ବିଗ ବସ୍ ସିଜିନ ୧୭ର ବିଜେତା ହେଲେ ମୁନାୱର, ମିଳିଲା ୫୦ ଲକ୍ଷ
Bigg Boss 17 Winner: ବିଗ୍ ବସ୍ ୧୭ର ବିଜେତା ସାଜିଲେ ମୁନାୱର ଫାରୁକି । ଟିଭିର ଲୋକପ୍ରିୟ ରିଆଲିଟି ଶୋ' ବିଗ୍ ବସ୍ ୧୭ ବର୍ତ୍ତମାନ ଶେଷ ହୋଇଯାଇଛି । ଏହାର ଗ୍ରାଣ୍ଡ୍ ଫିନାଲେ ଖୁବ୍ ରୋମାଞ୍ଚକ ରହିଥିଲା । ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱାର ଫାରୁକି ଚଳିତ ସିଜନର ବିଜେତା ଟ୍ରଫି ଜିତିଛନ୍ତି । ସେହିପରି ଅଭିଷେକ କୁମାର ପ୍ରଥନ ରନର୍ସ ଅପ୍ ହୋଇଛନ୍ତି । ଏକ ସୁନ୍ଦର ଟ୍ରଫି ସହ ମୁନାୱର ଫାରୁକିଙ୍କୁ ୫୦ ଲକ୍ଷ ଟଙ୍କା ଏହଂ ଏକ ହୁଣ୍ତାଇର କାର୍ ମଧ୍ୟ ଶୋ' ପକ୍ଷରୁ ପ୍ରଦାନ କରାଯାଇଛି ।

ଶୋ'ର ବିଜେତା ମୁନାୱାର ଫାରୁକି ପୁରସ୍କାର ରାଶି ଭାବରେ ଏକ ଚମତ୍କାର ଟ୍ରଫି ଏବଂ 50 ଲକ୍ଷ ଟଙ୍କା ପାଇଛନ୍ତି। ଏହା ବ୍ୟତୀତ ତାଙ୍କୁ ଏକ କାର ମଧ୍ୟ ମିଳିଛି । ଅଭିନେତା ଅଭିଷେକ କୁମାର ସୋ'ର ପ୍ରଥମ ରନର୍ ଅପ୍ ହୋଇଛନ୍ତି। ଏହାପୂର୍ବରୁ ଅଙ୍କିତା ଲୋଖଣ୍ଡେ ଏବଂ ମନ୍ନାରା ଚୋପ୍ରା ଶୋ'ରୁ ଆଉଟ୍ ହୋଇଯାଇଥଲେ । ୩୨ ବର୍ଷୀୟ ମୁନାୱରଙ୍କ ଏହା ପୂର୍ବରୁ କଙ୍ଗନା ରାଣାୱତ ହୋଷ୍ଟ କରୁଥିବା 'Lockk Up'ର ପ୍ରଥମ ସିଜିନର ବିଜେତା ହୋଇଥିଲେ ।
ସୂଚନାଥାଉ ଯେ, ଗୁଜୁରାଟର ଜୁନାଗଡ଼ରେ ଏକ ମିସମିଲ୍ ପରିବାରରେ ଜାନୁଆରୀ ୨୮ରେ ଜନ୍ମ ଗ୍ରହଣ କରିଥିଲ ମୁନାୱନ । ଖରାପ ଆର୍ଥିକ ସ୍ଥିତି ପାଇଁ ଖୁବ୍ କମ ବୟସରୁ ତାଙ୍କୁ ପାଠ ଛାଡିବା ପାଇଁ ପଡିଥିଲା । ୧୪ ବର୍ଷ ବୟସରେ ସେ ନିଜ ମା'ଙ୍କୁ ହରାଇଥିଲେ ଏବଂ ପରେ ସେ ମୁମ୍ବାଇ ପଳାଇ ଆସିଥିଲେ ଏବଂ ଯେଉଁଠି ତାଙ୍କୁ କ୍ୟାରିୟକ ଗଢିବା ପାଇଁ ଖୁବ୍ ସଂଘର୍ଷ କରିବା ପାଇଁ ପଡିଥିଲା । ବର୍ତ୍ତମାନ ସେ ଜଣେ ଜଣା ସୁଣା କଳାକାର ଏବଂ ତାଙ୍କ ଅନେକ ଫ୍ୟାନ୍ ଫଲୋଇଙ୍ଗ୍ ରହିଛି ।
ଏହା ବ୍ୟତୀତ ଅରୁଣ ମହାଶେଟ୍ଟି ଏବଂ ସନ୍ନିଙ୍କ ମଧ୍ୟରେ ବନ୍ଧୁତାର ଏକ ସୁନ୍ଦର ଝଲକ 'ବିଗ୍ ବସ ୧୭' ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଚର୍ଚ୍ଚା ହେଉଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications