Bigg Boss OTT 3'ର ୱିନର୍ ହେଲେ ସନା ମକବୁଲ, ଟ୍ରଫି ସହ ମିଳିଲା ୨୫ ଲକ୍ଷ ଟଙ୍କା

Bigg Boss OTT 3 Winner: ଅଗଷ୍ଟ ୨ ତାରିଖ ଶୁକ୍ରବାର ଦିନ 'ବିଗ୍ ବସ୍ OTT 3'ର ଫାଇନାଲ ଅନୁଷ୍ଠିତ ହୋଇଯାଇଛି । ସନା ମକବୁଲ୍ ୨୫ ଲକ୍ଷ ଟଙ୍କା ସହ ବିଗ୍ ବସ୍ ଓଟିଟି ଟ୍ରଫି ଜିତିଛନ୍ତି । ସନାଙ୍କ ସହ ଅରମାନ ମଲିକଙ୍କ ଦ୍ୱିତୀୟ ପତ୍ନୀ କ୍ରିତିକା ମଲିକ, ଅଭିନେତା ରଣଭୀର ଶୋରେ, ସାଇ କେଟାନ ରାଓ ଏବଂ ରାପର ନାଜି ମଧ୍ୟ ଶ୍ରେଷ୍ଠ ଫାଇନାଲିଷ୍ଟ ଥିରେ ।ହେଲେ ସମସ୍ତଙ୍କୁ ପଛରେ ପକାଇ ୱିନର ସାଜିଛନ୍ତି ସନା । ସେହିପରି ବିଗ୍ ବସ୍ ଓଟିଟିର ତୃତୀୟ ସିଜନରେ ରାପର୍ ନାଜି ରନର୍ ଅପ୍ ହୋଇଥିଲେ।

Bigg Boss OTT 3 Winner

ସନା ମକବୁଲ୍ ବିଗ୍ ବସ OTT 3ର ବିଜେତା । ଟ୍ରଫି ସହିତ ସନାଙ୍କୁ ବିଜେତା ରାଶି ୨୫ ଲକ୍ଷ ଟଙ୍କା ମଧ୍ୟ ମିଳିଛି । ବିଗ୍ ବସ୍ OTT 3 ର ବିଜେତା ହେବା ପରେ ସେ ବହୁତ ଖୁସି ନଜର ଆସୁଥିରେ । ଏବେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଛନ୍ତି ।

ସନା ମକବୁଲ୍ ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ । ସେ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିସାରିଛନ୍ତି । ସନା ମକବୁଲ୍ 2009 ରେ MTV ସ୍କୁଟି MTV Scooty Teen Divaରେ ଭାଗ ନେଇଥିଲେ । 2010ରେ, ସେ ଶୋ ଇଶାନ୍: ସପ୍ନୋ କା ଆୱାଜ୍ ଦେରେ କାମ କରିଥିଲେ । ସେ 'କିତନୀ ମୋହବତ୍ ୨', 'ଇସ୍ ପ୍ୟାର୍ କୋ କାୟ ନାମ ଦୁ', 'ଅର୍ଜୁନ', ପରି ଅନେକ ଟେଲିଭିଜନ ଶୋ'ରେ କାର୍ଯ୍ୟ କରିଛନ୍ତି । 2021'ରେ ସେ ଖତରୋ କେ ଖିଲାଡି ଭାଗ ନେଇଥିଲେ । 2023 ମସିହାରେ, ଅଭିନେତ୍ରୀ ଜଣକ ହେପାଟାଇଟିସରେ ପୀଡିତ ଥିବା ନେଇ ଶୋ'ରେ କହିଛନ୍ତି । ଯାହା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+