ରାସ୍ତାରେ ପରିବା ବିକ୍ରି କଲେ ବିଗ୍ ବସ ଫେମ୍ ଅଭିନେତ୍ରୀ ରଶ୍ମି
Bigg Boss: ନାଗିନ୍ ଫେମ୍ ଅଭିନେତ୍ରୀ ରଶ୍ମି ଦେଶାଇ ଟିଭି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ। ରଶ୍ମି କଠିନ ପରିଶ୍ରମ ଟେଲିଭିଜନରେ ନିଜର ଏକ ଖାସ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଉତ୍ତରଣ ପରି ହିଟ୍ ଶୋ"ରୁ ତାଙ୍କୁ ଏକ ନୂଆ ପରିଚୟ ମିଳିଥିଲା । ବର୍ତ୍ତମାନ ଅଭିନେତ୍ରୀ ନିଜର ଏକ ପୋଷ୍ଟକୁ ନେଇ ଅଛନ୍ତି ଚର୍ଚ୍ଚାରେ । ବାସ୍ତବରେ ଏହି ପୋଷ୍ଟରେ ସେ ପନିପରିବା ବିକ୍ରି କରୁଥିବାର ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀଙ୍କର ଏପିର ପୋଷ୍ଟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ଫ୍ୟାନ୍ସ ଅନେକ ପ୍ରଶ୍ନ ମଧ୍ୟ କରୁଛନ୍ତି ।

ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି - ପୁସ୍ତକ ପଢ଼ିବା ସ୍ୱାଭାବିକ ହେଲେ କବିତା ପଢ଼। ତୁମେ ଯାହା ଭୁଲିଯାଇଛ ତାହା ପୁଣି ଅନୁଭବ କରିବ। ଫଟୋରେ ରଶ୍ମିଙ୍କୁ କୁର୍ତ୍ତା ପିନ୍ଧିଥିବାର ଦେଖି ପାଇଁ ମିଳୁଛି ଏବଂ ଏକ କଳା ରଙ୍ଗର ବିନ୍ଦି ତାଙ୍କ ସୁନ୍ଦରତା ଆହୁରି ବଢାଇ ଦେଇଛି ।
ଜଣେ ସୋସିଆଲ ମିଡିଆ ୟୁଜର୍ସ ରଶ୍ମିଙ୍କ ଫଟୋରେ କମେଣ୍ଟ କରି ଲେଖିଛନ୍ତି,ଅଭିନେତ୍ରୀଙ୍କର ଏପରି ସ୍ଥିତି.... । ଜଣେ ବ୍ୟକ୍ତି ପନିପରିବାର ମୂଲ୍ୟ ମଧ୍ୟ ପଚାରିବା ପାଇଁ ପଛାଇ ନାହାଁନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ରଶ୍ମିଙ୍କ ଏହି ଫଟୋଗୁଡ଼ିକ ଏକ ଫଟୋସୁଟର ଏକ ପାର୍ଟ ।












Click it and Unblock the Notifications