଅଭିନେତ୍ରୀ ବିପାଶା ବସୁ ମାଆ ହେବାକୁ ଯାଉଛନ୍ତି । ବିପାଶା ଓ କରଣ ସିଂ ଗ୍ରୋଭରଙ୍କ ଘରକୁ ଆସିବା ପାଇଁ ଯାଉଛନ୍ତି ନୂଆ ଅତିଥୀ । ପୂର୍ବରୁ ମଧ୍ୟ ଏହି ଖବରକୁ ନେଇ ଅନେକ ଥର ଚର୍ଚ୍ଚା ଲାଗି ରହିଥିଲା ।
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ମା'ହେବାକୁ ଯାଉଛନ୍ତି । ବିପାଶା ଓ କରଣ ସିଂ ଗ୍ରୋଭରଙ୍କ ଘରକୁ ଆସିବା ପାଇଁ ଯାଉଛନ୍ତି ନୂଆ ଅତିଥୀ । ପୂର୍ବରୁ ମଧ୍ୟ ଏହି ଖବରକୁ ନେଇ ଅନେକ ଥର ଚର୍ଚ୍ଚା ଲାଗି ରହିଥିଲା । ହେଲେ ଆଜି ଅଭିନେତ୍ରୀ ବିପାଶା ବସୁ ନିଜ ଇନଷ୍ଟାଗ୍ରାମରେ ସୁନ୍ଦର ଫଟୋ ପୋଷ୍ଟରେ ନିଜ ପ୍ରେଗନେନ୍ସି ଖବର ଫ୍ୟାନ୍ସଙ୍କୁ ଦେଇଛନ୍ତି । ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ଓ ଅନେକ ସେଲିବ୍ରିଟି ବିପାସାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋରେ ବିପାସା ଓ କରଣ ଉଭୟ ବେଶ୍ ଖୁସି ନଜର ଆସୁଛନ୍ତି । ଫଟୋରେ ଅଭିନେତ୍ରୀ ନିଜବେବି ବମ୍ପ୍ ଦେଖାଇବା ସହ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ ସହ ରୋମାଣ୍ଟିକ ପୋଜରେ ନଜର ଆସୁଛନ୍ତି । ଆଜି ଅପରାହ୍ନରେ ବିପାଶା ବସୁ ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି । ବେବି ବମ୍ପ ବିପାସା ଖୁବ ସୁନ୍ଦର ଦେଖାଯାଉଛନ୍ତି ।
ବିପାଶା ବସୁ ଏକ ଧଳା ସାର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି । ଯେଉଁଥିରେ ତାଙ୍କ ସହ ସ୍ୱାମୀ କରଣ ସିଂ ନଜର ଆସିଛନ୍ତି । ଉଭୟଙ୍କ ଫଟୋକୁ ଫ୍ୟାନ୍ସ ବେଶ୍ ପସନ୍ଦ କରୁଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୨୦୧୫ରେ ହରର୍ ଫିଲ୍ମ Aloneରେ ଏକାଠି କାମ କରିଥିଲେ । ଯେଉଁ ଫିଲ୍ମ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ କରଣ ଏବଂ ବିପାଶା ଅନେକ ଫିଲ୍ମରେ ଏକାଠି ନଜର ଆସିଥିଲେ । ପ୍ରାୟ ଏକ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ । ତେବେ ଏପ୍ରିଲ୍ ୨୦୧୬ରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ୬ବର୍ଷ ପରେ ଏହି ଦମ୍ପତ୍ତି ପିତାମାତା ହେବାକୁ ଯାଉଛନ୍ତି ।
More From
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications