ବିହାରରେ ପଢୁଛି ଇମରାନ୍ ହାସମି ଓ ସନ୍ନି ଲିଓନିଙ୍କର 20 ବର୍ଷର ପୁଅ ? ହୋସ୍ ଉଡେଇ ଦେବ ଠିକଣା
ବିହାରରେ ଜଣେ 20 ବର୍ଷର ପୁଅର ମା-ପିତା ଇମ୍ରାନ ହାସମି ଓ ସନ୍ନି ଲିଓନି ଲେଖା ହୋଇଛି ।
ବିହାର : ବଲିଉଡ୍ ଅଭିନେତା ଇମରାନ୍ ହାସମି କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ଯେଉଁ ପ୍ରସଙ୍ଗକୁ ନେଇ ସେ ଚର୍ଚ୍ଚାରେ ତାର ପୁରା କାହାଣୀ ଯେତିକି ମଜାଦାର୍ ସେତିକି ଆଶ୍ଚର୍ଯ୍ୟ କଲା ଭଳି ମଧ୍ୟ । ବିହାରରେ ଜଣେ 20 ବର୍ଷର ପୁଅର ମା-ପିତା ଇମ୍ରାନ ହାସମି ଓ ସନ୍ନି ଲିଓନି ଲେଖା ହୋଇଛି । ଏହା ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି । ବିହାରର ଧନରାଜ୍ ମହତୋ ଡିଗ୍ରୀ କଲେଜରେ ପଢୁଥିବା କୁନ୍ଦମ୍ କୁମାରର ଆଡମିଟ୍ କାର୍ଡରେ ପିତା ସ୍ଥାନରେ ଇମ୍ରାନ ହାସମି ଓ ମାତା ସ୍ଥାନରେ ସନ୍ନି ଲିଓନି ଲେଖା ହୋଇଛି । ଏହାପର ଠାରୁ କୁନ୍ଦମ୍ ର ଆଡମିଟ୍ କାର୍ଡ ସୋଶାଲ ମିଡିଆରେ ଯୋରଦାର୍ ଭାଇରାଲ ହୋଇଛି ।

ସ୍ଥିତି ଏପରି ହୋଇଛି ଯେ ଏହି ଭାଇରାଲ୍ ଆଡମିଟ୍ କାର୍ଡକୁ ନେଇ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ଇମ୍ରାନ ହାସମି । ସେ ମଜାଦାର୍ ଢଙ୍ଗରେ କହିଛନ୍ତି ବିଶ୍ୱାସ କରନ୍ତୁ ଏହି ପୁଅ ତାଙ୍କର ନୁହେଁ । ଇମ୍ରାନଙ୍କର ଏହି ଉତ୍ତରକୁ ସୋଶାଲ ମିଡିଆରେ ଅନେକ ମଜା ନେବା ସହ ପସନ୍ଦ ମଧ୍ୟ କରିଛନ୍ତି ।
ରେଡଲାଇଟ୍ ଏରିଆର ଠିକଣା
ଏହି ସମ୍ପର୍ଣ୍ଣ ଘଟଣାରେ ଆହୁରି ଏକ ମଜାଦାର୍ କଥା ରହିଛି । ଆଡମିଟ୍ କାର୍ଡରେ ଠିକଣା ସ୍ଥାନରେ ଚର୍ତୁଭୁଜ୍ ଲେଖା ହୋଇଛି । ଯାହା ହେଉଛି ଏକ ରେଡ୍ ଲାଇଟ୍ ଏରିଆ ।

ଏଥିରେ ଛାତ୍ର ଜଣଙ୍କର ମୋବାଇଲ ନମ୍ବର ଓ ଇ-ମେଲ୍ ଆଇଡି ମଧ୍ୟ ଲେଖା ହୋଇଛି । ଏହି ଆଡମିଟ୍ କାର୍ଡକୁ ଏବେ ଯାଞ୍ଚ କରିବା ଆରମ୍ଭ କରାଯାଇଛି । ମହାବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡା. ମନୋଜ କୁମାର କହିଛନ୍ତି ସମ୍ଭବତଃ କୌଣସି ଛାତ୍ର ଏପରି ମଜା ଉଡାଇ ଥାଇପାରେ । ଆଡମିଟ୍ କାର୍ଡକୁ ନେଇ ଅନଲାଇନରେ ଦାୟର ହୋଇଥିବା ଫର୍ମକୁ ଯାଞ୍ଚ କରାଯାଉଛି ଯଦି କେହି ଏହିଭଳି ଫର୍ମ ପୁରଣ କରିଥାନ୍ତି ତାହାଲେ ଏହାକୁ ରଦ୍ଦ କରି ଦିଆଯିବ ।












Click it and Unblock the Notifications