Bigg Boss 17:ଫାଇନାଲ୍ ପୂର୍ବରୁ ଘରୁ ବାହାରିଲେ ସ୍ୱମୀ ଭିକି ଜୈନ୍ !
Bigg Boss 17: 'ବିଗ୍ ବସ୍ 17'ର ଫାଇନାଲକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ସଲମାନ ଖାନଙ୍କ ଏହି ବିବାଦୀୟ ଶୋ'ର ଗ୍ରାଣ୍ଡ ଫାଇନାଲ୍ 28 ଜାନୁଆରୀରେ
ଅନୁଷ୍ଠିତ ହେବାକୁ ଯାଉଛି । ଶୋ'ରେ ଶ୍ରେଷ୍ଠ ୬ଜଣ ଫାଇନାଲିଷ୍ଟ ବାକି ରହିଯାଇଛନ୍ତି, ଯାହା ମଧ୍ୟରୁ ଶୋରୁ ଆଉ ଜଣେ ଖେଳାଳିଙ୍କୁ ଘରୁ ବାହାର କରିଦିଆଯାଇଛି । ଆଜ୍ଞା ହଁ, ଫାଇନାଲ୍ ପୂର୍ବରୁ ହୋଇଛି ଶେଷ Elimination । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଗତ ସପ୍ତାହରେ ଦୁଇ ପ୍ରତିଯୋଗୀ ଆୟେଶା ଖାନ ଏବଂ ଇଶା ମାଲଭିଆଙ୍କୁ ଏହି ଶୋ'ରୁ ଆଉଟ୍ କରାଯାଇଥିଲା। ଯାହା ପରେ ବର୍ତ୍ତମାନ ଏହି ଶୋରୁ ଭିକି ଜୈନଙ୍କ ଯାତ୍ରା ମଧ୍ୟ ଶେଷ ହୋଇଛି । ବିଗ୍ ବସ୍ 17 ର ଏକ ଫ୍ୟାନ୍ସ ପେଜରେ ଏନେଇ ସଚୂନା ଜାରି କରାଯାଇଛି । ଫାଇନାଲ୍ର କିଛି ଦିନ ପୂର୍ବରୁ ଶୋ'ରୁ ମଧ୍ୟରାତିରେ ଘରୁ ଆଉଟ୍ କରାଯାଇଛି ।
ବାସ୍ତବରେ, ବିକି ଏବଂ ଅରୁଣ ମାସେଟ୍ଟୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା, ଯେଉଁଠାରେ ଅରୁଣ ଜିତନ୍ତି । ଯାହା ପରେ ବର୍ତ୍ତମାନ ବିକି ଜେନ୍ ଘରୁ ଆଉଟ୍ ହୋଇଛନ୍ତି ।
ବର୍ତ୍ତମାନ ମୁନାୱର, ଅଙ୍କିତା ଲୋଖଣ୍ଡେ, ଅଭିଷେକ କୁମାର, ମନ୍ନାରା ଚୋପ୍ରା ଏବଂ ଅରୁଣ ମାସୋଟ୍ଟୀ ବିଗ୍ ବସ ଘରେ ରହିଛନ୍ତି । ଭିକିଙ୍କ Elimination ପରେ ପୁଣି ଲୋକଙ୍କ ମଧ୍ୟ ଅସନ୍ତୋଷ ଦେଖିବା ପାଇଁ ମିଳିଛି ।

ଶୋ'ରେ ଭିକି ଜୈନ୍ ଏବଂ ଅଙ୍କିତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ପ୍ରାୟତଃ ଲାଗିରହିଥିଲା । ପ୍ରତ୍ୟେକ ଦିନ ଏହି ଯୋଡି ଲାଇମଲାଇଟରେ ରହିଥାଏ । ଅନେକ ଥର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ବଢିଯାଏ ଯେ ମାମଲା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିବାର ଦେଖିବା ପାଇଁ ମିଳିଥିଲା । ଏବେ ଦେଖିବା ବାକି ରହିଲା କିଏ ଏହି ଶୋ'ର ଟ୍ରଫି ଜିତୁଛନ୍ତି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications